May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା

 

ଅପେକ୍ଷାର ଫଳ ମିଠା

 

କର୍ମଭୂମି ଧରଣୀରେ ମନୁଷ୍ୟ

ପ୍ରାଣୀ ସମସ୍ତେ ଜଣେ ଜଣେ

କର୍ମୀ।ପଶୁପକ୍ଷୀ ସେମାନଙ୍କ

ଖାଦ୍ୟ ସଂଗ୍ରହ ପାଇଁ କର୍ମ

କରନ୍ତି। ପରୋକ୍ଷରେ ସେହି

କର୍ମ ବିଶ୍ୱସୁରକ୍ଷା ନିମନ୍ତେ

ବିଶ୍ୱ ନିୟନ୍ତାଙ୍କର ଅଭିନବ

ବ୍ୟବସ୍ଥା।ଜଣେଖାଦ୍ୟ ଅନ୍ୟ

ଜଣେ ଖାଦକ, ଏମାନେ

ବଞ୍ଚିବେ ଆଉ ସୃଷ୍ଟିକୁ ବଞ୍ଚା-

ଇବେ.ଏମିତି ନ ହେଲେ

ସୃଷ୍ଟିରେ ଭାରସାମ୍ୟରକ୍ଷା –

ହେବ କିପରି? ପ୍ରଜାପତି ବା

ମହୁମାଛି, କ୍ଷୁଦ୍ରଖଦ୍ୟୋତିକା

କି ପିପିଲିକ ସମସ୍ତଙ୍କ କର୍ମ

ଆଢୁଆଳରେ ସୃଷ୍ଟିସୁରକ୍ଷାର

ବ୍ୟବସ୍ଥା ନିହିତ । ସଂସାର

ସୁରକ୍ଷାରେ ସଂସାରର ସର୍ବ

ଶ୍ରେଷ୍ଠଜୀବ ମନୁଷ୍ୟର କଣ

କମ୍ ଦାୟିତ୍ଵ ରହିଛି? ସେ

ଯେତିକି ଜ୍ଞାନ ଗାରିମାର

ଅଧିକାରି ହୋଇଛି,ଯେତିକି

ପ୍ରଗତିପଥରେ ଅପ୍ରାକୃତିକ ତାର ବଶବର୍ତ୍ତି ହେଉଛି

କର୍ମକ୍ଷେତ୍ରରେ ତାର ଦାୟିତ୍ୱ

ଓ କର୍ତ୍ତବ୍ୟ ସେତିକି ବଢି

ଚାଲିଛି।

ମନୁଷ୍ଯ ଏକ ସାମାଜିକ

ପ୍ରାଣୀ । ସମାଜରେ ବଞ୍ଚି

ରହିବା ପାଇଁ, ସମାଜକୁ ସରସ ସୁନ୍ଦର କରି ଗଢ଼ି

ତୋଳିବାପାଇଁ ତାର ଜୀବନ

କାଳ ମଧ୍ୟରେ ବିଭିନ୍ନ କର୍ମ

କରିବାକୁପଡୁଛି। ପଶୁପକ୍ଷୀ

ଙ୍କ ଭଳି କେବଳ ଖାଦ୍ୟ

ସଂଗ୍ରହରେ ତାର କାର୍ଯ୍ୟ

ସୀମିତ ନୁହ। ତାର ଖାଦ୍ୟ,

ବସ୍ତ୍ର, ବାସସ୍ଥାନ ବ୍ୟତିତ

ସାମାଜିକ କର୍ମକର୍ମାଣି,

ଉତ୍ସବଅନୁଷ୍ଠାନପୂଜାପାର୍ବଣ

ଯାନିଯାତ,ଜୀବିକାଉପାର୍ଜନ

ନିମିତ୍ତ କାର୍ଯ୍ୟ, ଖେଳକୁଦ,

ନାଚଗୀତ ଏଭଳି ଅନେକ

କାର୍ଯ୍ୟରେ ସେ ନିୟୋଜିତ

ହେଉଛି। କର୍ମକ୍ଷେତ୍ରରେ

ଅଗ୍ରସର ହେଲା ବେଳେ

ସଫଳତା ଓବିଫଳତାନଦୀ

ର ଦୁଇ କୂଳଭଳି ତାର

ଜୀବନ ତରଣୀର ସ୍ଥିତି ଗତି

ପର୍ଯ୍ୟବେକ୍ଷଣ କରୁଛନ୍ତି।

କର୍ମକ୍ଷେତ୍ରରେ ସଫଳତା

ଓ ବିଫଳତାର ଲୁଚକାଳି

ଖେଳ ଲାଗି ରହିଥାଏ।

ଶୈଶବ ଠାରୁ ବାର୍ଦ୍ଧକ୍ୟ ସକଳ

ଅବସ୍ଥାରେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀ ହେଉ-

ଛି।ନିଜର ଦୈନଦିନ ଚଳଣି

ଜନ୍ମୋତ୍ସବ ବିବାହ ବ୍ରତ ସୁଧ

ସଂକ୍ରାନ୍ତି ଯାନିଯାତ ସକଳ,

ବାଧାବିଘ୍ନର ସମ୍ମୁଖୀନ

ହେଉଛି।ରୋଗ ବୈରାଗ

ତାପାଇଁ ବଡ଼ ଆଦ୍ଵାନ ।

କର୍ମକ୍ଷେତ୍ରରେ ବିଫଳତା

ଆସିବ ନିଶ୍ଚୟ।ଏବିଫଳତା

ହିଁ ସଫଳତାର ଚାବିକାଠି ।

ଧୈର୍ଯ୍ୟ ହରା ନ ହୋଇ

ଆଗକୁ ଅଗ୍ରସର ହେବା

ବିବେକବାନ ମନୁଷ୍ଯର

କାର୍ଯ୍ୟ,ଉଦ୍ଯମ ଜାରି ରଖିଲେ

ସମୟ କ୍ରମେ ସଫଳତା

ହାତ ମୁଠାକୁ ଆସିଯାଏ।

ପ୍ରତୀକ୍ଷା ଏହାର ସଫଳ

ଉପଚାର | ଅପେକ୍ଷାର

ଫଳ ମଧୁର ହୋଇଥାଏ।

ତଳି ପୋଡିଗଲା ବୋଲି ଚାଷ

କାର୍ଯ୍ୟ ବନ୍ଦ କରିଦେବା ?

ପରୀକ୍ଷାରେ ଅକୃତକାର୍ଯ୍ୟ

ଆମକୁ ପୁନଃ ପରୀକ୍ଷା ଦେବା

ରେ ବାଧା ସୃଷ୍ଟି କରିପାରିବ?

