March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା

 

ଅପରାହ୍ନର ଅବଶୋଷ

 

ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ

ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ।

ଏଇତ ଏଇ ଫୁଲ ଗଛ।ଧର୍ମ ପତ୍ନୀ ଅରୁଣାଙ୍କ ଏମାନଙ୍କ ପ୍ରତି ଥିଲା ଅନେକ ଦୁର୍ବଳତା। ନିଜ ଜନ୍ମ କଲା ପିଲାଙ୍କ ଠୁ ମଧ୍ଯ ଅତି ସରାଗରେ ଏମାନଙ୍କ ଯତ୍ନ ନେଇଥାନ୍ତି। କ’ଣ ସବୁ ଏଣୁ ତେଣୁ କଥା ଲାଗନ୍ତି। ସତେ, ସେମାନେ ତ ଏକା ଥିଲେ, ଯେଉଁ ମାନେ ଅରୁଣାଙ୍କ ମନକଥା ବୁଝୁଥିଲେ। ତାଙ୍କ ସହିତ ହସୁଥିଲେ

କାନ୍ଦୁଥିଲେ।ହେଲେ?? ଆଜି ସେମାନେ ବି ଏକା। ଏତେ ରଙ୍ଗ, ଏତେ ମହକ ପରେ ମଧ୍ଯ ସେମାନେ ଯେପରି ମ୍ରୃତବତ୍ ଗଛକୁ ଜାବୁଡ଼ି ଧରିଛନ୍ତି।

ଦୀର୍ଘ ବାରଣ୍ଡା ରେ ଯଷ୍ଟି ଖଣ୍ଡିକ ଧରି

ପଦ ଚାରଣ କରୁ କରୁ, ଅଜୟ ସାମନ୍ତରାୟ ନିଜ ପଦ ଶବ୍ଦ ରେ ନିଜେ ଚମକି ପଡୁଥିଲେ। ଲାଗୁଥିଲା ପଛରେ ଥାଇ ପତ୍ନୀ ଯେପରି କାରୁଣ୍ୟ ଦ୍ରୁଷ୍ଟିରେ ତାଙ୍କୁ ଚାହିଁ ରହିଛନ୍ତି। ପଛକୁ ଫେରି ଚାହିଁଲେ ସାମନ୍ତରାୟ। କାହିଁ ନାଁ ତ?? ଅରୁଣାତ ନାହାନ୍ତି। ଦୀର୍ଘ ଏକ ମାସ ହେବ ପୁତ୍ର ବିଜୟ ସହିତ ଏହି ବିଳାସ ବ୍ୟସନ ଭରା ପ୍ରାସାଦକୁ ଛାଡି ଚାଲି ଯାଇଛନ୍ତି। ଛୋଟ କ୍ବାର୍ଟରେ ପ୍ରିୟ ପୁତ୍ର ର ମାଁ ଡାକ, ସେବା ସୁଶ୍ରୁସାରେ ନିଜ ଜୀବନ କୁ ଚରିତାର୍ଥ କରୁଛନ୍ତି।

ଅଜୟ ସାମନ୍ତରାୟ, ଏକାକୀ ପଦ ଚାରଣ କରୁ କରୁ ସ୍ମ୍ରତି ଚାରଣ କରୁଥାନ୍ତି। ସେଦିନ କିପରି ପତ୍ନୀ ଅରୁଣା ସ୍ବାମୀ ଙ୍କ ଟିକିଏ ସ୍ନେହ, ସୋହାଗ ପାଇବା ପାଇଁ କେତେ କାକୁତିମିନତି କରିଥିଲେ। ତାଙ୍କ ପାଦତଳେ ପଡି ଭୋ ଭୋ କାନ୍ଦି ଥିଲେ। ହେଲେ, ନିଷ୍ଠୁର ସାମନ୍ତରାୟ ସେଦିନ ଅଟ୍ଟହାସ୍ଯ କରି ଉଠିଥିଲେ। ତାଙ୍କ କ୍ରୁର ଅଟ୍ଟହାସ୍ଯ ରେ ସମଗ୍ର ଉଆସ ଯେପରି ଥରି ଉଠିଥିଲା। ସୁନା ଗହଣା ବସ୍ତ୍ର ପରିପାଟୀ ରେ କଣ୍ଢେଇ ପରି ସଜେଇ ହୋଇ ରହିଥିବା ଅରୁଣାଙ୍କ ଅନ୍ତଃସଳୀଲା

