ରାମ ନାମେ କି ରସ ଅଛି!
ରାମ ନାମ ଭାବ ଦେବଙ୍କୁ ଦୁର୍ଲ୍ଲଭ
ପାନ କଲା ଲୋକ ଯାଇଛି ତରି,
ଅନନ୍ତ ବ୍ରହ୍ମାଣ୍ତ ଚଳେ ଏକ ଦଣ୍ଡ
କୋଟିଜୀବ ଯୁଗ ତପସ୍ୟା କରି!
ନାମେ ପ୍ରହଲ୍ଲାଦ ଲଭେ ଇନ୍ଦ୍ରପଦ
ଧ୍ରୁବ ଜ୍ୟୋତିର୍ମୟ କରେ ଭୁବନ,
ପଥରେ ପଥରୀ ପଦ ସ୍ପର୍ଶ କରି
ଅହଲ୍ୟା ପାଇଲା ପୁନର୍ଜୀବନ,
ଶ୍ରମଣା ଶବରୀ ମୋକ୍ଷ ପ୍ରାପ୍ତ କରି
ନବଧା ଭକ୍ତିରେ ରଖିଲା ଶିରୀ,
ରାମ ନାମ ଭାବ ଦେବଙ୍କୁ ଦୁର୍ଲ୍ଲଭ
ପାନ କଲା ଲୋକ ଯାଇଛି ତରି!
ଆଶିଷେ ମାରୁତି ଭକ୍ତି ମତେ ଶକ୍ତି
ପ୍ରାପତେ ସଙ୍କଟ ମୋଚନ କରେ,
ବୀର ଧନଞ୍ଜୟ ଧର୍ମରେ ବିଜୟ
କରେ ଦ୍ରଉପଦୀ ଲଜ୍ଜା ନିବାରେ!
ହିରଣ୍ୟ ରାବଣ କଂସ ଦୁର୍ଯ୍ୟୋଧନ
ଯୁଗ ବିପର୍ଯ୍ୟୟେ ଦୁଷ୍ଟ ବିନାଶ,
ଯୁଗେ ଯୁଗେ ପାପ ନାଶିଛି ପ୍ରକୋପ
ନାମ ରସେ ପୁଣ୍ୟ ଭବେ ବିକାଶ,
ରାମ ରସାମୃତ ସଞ୍ଜୀବନ ସୂତ୍ର
ଜପ ତପ ଧ୍ୟାନେ ଘେନ ସଂସାରୀ,
ଅନନ୍ତ ବ୍ରହ୍ମାଣ୍ତ ଚଳେ ଏକ ଦଣ୍ଡ
କୋଟି ଜୀବ ଯୁଗ ତପସ୍ୟା କରି!
ରାମ ନାମ ରସ ବ୍ରହ୍ମାଣ୍ତେ ସରସ
ପାନ କର ଧ୍ୟାନେ ଘେନ ହରଷେ,
ଭବ ଧାମେ ବଞ୍ଚି ପୁଣ୍ୟ ଯାଅ ସଞ୍ଚି
ରାମ ନାମ ରସେ କାମ ବିନାଶେ!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