ଉଦ୍ଯମ ଜାରିରଖିଲେ ସମୟ

କ୍ରମେ ବର୍ଷା ହେବ ସୁଫଳ

ମିଳିବ। ପରୀକ୍ଷାରେ କୃତ

କାର୍ଯ୍ୟ ନିଶ୍ଚୟ ହେବ।ତେବେ

ଅପେକ୍ଷା କରିବାକୁ ହେବ।

ଉଦ୍ୟମ ଜାରି ରଖିବାକୁ ପଡିବ

କୌଣସି ଆନ୍ତରିକ ଉଦ୍ୟମ

କେବେ ବିଫଳ ହୁଏ ନାହିଁ।

ଉଦ୍ୟମ ସାଥୀରେ ସଫଳତା

ସଫଳତା ରହିଥାଏ, ସମୟ

ମିଳିବା କ୍ଷଣି ଆମ ହାତ

ପାଆନ୍ତାରେ ଉପଲବ୍ଧ ହୁଏ । ଉଦ୍ୟମ ହିଁ ସଫଳତାର

ମାର୍ଗଦର୍ଶକ ।

ଆମ ପୁରାଣ କଥା ।

ଦୃଢ଼ ପ୍ରତିଜ୍ଞ ମନ ସହଜରେ

ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଏ

ନାହିଁ। ସେ ସତୀ ସାବିତ୍ରୀ

ହୁଅନ୍ତୁ ବାଭକ୍ତ ପ୍ରହ୍ଲାଦ ହୁଅନ୍ତୁ,

ନଚିକେତା ହୁଅନ୍ତୁ ବା ଦାନ

ବୀର ହରିଶ୍ଚନ୍ଦ୍ର, ଅପେକ୍ଷାର

ଫଳ ସର୍ବଦା ମଧୁର ରହିଛି।

ମହାସତୀ ସୀତାଙ୍କୁ ରାବଣ

ପୁରରୁ ଉଦ୍ଧାର କରିବାପାଇଁ

କେତେଦିନ ପ୍ରଭୁ ରାମଚନ୍ଦ୍ର

ଙ୍କୁ ଅପେକ୍ଷା କରିବାକୁ ପଡି-

ଥିଲା? ପ୍ରତୀକ୍ଷାର ଫଳ

ସୁମଧୁର ନଥିଲା କି? ସତୀ

ଯାଜ୍ଞସେନୀଙ୍କ ବେଣୀବନ୍ଧନ

ର ପ୍ରତୀକ୍ଷା ତାଙ୍କର ଅସୀମ

ଧୈର୍ଯ୍ୟର ପରିଚୟ ଦିଏ ।

ବନବାସୀ ଶବରୀ ରାମଚନ୍ଦ୍ର

ଙ୍କୁ ଦର୍ଶନ କରିବାପାଇଁ କାହିଁ

କେଉଁ ଯୁଗରୁ ଅପେକ୍ଷାକରି

ରହିଥିଲା?