ଫଲ୍ ଗୁ, ଲୁହ ଧାରା ହୋଇ ବହି ଯାଇଥିଲା କିଛି ବାଧା ବନ୍ଧନ ନ ମାନି। ଭାଙ୍ଗି ଯାଇଥଲା ତାଙ୍କ ଧୈର୍ଯ୍ୟ ର ବନ୍ଧ। ପୁଅର ହାତ ଧରି ସେଦିନ ସେ ଚାଲି ଯାଇଥିଲେ।

 

ଅରୁଣା ଚାଲି ଯିବା ଦିନ ଠାରୁ ଉଆସ ରେ ଆଗଭଳି ଆଉ ଗହଳ ଚହଳ ଶୁଭୁ ନାହିଁ। ସମସ୍ତେ ଯେମିତି କିଛି ଗୋଟାଏ ହଜେଇ ଦେଇଛନ୍ତି। ନିଷ୍ଠୁର ନିରବତା ଯେମିତି ସର୍ବତ୍ର ବିଦ୍ୟମାନ। ଅରୁଣା ଙ୍କ ଓଢ଼ଣା ତଳର ଲକ୍ଷ୍ମୀ ପ୍ରତିମା ଭଳି ସୁନ୍ଦର ମୁଖ ମଣ୍ଡଳ, ତାଙ୍କ ସ୍ନେହ ବୋଳା ଡାକକୁ ସମସ୍ତେ ଝୁରି ହେଉଛନ୍ତି। ଜଗୁ ମଉସା ସମୟ ଜାଣି ବାବୁଙ୍କ ଗାଧୁଆ ପାଧୁଆ, ଖିଆ ପିଆ କଥା ବୁଝୁଛନ୍ତି। ହେଲେ ସେ ମଧ୍ଯ ବାବୁଙ୍କ ଦୁଃଖ ସହିପାରୁ ନାହାଁନ୍ତି। ମା ଗଲା ଦିନୁ ବାବୁ ପୁରା ବଦଳି ଯାଇଛନ୍ତି।

ତାଙ୍କୁ ଝୁରି ଝୁରି କଣ୍ଟା ହେଇ ଗଲେଣି। କାନ୍ଥ ରେ ମାଙ୍କ ଫଟୋକୁ

ଦେଖି ଦେଖି ଧାର ଧାର ଲୁହ ଝରାଉଛନ୍ତି। ବାବୁଙ୍କ ଦୁଃଖ ଆଉ ସହି ପାରିଲାନି ଜଗୁ। ଖୋଜି ଖୋଜି ମାଙ୍କୁ ଠାବ କରିଛି। ଅପରାହ୍ନ ସମୟ

ବାବୁ ମାଙ୍କ ଫଟୋ ପାଖେ ଆରାମ ଚଉକିରେ ବସି ଶୋଇ ପଡିଛନ୍ତି। ସ୍ବପ୍ନ ଦେଖି ଲା ଭଳି ଲାଗିଲା। ‘ଅରୁଣା, ତାଙ୍କ ପାଦ ଦୁଇ ଟାକୁ ଜାବୁଡ଼ି ଧରି ଲୁହ ଢାଳୁଛନ୍ତି। ଏ କ’ଣ? ଚମକି ପଡିଲେ ସାମନ୍ତରାୟ। ଅରୁଣା ଙ୍କୁ ପାଖରେ ପାଇ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ। ମତେ କ୍ଷମା କର ଅରୁଣା……। ଅରୁଣା ହାତ ରେ ତାଙ୍କର ମୁହଁ କୁ ଜାବୁଡ଼ି ଧରିଲେ।

 

  • ଭାରତୀ ପଣ୍ଡା, ବୁର୍ଲା, ସମ୍ବଲପୁର
  • ୯୪୩୮୬୪୪୧୫୩

Loading

Leave a Reply

Your email address will not be published. Required fields are marked *