ବୌଦ୍ଧ ପୂର୍ଣ୍ଣିମା
ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ
ବୁଦ୍ଧ ଜୟନ୍ତୀ ପାଳିତ
ଗୌତମ ବୁଦ୍ଧଙ୍କ ଜନମ ଦିବସ
ବୌଦ୍ଧ ପୁର୍ଣ୍ଣମୀ କଥିତ।
ପିତା ଶୁଦ୍ଧୋଦନ ମାତା ମାୟାଦେବୀ
କରିଲେ କୋଳ ମଣ୍ଡନ
କପିଳାବାସ୍ତୁର ଲୁମ୍ବିନୀ ଉଦ୍ୟାନେ
କ୍ଷତ୍ରିୟ ବଂଶେ ନନ୍ଦନ ।
ଜନନୀ ବିୟୋଗେ ଗୌତମୀ ବିମାତା
ପରିପlଳିତ ଯତନ
ଗୌତମ ନାମରେ ସର୍ବେ ପରିଚିତ
ଜଗତେ ହେଲେ ମହାନ ।
ରାଜକୀୟ ଭୋଗ ନ ହୋଇ ଆକୃଷ୍ଟ
ସଂସାର ବୈରାଗୀ ପ୍ରାଣେ।
ଭୋଗବିଳାସର ରାଜକୀୟ ସୁଖ
ସଂସାରୀ ମାୟା ବନ୍ଧନେ ।
ସଂସାରୀ ବନ୍ଧନେ ଛନ୍ଦି ହେବା ପାଇଁ
ବିବାହ ପାଇଁସ ଚିନ୍ତନ
ଗୋପା ନାମ୍ନୀସବାଳା ପରୀ ରାଜକନ୍ଯା
ଗୌତମ ସଙ୍ଗେ ବନ୍ଧନ।
ବିବାହ ବନ୍ଧନ ସଂସାରୀ ଜୀବନ
ଲଭିଲେ ପୁତ୍ର ସନ୍ତାନ
ତଥାପି ଗୌତମ ଏ ମାୟା ବନ୍ଧନେ
ଅମନ ପରିବର୍ତ୍ତନ ।
ଜରାଗ୍ରସ୍ତ ଦୁଃଖ ରୁଗ୍ଣ ବ୍ୟକ୍ତି କ୍ଳେଶ
ରୋଗ ଶୋକ ଜନ୍ମ ମୃତ୍ୟୁ
ଚିନ୍ତିଣ ହୃଦୟେ ମୁକତିର ପଥ
ଲଭିବାକୁ ମୋକ୍ଷ ପ୍ରାପ୍ତି ।
ଜ୍ଞାନର ବିକାଶ ଅବିଦ୍ୟାର ନାଶ
ବୋଧି ବଳେ ସଦଜ୍ଞାନ
ସଂସାର କଷଣୁ ତରିବା ପାଇଁ କି
ଗୁରୁ ଜ୍ଞାନ ବଳେ ପୂର୍ଣ୍ଣ ।
ଏ ବୁଦ୍ଧି ପୂର୍ଣ୍ଣିମା ଚନ୍ଦନ ପୂର୍ଣ୍ଣିମା
ବୈଶାଖ ପୂର୍ଣ୍ଣିମା ବୋଲି
ସର୍ବ ଜନାଦୃତ ସର୍ବେ ପରିଚିତ
ବୌଦ୍ଧ ଧର୍ମ ହୃଦେ ବୋଳି ।
ଜୀବ ପ୍ରତି ଦୟା ଅହିଂସା ନିର୍ମାୟା
ବୁଦ୍ଧ ଶରଣମ୍ ନୀତି
ଧରମର ଜୟ ଅଧର୍ମର କ୍ଷୟ
ପର ଉପକାରେ ମତି ।
ଦିଗଶିରା,ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର