ବୁଦ୍ଧ ଅବତାର
(ଜୟଦେବ ବିରଚିତ)
ନିନ୍ଦସି ଯଜ୍ଞ ବିଧେ ରହହ ଶ୍ରୁତି ଜାତମ୍ |
ସଦୟ- ହୃଦୟ ଦର୍ଶିତ ପଶୁଘାତମ୍ ||
କେଶବ ଧୃତ ! ବୁଦ୍ଧ ଶରୀର, ଜୟ ଜଗଦୀଶ ହରେ ||
ପବିତ୍ର ମାସରୁ ପବିତ୍ର ମାସ ସେ
ବୈଶାଖ ମାସ ପୁର୍ଣିମା |
ଆନନ୍ଦ ଉଲ୍ଲାସେ ବସୁ ପୁଲକିତ
ନାହିଁ ତ ତାର ଉପମା ||୧||
ପାଟଳୀପୁତ୍ରର ଲୁମ୍ବିନୀଗ୍ରାମଟି
ନିରଞ୍ଜନା ନଦୀ ତଟ |
ପବିତ୍ର ହୋଇଲା ତୁମ ସାନିଧ୍ୟରେ
ଧ୍ୟାନେ ପ୍ରଭୁ ବୋଧିସତ୍ତ୍ଵ ||୨||
ଧର୍ମ ଅଧର୍ମର ବିବାଦ ସମୟେ
ଧରାପୃଷ୍ଠେ ଅବତରିଲ |
ଲୁମ୍ବିନୀ ଗ୍ରାମର ସିଦ୍ଧାର୍ଥ ହେ ତୁମେ
ବୋଧିସତ୍ତ୍ଵ ପ୍ରାପ୍ତ କଲ ||3||
ଜରା ବ୍ୟାଧି ମୃତ୍ୟୁ ଶରୀରର ଦୃଶ୍ୟେ
ବୈରାଗ୍ୟ ଆସିଲା ମନେ |
ଆଶାର କିରଣ ସଞ୍ଚରିତ ହେଲା
ସୌମ୍ୟ ସନ୍ନ୍ୟାସୀ ଦର୍ଶନେ ||4||
କାମନା ଅଟଇ ଦୁ:ଖର କାରଣ
ଜୀବନର ଧ୍ରୁବ ସତ୍ୟ |
କାମନା ବିନାଶେ ଦୁ:ଖର ବିନାଶ
ନିର୍ବାଣେ ହୁଅଇ ମୁକ୍ତ ||5||
ସମ୍ୟକ୍ଦୃଷ୍ଟି ସଙ୍କଲ୍ପ ଓ ବାଣୀ
କର୍ମ ଆଜୀବିକା ବ୍ୟାୟାମ |
ସଂସ୍କୃତି ସମାଧି ଅଷ୍ଟାଙ୍ଗ ମାର୍ଗ ଏ
ବୁଦ୍ଧଙ୍କ ସରଳ ନିୟମ ||6||
କର୍ମ ହିଁ ବିଧାନ କର୍ମ ଭଗବାନ
ଜୀବନ ହିଁ ବର୍ତ୍ତମାନ |
ମଧ୍ୟମ ମାର୍ଗ ସରଳ ମାର୍ଗ
ପବିତ୍ର ଜୀବନ ଦର୍ଶନ ||7||
ବୁଦ୍ଧଂ ଶରଣଂ ଗଚ୍ଛାମି ||
ଧର୍ମଂ ଶରଣଂ ଗଚ୍ଛାମି ||
ସଂଘଂ ଶରଣଂ ଗଚ୍ଛାମି ||
ସ୍ବରଚିତ ଶ୍ରୀମତୀ ସ୍ନେହ ମିଶ୍ର