ମାଆର ଆଶୀର୍ବାଦ
ସିକନ୍ଦର ଥିଲେ
ଦିଗ୍ ବିଜୟୀ ବୀର
ରାଜ୍ୟ ଜୟ ଥିଲା ନିଶା
କାନେ ଶୁଣୁଥିଲେ
ଅନ୍ୟାୟ ଅନୀତି
ହତ୍ଯା ଲୁଣ୍ଠନର ଭାଷା।
ନାରୀ ଧର୍ଷଣଠୁ
ଗୃହଦାହ ଯାଏ
ସୈନ୍ୟମାନେ କରୁଥିଲେ
ସବୁ ଜାଣି ଶୁଣି
ନିର୍ଦ୍ଦୟ ସମ୍ରାଟ
ଆଖି ବୁଜି ଦେଉଥିଲେ।
ବଶ୍ୟତା ସ୍ବୀକାର
ନ କଲେ ତାଙ୍କର
ଶିରଶ୍ଛେଦ ହେଉଥିଲା
ତଥାପି ତାଙ୍କର
ମାତୃଭକ୍ତି କଥା
ମନେ ଉଦ୍ଜୀବିତ ଥିଲା।
ପିଲାଦିନେ ତାଙ୍କୁ
ମାଆ ପଚାରିଲେ,
“କିଏ ସେ ତୋହର ପ୍ରିୟ?”
କହିଥିଲେ ସିଏ,
“ତୁମ ଛଡା ମାଆ
କିଏ ସେ ଅଛି ମୋ କୁହ?”
ଜନ୍ମଦାତ୍ରୀ ତୁମେ
ପାଳନକର୍ତ୍ତ୍ରୀ ବି
ପ୍ରେରଣାର ଉତ୍ସ ତୁମେ
ରାତି ପାହିଗଲେ
ଭକ୍ତିରେ ମାଆଗୋ
ଚରଣ ତୁମର ଚୁମେ। ”
ବକ୍ଷେ ଚାପି ଧରି
କହିଥିଲେ ମାଆ,
” ଦିଗ୍ ବିଜୟୀ ବୀର ହେବୁ
ଦେଶ ବିଦେଶରେ
ବିଜୟର ବାନା
ଆକାଶେ ଉଡାଇ ଦେବୁ।”
ତାହା ହିଁ ହୋଇଲା
ବିଜୟର ବାନା
ଉଡାଇଲେ ସିକନ୍ଦର
ମାଆର ସଂସ୍କାର
ପାଇ ସେ ନ ଥିଲେ
କରୁଥିଲେ ଅତ୍ଯାଚାର।
ମାଆର ସଂସ୍କାର
ଯା’ପାଶେ ରହିବ
ମାର୍ଜିତ ସେ ହୋଇଯିବ
ତା’ ଗୁଣ ଗାରିମା
ଦୁନିଆଁ ହାଟରେ
ଲୋକମୁଖେ ଶୁଭୁଥିବ।
ଅକ୍ଷୟ ମହାନ୍ତି, ନିର୍ମାଲ୍ଯ
ମୋ ନଂ 9937462507