May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା

ମନରେ ଆସୁମୋ ଶୁଦ୍ଧ ଭାବନା

 

 

ସତ୍ୟ ପ୍ରେମେ ମୋର ପୂରାଅ ଅନ୍ତର

ମନେ ଆସୁ ସାର ଶୁଦ୍ଧ ଭାବନା,

ସାତ୍ତ୍ୱିକ କର୍ମରେ ଶାଶ୍ୱତ ପ୍ରେମରେ

ଉଡ଼ୁ ଶାନ୍ତି ମୈତ୍ରୀ ପ୍ରୀତିର ବାନା!

 

ସଦ୍ଭାବେ ସୁନ୍ଦର ମର୍ତ୍ତ୍ୟ ମଧୁପୁର

ନର ହୃଦେ ସାର ଭାବନା ଥାଇ,

ଚରାଚର ଜୀବ ଉଦ୍ଭିଦ ମାନବ

ସଜୀବ ସାଧନେ ବିଧାନ ମହୀ,

ସର୍ବ ଜୀବ ସାଥେ ସ୍ୱର୍ଗୀୟ ସ୍ବୀକୃତେ

ଜାଗୁ ମୋ ପରାଣ କରୁ ସାଧନା!

ସତ୍ୟ ପ୍ରେମେ ମୋର ପୂରାଅ ଅନ୍ତର

ମନେ ଆସୁ ମୋର ଶୁଦ୍ଧଭାବନା।

 

ଶୁଦ୍ଧ ଭାବେ ଶ୍ରଦ୍ଧା ଉଦ୍ଭବେ ସର୍ବଦା

ଘୃଣା ଇର୍ଷା ଭାବ ଯାଉ ଦୂରେଇ,

ସେବା ସାମ୍ୟଭାବ ସହିଷ୍ଣୁ ସଦ୍ଭାବ

ଜାଗି ଉଠୁ ଜୀବେ ମମତା ଦେଇ!

 

କାନ୍ଦି ଉଠୁ ମୋର ପ୍ରାଣ ନିରନ୍ତର

ଦୁଃଖୀ ଅସହାୟ ଜୀବନ ପାଇଁ,

ତ୍ୟାଗ ସମର୍ପଣେ ସୁରକ୍ଷା କାରଣେ

ସେବକ ସାଜିବି ଶୋଚନା ନାହିଁ,

ଦେବାର ଆନନ୍ଦ ଦିଅ ଆଦିକନ୍ଦ

ଲୋଭକି ଭୋଗରେ ନାହିଁ ଭାବନା,

ସାତ୍ତ୍ୱିକ କର୍ମରେ ଶାଶ୍ୱତ ପ୍ରେମରେ

ଉଡ଼ୁ ଶାନ୍ତି ମୈତ୍ରୀ ପ୍ରୀତିର ବାନା!

 

ସତ୍ୟ ଶାନ୍ତି ପ୍ରେମେ ସାଧୁତା ସଞ୍ଜମେ

ଭବ ଜୀବେ ଦିବ୍ୟ ଭାବନା ରଖି,

ନର ସାର ପଣେ ଉତ୍କର୍ଷ ପ୍ରମାଣେ

କାଳ ଜିଣେ ଯୁଗ ରହେ ତା’ସାକ୍ଷୀ!

 

ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,

୯୫୮୩୪୩୮୧୭୪

 

 79 total views,  1 views today

Leave a Reply

Your email address will not be published. Required fields are marked *