ବୁଦ୍ଧ ପୂର୍ଣ୍ଣିମା
କପିଳବାସ୍ତୁ ର ରାଜ ପରିବାରେ
ଜନ୍ମ ନେଇଥିଲ ଦିନେ
ଅନାଗ୍ରହ ଥିଲା ପାର୍ଥିବ ସୁଖରେ
ଦୁଃଖ ଥିଲା ଭରିମନେ l
ସତ୍ୟ ସନ୍ଧାନରେ ବୁଡି ରହୁଥିଲା
ତୁମର ମନ ଓ ପ୍ରାଣ
ପିତା ଭାବିଥିଲେ ବିଭା କରିଦେଲେ
ହୋଇଯିବ ସମାଧାନ l
ଜନମ ଯାହାର ସତ୍ୟକୁ ଖୋଜିବା
ମାନବ କଲ୍ୟାଣ ପାଇଁ,
ମାନବ ଜାତିର ମୁକ୍ତିପଥ ଅର୍ଥେ
ଜନ୍ମିଛି ମଣିଷ ହୋଇ l
ପିତା କି ବୁଝନ୍ତେ ଏହାର ରହସ୍ୟ
ସ୍ୱୟଂ ଯିଏ ଭଗବାନ
ସତ୍ୟକୁ ପାଶୋରି ହୋଇ କି ପାରନ୍ତେ
ମିଥ୍ୟା ପଥେ ଧାବମାନ l
ପତ୍ନୀ ଯଶୋଧାରା ପୁତ୍ର ରାହୁଲଙ୍କୁ ନିଶିର୍ଦ୍ଧ ରାତ୍ରିର କାଳେ
ଛାଡି ଚାଲିଗଲେ ସଂସାର ପାଶୋରି
ଯଶରଖି କାଳେକାଳେ l
ଜୀବନଟା ସିନା ଦୁଃଖପୂର୍ଣ୍ଣ ଅଟେ
କାମନା କାରଣ ତାର
କାମନା ବିନାଶେ ଦୁଃଖର ବିନାଶ
ଏହିତୁମ ସତ୍ୟଗିର l
ଅଷ୍ଟାଙ୍ଗ ମାର୍ଗର ଅନୁସରଣ ରେ
ଶୁଦ୍ଧ ଚିନ୍ତାଧାରା ସୃଷ୍ଟି
ମାନବ ଜୀବନ ମୁକ୍ତି ପଥଲଭେ
ଏଥକୁ ରଖିଲେ ଦୃଷ୍ଟି l
ସରଳ ସୁନ୍ଦର ପ୍ରତିଟି ବାଣୀରେ
ଲୁଚିଛି ସତ୍ୟର ସତ୍ତା
ପାର୍ଥିବ ସୁଖର ଶକ୍ତ ବନ୍ଧନରେ
ଭରି ରହିଅଛି ମିଥ୍ୟା l
ପବିତ୍ର ବୈଶାଖ ପୂର୍ଣମୀ ରାତିରେ
ଗୃହତ୍ୟାଗ ତୁମ ଥିଲା
ସେଦିନରୁ ବୁଦ୍ଧ ପୂର୍ଣ୍ଣମୀ ନାମରେ
ଜଗତେ ନାମିତ ହେଲା l
ସତ ଚିନ୍ତାଧାରା ସତ କର୍ମେ ବ୍ରତୀ
ସତ ସଂକଳ୍ପ କାରୀ
ସତ ଉଦ୍ୟମରେ ସତ୍ୟକୁ ଲଭଇ
ସତ ଦୃଷ୍ଟି ଥିଲେ ତା ‘ରି l
ଦୟା,କ୍ଷମା ଗୁଣେ ଜୀବର କାରଣ ହୋଇଥାଏ ଜୀବନରେ
ଧନ୍ୟତୁମେ ବୁଦ୍ଧ ଧନ୍ୟତୁମ ବାଣୀ
ଚିରନ୍ତନ ଜଗତରେ l
ସୁଜାତା ରାଉତ
ଓରାସାହି, ଚାନ୍ଦବାଲି , ଭଦ୍ରକ