ପ୍ରବଳଦାରିଦ୍ର୍ୟରକଷା-

ଘାତ ମଧ୍ୟରେ ସୁଦାମା

କେବେ ପ୍ରତୀକ୍ଷାର ଅନ୍ତ

ଘଟାଇବା ପାଇଁ ଚେଷ୍ଟିତ

ଥିଲେ ? କର୍ତ୍ତିବ୍ୟ ହିଁ ଭଗ-

ବାନ, ସେ ତାଙ୍କର କର୍ତ୍ତବ୍ୟ

କରି ଚାଲିଥିଲେ। ଫଳ

କଣ ହେଲା? କର୍ତ୍ତିବ୍ୟନିଷ୍ଠ

ଓ କର୍ମତତ୍ପର ମନୁଷ୍ୟ

କଦାପି ତାର କର୍ତ୍ତବ୍ୟରୁ

ପଶ୍ଚାତ୍ପଦ ହୁଏନାହିଁ।

ଉତ୍କଳରଶ୍ରୀୟାଚଣ୍ଡାଳୁଣୀ

ର ଅପେକ୍ଷା ବିଫଳ ହୋଇ

ଥିଲା କି?ସକଳ ଐଶ୍ୱର୍ଯ୍ୟର

ଅଧିକାରିଣୀହୋଇସମାଜରେ ଏକ ବୈପ୍ଳବିକପରିବ-

ର୍ତ୍ତନ ଆଣିଥିଲା । ଲକ୍ଷ୍ମୀଙ୍କ

ପ୍ରତିକ୍ଷାର ଫଳ ତାକୁ ଧନ

ଜନ ଗୋ ଭୂମି ସକଳ

ଐଶ୍ୱର୍ଯ୍ୟର ଅଧିକାରିଣୀ

କରାଇ ପାରିଥିଲା।

ଏଡ଼େ ସୁନ୍ଦର ରୋମ୍

ନଗରୀ ବର୍ତ୍ତମାନର ଏ ସ୍ୱର୍ଗ

ରୂପ ପ୍ରଦର୍ଶନ କରାଇବା

ପାଇଁ କେତେକାଳ ଅପେକ୍ଷା

କରିବାକୁପଡ଼ିଥିଲା?କେତେ

ବର୍ଷ ସଂଘର୍ଷ କରି ମନୁଷ୍ଯ

ଆଜିରଏ ଯୁଗରେ ପଦାର୍ପଣ

କରିଛି?ଅପେକ୍ଷା କରିଛି।

କେବେ କଣ ପଛକୁ ଫେରି

ଚାହିଁଛି? ଅପେକ୍ଷା ହିଁ ସଫଳତାର ମୂଳମନ୍ତ୍ର।

ଦୀର୍ଘବର୍ଷର ପ୍ରତୀକ୍ଷା

ପରେ ଲାଙ୍ଗୁଳା ନରସିଂହ

ଦେବ କୋଣାର୍କରେ ବିଶ୍ୱ

କୀର୍ତ୍ତି ସ୍ମୃତି ସ୍ଥାପନ କରିଗଲେ

ମନ୍ଦିରମାଳିନୀ ଉତ୍କଳର

ଉତ୍କଷ୍ଟ କଳାର ପରିଚୟ

ତାର ଦୀର୍ଘ ପ୍ରତୀକ୍ଷାର ଫଳ । ଉପେନ୍ଦ୍ର ଭଞ୍ଜ କି କାଳିଦାସ

ରବୀନ୍ଦ୍ରନାଥ ବା ବିବେକା_ ନନ୍ଦ ଦୀର୍ଘ ପ୍ରତୀକ୍ଷାର ଫଳ

ତାଙ୍କୁ ବିଶ୍ୱବିଜୟୀ କରାଇ

ପାରିଥିଲା।ଭାରତର ସ୍ଵାଧୀ-

ନତା ପାଇଁ କମ୍ବର୍ଷ ସଂଘର୍ଷ

କରିବାକୁ ପଡିଥିଲା ?

