ପ୍ରେମ ହିଁ କେବଳମ୍
ପ୍ରେମ ସିନା ଅଟେ ଅଢେଇ ଅକ୍ଷର
ପ୍ରେମ ହିଁ ସ୍ମୃତିର ସାଗର
ପ୍ରେମ ହିଁ ଈଶ୍ବର ପ୍ରେମ ହିଁ ଶାଶ୍ବତ
ପ୍ରେମ ଅଟେ ସତ୍ଯ ସୁନ୍ଦର।
ପ୍ରେମ ଅଟେ ଏକ ପ୍ରସ୍ଫୁଟିତ ଫୁଲ
ମନ ଭିଜେ ତା’ ମହକରେ
ନିଜେ ଦୁଃଖ ପାଇ ଅନ୍ଯକୁ ହସାଏ
ଆତ୍ମ ତୃପ୍ତି ମିଳେ ତ୍ଯାଗରେ।
ପ୍ରେମ ହିଁ ଆନନ୍ଦ ପ୍ରେମ ହିଁ ବିଶ୍ବାସ
ପ୍ରେମରେ ହିଁ ହସେ ସଂସାର
ପ୍ରେମ ଶୂନ୍ଯ ହେଲେ ପରିବାରେ ଦୁଃଖ
ସମ୍ପର୍କ ତ ମରୁଭୂମିର..
ପ୍ରେମ ଶବ୍ଦ ଏକା ପ୍ରଜୁଯ୍ଯ ନୁହଁଇ
ପ୍ରେମିକ ପ୍ରେମିକା ପାଇଁ
ପଶୁ ପକ୍ଷୀ ମଧ୍ଯ ପ୍ରେମକୁ ବୁଝନ୍ତି
ଭ୍ରମର ଯେ ଫୁଲ ପାଇଁ।
ହିଂସ୍ର ଜନ୍ତୁଟିଏ ପୋଷା ମାନିଥାଏ
ପ୍ରେମରେ ପାଳିତ ହେଲେ
ପ୍ରେମ ଦେଲେ ତାକୁ ପଶୁତ୍ବ ରହେନି
ବନ୍ଧୁତା ସ୍ଥାପନ କଲେ।
ପ୍ରେମରେ ସବୁ ତ ଅନୁକୂଳ ହୁଏ
ଯଦି ପ୍ରେମ ହୁଏ ସତ୍ଯର
ପ୍ରେମ ତ ଆହୁରି ମଧୁର ହୁଅଇ
ଭଗବାନ ସହ ଭକ୍ତର।
Sujata Pati,Bhubaneswar