ପ୍ରେମ ହିଁ କେବଳମ୍
ପ୍ରେମ
ଗଙ୍ଗୋତ୍ରୀର ନିର୍ମଳ, ସ୍ୱଚ୍ଛ
ପ୍ରଦୂଷଣହୀନ ସୁଧା ଧାରାଟିଏ
ଅସମାପ୍ତ ପ୍ରୀତିର ପିଆଲାଟିଏ
ସଦା ସୁଗନ୍ଧିତ ମୃତ୍ୟୁହୀନ ଫୁଲଟିଏ..
ପ୍ରେମ ହିଁ କେବଳମ୍
ଜୀବନ ଦରିଆରେ
ଆସ୍ଥା ରଖିବା ଭଳି ନାଆଟିଏ
ଉବୁଟୁବୁ ନିଃଶ୍ୱାସର ବିଶ୍ୱାସଟିଏ l
ପ୍ରେମ ହିଁ କେବଳମ୍
ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠାରେ
ଶାନ୍ତି ସ୍ଥାପନାର ନିଷ୍କର୍ଷଟିଏ l
ପ୍ରେମ ହିଁ କେବଳମ୍
ସଭିଙ୍କୁ ନିଃସର୍ତ୍ତ ଭଲ ପାଇବାର
ସଭିଙ୍କୁ ଆପଣେଇ ନେବାର ରାହାଟିଏ…
ସୃଷ୍ଟି ଓ ସର୍ଜନାକୁ ବଞ୍ଚେଇ
ପ୍ରଭୁଙ୍କ ମହତ୍ ଉଦ୍ଦେଶ୍ୟକୁ
ସାକାର କରିବାର ଅନୁପମ ପଥଟିଏ l
ଶ୍ରୀମତୀ ସବିତା ଶତପଥୀ
ଶିକ୍ଷୟିତ୍ରୀ, କୁନ୍ଦୁରା
ଜିଲ୍ଲା -କୋରାପୁଟ