ଫଳ କିପରି ହେଲା?ସମଗ୍ର

ବିଶ୍ୱ ବାସୀ ତଟସ୍ଥ ହୋଇଗଲେ। ଭାରତ

କ୍ରିକେଟରେ ପ୍ରଥମ ବିଶ୍ୱକପ୍

ହାସଲ କରିବାକୁ କେତେ

ବର୍ଷ ଅପେକ୍ଷା କରିବାକୁ

ପଡିଲା? ଦୀର୍ଘଅପେକ୍ଷା ପରେ ଭାରତ ଏବେ ଚନ୍ଦ୍ର

ପୃଷ୍ଠରେ ବିରାଜମାନ କରି

ବାକୁ ଯାଉଛି। ଭାରତର

ସବୁ କ କ୍ଷେତ୍ରରେ ସଫଳତା

ଦୀର୍ଘବର୍ଷର ଅପେକ୍ଷାର ଫଳ । ଆର୍ଥିକ ସାମାଜିକ

ସାମରିକ ରାଜନୈତିକ

ସକଳ କ୍ଷେତ୍ରରେ ସଫଳତା

ସେହି ଦୀର୍ଘ ଅପେକ୍ଷାର ଫଳ

ଦୀର୍ଘବର୍ଷ ଅପେକ୍ଷା ପରେ

ଏବେ ଵନ୍ଦେ ଉତ୍କଳ ଜନନୀ

କବିତା ଆଜିରାଜ୍ୟ ସଂଗୀତ

ର ମାନ୍ୟତା ପାଇଛି। ଏହା

କେତିକି ଆମୋଦଦାୟକ !

ବାସ୍ତବିକ୍ ପ୍ରତୀକ୍ଷା

ଯେତିକି ଯନ୍ତ୍ରଣା ଦାୟକ ତା

ଠାରୁ ବହୁଗୁଣରେ ଆମୋଦ

ଦାୟକ ସଫଳତା । ଫଳ

ସର୍ବଦା ଆମୋଦ ଦାୟକ ।

ବୄକ୍ଷ ମୁତାବକ ଫଳ କେଉଁଟି ଅଦରକାରି ? ତା

ପଛର ଉଦ୍ୟମ ହେଉଛି.

ବଡକଥା। ପୁଣି ସଫଳତା

ମାନ ସିକ ଭାବେ ଆମ

ଉପରେ ଗଭୀର ପ୍ରଭାବ

ପକାଇଥାଏ ଯା ଫଳରେ

ବାରମ୍ଵାର ସଫଳତା ପାଇ

ପାରୁ। ଅପେକ୍ଷାର ଫଳ

ସର୍ବଦା ମିଠା ହୋଇଥାଏ।

 

ଫଳକୁ ଆଶା ନରଖି

କରିଯାଅ କର୍ମ

ପ୍ରତୀକ୍ଷା କର ଅଧୀର

ନହୁଅ ଏ ଧର୍ମ

ଅପେକ୍ଷାର ଫଳ ସଦା

ହୁଏ ସୁମଧୁର

ଅଦମ୍ୟ ଉଦ୍ୟମ କର

ବିଶ୍ୱ ନାରୀନର

 

ସୀମାଞ୍ଚଳ ପଣ୍ଡା, ଶିକ୍ଷକ,

ଡ଼େଙ୍ଗାଡ଼ି, ଗଞ୍ଜାମ,

 

 96 total views,  1 views today

Leave a Reply

Your email address will not be published. Required fields are marked *