April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସଜ ସକାଳ– ସବିତା ପଟ୍ଟନାୟକ

 ସଜ ସକାଳ

ଛୋଟ କୁଡିଆ ତା ସାଥେ ମାଟି କାନ୍ଥ ରେ ଲିପା ହୋଇଥାଏ ଭଳିକି ଭଳି ଚିତ୍ର l ଦେଖିଲେ ଜଣାପଡେ ଆଦିବାସୀ ଅଞ୍ଚଳ କିନ୍ତୁ ଦୁନିଆ ର ସବୁ ଶାନ୍ତି ବୋଧେ ପ୍ରକୃତି ସେଇଠି ଢାଳି ଦେଇଥିଲା l ସକାଳ ର ସିନ୍ଦୂର ଫଟା କିରଣ ଯେବେ କୁଡିଆ ର ଚତୁର୍ଦ୍ଦିଗ ରେ ପଡେ କାକର ବୁନ୍ଦା ମାନ ନିଜ ଚେହେରା କୁ ଢଳ ଢଳ ନୟନ ରେ ଚାହୁଁ ଥିବାର ଦେଖାଯାଏ l ନୂଆ ଉନ୍ମାଦନା ସାଥେ କିଛି ଆଗନ୍ତୁକ କର୍ମ ମାନଙ୍କୁ ସ୍ଵାଗତ କରନ୍ତି ରଚନା ଦେବୀ l
ରଚନା ଦେବୀ ଜଣେ ବିଧବା ମହିଳା ପେସା ରେ ଜଣେ ଆୟୁରବେଦି ଡାକ୍ତର ଆଉ ଜୀବନ ରେ ଗୋଟିଏ ନାଁ ରେ ଜୀବନ୍ତ ପରିଚୟ ପାଇଥିଲେ ତାହା ହେଉଛି “ମା ‘ l ତାଙ୍କର ଗୋଟେ ଅଠର ବର୍ଷ ର ଝିଅ l ନା ତାର ନୟନା l ଦେଖିବାକୁ ରାଜକୁମାରୀ ଭଳି l
ପ୍ରତିଦିନ ମୁହଁ ଅନ୍ଧାର ରୁ ଉଠି ସକାଳ ର ସବୁ ସକାରାତ୍ମକ ଶକ୍ତି କୁ ନିଜ ଭିତରେ ସାଉଁଟି ବାକୁ ଚେଷ୍ଟା କରନ୍ତି ରଚନା ଦେବୀ ଓ ନୟନା l ଘାସ ଗାଲିଚା ରେ ଖାଲି ପାଦରେ ଚାଲିବା ଠୁ ଆରମ୍ଭ କରି ବିଭିନ୍ନ ଫୁଲ ର ମହକ ରେ ନିଜ ଚାଞ୍ଚଲ୍ଯ ମନ କୁ ଶାନ୍ତ କରାନ୍ତି l ପୁଣି ସୂର୍ଯ୍ୟ ନମସ୍କାର ଝରଣା ରେ ସ୍ନାନ, ନିତ୍ୟ କର୍ମ ସାରି ନୂତନ ବୃକ୍ଷ ର ପତ୍ର ଓ ଚେର ରୁ ଯଡିବୁଟି ତିଆରି କରନ୍ତି l ସେ ଯଡିବୁଟି କୁ ସେ ଆଦିବାସୀ ଲୋକ ମାନଙ୍କ ର ଜୀବନ ରକ୍ଷା କରିବାରେ ଲଗାନ୍ତି l ନୟନା ର ମଧ୍ୟ ସେ ସବୁ ରେ ଖୁସି ଥାଏ l ସେ ମଧ୍ୟ ଜୀବନ ରେ ତା ମା ଙ୍କ ଭଳି ହେବାର ସ୍ୱପ୍ନ ଦେଖୁଥାଏ l
ହଠାତ୍ ଦିନେ ରଚନା ଦେବୀ ଙ୍କ ଗୋଡ଼ରେ ଗୋଟେ ବାଉଁଶ କଣ୍ଟା ପଶିଗଲା l ସାମାନ୍ୟ କଣ୍ଟା ଟିଏ କଣ କରିବ ଭାବି ନିଜକୁ ଅବହେଳା କରିଦେଲେ l ପରେ ଅଧିକ ହେବାରୁ ଯଡିବୁଟି ଦେଲେ ହେଲେ ସିଏ କମିବାର ନା ନେଉ ନଥାଏ l ଧୀରେ ଧୀରେ ତାହା ଧନୁଷ୍ଟଙ୍କାର ରେ ପରିଣତ ହୋଇଯାଇଥିଲା l କିଛି ଦିନ ଭିତରେ ରଚନା ଦେବୀ ଙ୍କର ମୃତ୍ୟୁ ଘଟିଲା l ଏହାକୁ ନେଇ ପାଖ ଅଞ୍ଚଳରେ ଦୁଃଖ ର ଛାୟା ଖେଳି ଯାଇଥିଲା l ନୟନା ର ମଧ୍ୟ ଆଉ କେହି ନଥିଲେ l ସିଏ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲା l ହେଲେ ସିଏ ଭାଙ୍ଗି ପଡ଼ିନଥିଲା l ତା ମା ଙ୍କ ଅଧା ଚଲା ବାଟ କୁ ପୁରା କରିବାକୁ ଆଗକୁ ପାଦ ବଢାଇ ଥିଲା l ନିତ୍ୟ ସାରଣୀ ରେ ଜୀବନ ତାର ଚାଲିଥାଏ l ତାକୁ ଲାଗେ କି ସକାଳ ର ପହିଲି କିରଣ ରେ ସିଏ ତା ମା ର ଉଷମ୍ କୋଳ ରେ ଶୋଇଛି l ଆଉ ଜନ୍ହ ଆଲୁଅ ରେ ପଣତ କାନି ର ଶୀତଳତା କୁ ଅନୁଭବ କରୁଛି l ଏଇ ମଧ୍ୟରେ ନୟନା ର ଡାକ୍ତରୀ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଆୟୁର୍ବେଦ ରେ ପଢିବା ପାଇଁ ବିଦେଶ ରୁ ଚିଠି ଆସିଥାଏ l ନୟନା ପଢି ନିଜ ମା ଓ ତାର ଇଚ୍ଛା କୁ ପାଦ ବଢାଇ ଥିଲା l କିଛିବର୍ଷ ବିତିଯାଇଛି l ନୟନା ଆୟୁର୍ବେଦିକ ଡାକ୍ତର ଭାବେ ତା ଜନ୍ମ ଅଞ୍ଚଳ ରେ ପୋଷ୍ଟିଂ ପାଇଛି l ନୂତନ ଆଶା ଓ ଡାକ୍ତର ଖାନା ଖୋଲିବା ଉଦ୍ଦେଶ୍ଯ ରେ ସବୁ ପ୍ରସ୍ତୁତ ହୋଇସାରିଥାଏ l ମନରେ ଅନେକ ଉତ୍କଣ୍ଠା l ପ୍ରଥମେ ସିଏ ତା ନିଜ ଘରକୁ ଦେଖିବ l ଆସି ଦେଖେ ତ ଚାଳିଆ ଘର ଟି ଯେମିତି ଥିଲା ସେମିତି ଅଛି ଗାଁ ର ଲୋକେ କିଛି ଆଞ୍ଚ୍ ଆଣିବାକୁ ଦେଇନାହାନ୍ତି l ଧୀରେ ଧୀରେ ପାଦ ଥାପି ଭିତର କୁ ଗଲା ସେଇ ଘର ର ଅଳନ୍ଧୁ କିଛି ତା ମୁଣ୍ଡରେ ପଡିଲା l ନୟନା କୁ ଅନୁଭବ ହେଲା ତା ମାଆଙ୍କ ଆଶୀର୍ବାଦ ର ଫୁଲ ପଡୁଛି l ତାପରେ କୁଡିଆ ର କାନ୍ଥ କୁ କୁଣ୍ଡେଇ କାନ୍ଦିବାକୁ ଲାଗିଲା l ସେଇ କୁଡିଆ କାନ୍ଥ ର ଗୋବର ର ଲିପା ବାସ୍ନା ତା ମା ଙ୍କ ହାତର ବାସ୍ନା କୁ ଅନୁଭବ କରାଉଥିଲା l l ତାପରେ ସେ ତା ମା ଙ୍କ ସମାଧି ପାଖକୁ ଯାଇ ତା ରିସର୍ଚ୍ଚ ଥେସିସ୍ ର ସଫଳ ଔଷଧ କୁ ଦେଖାଇ କହିଲା ମା ଦେଖ l ତୁମେ ଚିହ୍ନେଇ ଥିବା କିଛି ଗଛ ର ଅଂଶ ବିଶେଷ ରୁ ଏଇ ଆୟୁର୍ବେଦ ଔଷଧ ଯାହା କ୍ଷଣିକ ରେ ଧନୁଷ୍ଟଙ୍କାର ରୁ ମୁକ୍ତି ଦିଏ l କହି କାନ୍ଦି ପକାଇଲା l ଲୁହ ଜୁଡ଼ୁବୁଡ଼ୁ ହାତରେ ଔଷଧ କୁ ରଚନା ଦେବୀଙ୍କ ସମାଧି ପାଖେ ଥୋଇ ପ୍ରଣାମ କଲା l ଠିକ୍ ସେତିକି ବେଳେ ଦାଲୁକାଏ ପବନ ଦେଲା ଓ କିଛି ପତ୍ର ଆସି ତା ମୁଣ୍ଡରେ ପଡିଲା l ସେ ଜାଣି ଥିଲା ଯେ ଏ ସବୁ ତା ମା ଙ୍କ ଆଶୀର୍ବାଦ ବୋଲି l
ସେଦିନ ସିଏ ସମାଧି କୁ କୁଣ୍ଢାଇ ଶୋଇଯାଇଛି ସେଠି ତା ଅଜାଣତରେ l ପୁଣି ଗୋଟେ ନୂଆ ସକାଳ ଆସିଛି ନୟନା ପାଇଁ ଯାହା କର୍ମ ର କର୍ତବ୍ୟ , ଇଚ୍ଛା ର ପୂରଣ ଓ ଅଧା ବାଟ ର ପୁରା ରାସ୍ତା ଥିଲା l ସେଇ ସକାଳ ର ମା ର ପଣତ ବାସ୍ନା ରୁ ଆରମ୍ଭ କରିଥିଲା ତା ଜୀବନ ର ରାସ୍ତା l ଯେଉଁ ସକାଳ କୁ ସିଏ କେବେ ହରାଇବାକୁ ଚାହିଁନି l

ନାମ- ସବିତା ପଟ୍ଟନାୟକ
କେଉଁଝର

Loading

Leave a Reply

Your email address will not be published. Required fields are marked *