ପ୍ରେମ ହିଁ କେବଲମ୍
ପ୍ରାଣ ରଖେ ପ୍ରେମ ପ୍ରୀତି, ପ୍ରେମିକ ପିଣ୍ଡରେ,
ପ୍ରେମସୁଧା ଢ଼ାଳେ ନିତି, ରସିକ ଗଣ୍ଡରେ ll
ପ୍ରେମ ସତ୍ୟ ଚିରନ୍ତନ, ପ୍ରେମ ଜୀବାମୃତ,
ପ୍ରଫୁଲ୍ଲ ହୁଅଇ ମନ, ଆତ୍ମା ହୁଏ ଶାନ୍ତ ll
ପ୍ରୀତିନିପୁଣା ପ୍ରିୟା ଗୋ’, ତୁହି ପ୍ରୀତିଜୁଷା,
ସ୍ପର୍ଶମଣି ପ୍ରେମ ସ୍ପର୍ଶେ, ଖେଳେ ମନେ ଆଶା ll
ମନ ହରେ ମନୋହାରୀ, ପ୍ରେମରେ ତୋହରି,
ମୋହନାସ୍ତ୍ର ଅଟେ ପ୍ରେମ, କ୍ଷୁଧା ଯାଏ ମରି ll
ପ୍ରେମ ରସ କରେ ନିତି, ତୃଷ୍ଣାକୁ ଖଣ୍ଡନ,
ପ୍ରୀତି ଓଠେ ଭରେ ନିତି, ଭନ୍ଦିଳ ଚୁମ୍ବନ ll
ପ୍ରିୟତମା ପ୍ରେମ ପାଇଁ, ପ୍ରିୟ ହୁଏ ବାଇ,
ପ୍ରେମ ସର୍ବ ସନାତନ, ସର୍ବଦା ଭାବଇ ll
©️®️ ନୀଳାମ୍ବର ବେହେରା,
ସରକାରୀ ଶିକ୍ଷକ,
ଚିକିଟି, ଗଞ୍ଜାମ