ପ୍ରାତଃ ଜଣାଣ
ପାହିଲା ରଜନୀ,ଉଠ ଚିନ୍ତାମଣି
କରୁଅଛି ଦଣ୍ଡବତ,
ବାରେ ଦୟାକର,ହେ କଳା ଠାକୁର
କର୍ମେ ହେବି ନିୟୋଜିତ।1
କରୁଣା ରତିଏ,ମାଗେ ମୁଁ କାଳିଆ
ମନା କରିବନି ମୋତେ,
ତୁମ୍ଭ ପୂର୍ବ ଯଶ, ପୁରାଣ ସୁଚାଏ
କାହାକୁ ଦେଇଛ କେତେ।2
ଲୋଡା ନାହିଁ ମୋର,ଧନ ସମ୍ପତ୍ତିହେ
ଗରିବ ଭାବରେ ଥାଏ,
ଦୁଃଖୀ ଜନ ବନ୍ଧୁ,ନାମ ଟି ତୁମ୍ଭର
ଜଗତରେ ଶୁଣାଯାଏ।3
ଧନ ଯଉବନ, ନୁହେଁ ଚିରଦିନ
ଯାଣିଛି ମୁଁ ଭଲ ଭାବେ,
ସବୁ ଛାଡ଼ି ଦିନେ, ଯିବାକୁ ତ ହେବ
କି କରିବି ଧନ ତେବେ।4
ହେ ଚକାନୟନ,କମଳ ଲୋଚନ
ଦରିଦ୍ର ଧନ ଶଙ୍ଖାଳୀ,
ପର କରିବନି,ଜୀବ ଥିବା ଯାଏ
ଭାବିଵ ସେବକ ବୋଲି।5
ତୁମରି କରୁଣା,ଥିଲେ ମୋର ଶୀରେ
ମୋ ଜୀବନ ଗଲା ବେଳେ,
ତୁମ୍ଭ ମୁଖ ଚାହିଁ , ଜୀବନ ପ୍ରଦୀପ
ଲିଭି ଯିଵ ଅନ୍ତ କାଳେ ।6
ଅଶୋକ ସାର, ଦହିଗାଁ, 42mouza,
। କଟକ ।