March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଘରଚଟିଆର ଚିଠି — ମମତା ଶତପଥୀ

ଘରଚଟିଆର ଚିଠି

 

ନମସ୍ଯ ପ୍ରକୃତିପ୍ରେମୀ ସୁବ୍ରତ ବାବୁ

ମୋର ଓ ମୋ ପରିବାରର କୃତଜ୍ଞତା ଗ୍ରହଣ କରିବେ। ସମସ୍ତେ ଜାଣନ୍ତି ମତେ ଲେଖାପଢା ଜଣା ନାହିଁ। ମୁଁ ଚିଠି ଲେଖିବା ହାସ୍ୟାସ୍ପଦ ନିଶ୍ଚୟ। ହଁ ତାହା ଠିକ୍ କଥା। କିନ୍ତୁ ଲେଖାପଢା ନଜାଣିଲେ ମଧ୍ୟ ମୁଁ ମୋ ମନର ଭାବକୁ ବ୍ୟକ୍ତ କରିପାରିବି। ହୃଦୟର ଭାଷା ଶୁଣାଇପାରିବି।ମୋ ହୃଦୟର ଭାବକୁ ଯେ କେହି କାଗଜ କଲମରେ ଉତ୍ତାରି ପାରିବ।

ଦିନ ଥିଲା ମୋ ପୂର୍ବପୁରୁଷଙ୍କ କିଚିରି ମିଚିରି ଶବ୍ଦରେ ତୁମ ପୂର୍ବପୁରୁଷଙ୍କ ଦିନ ଆରମ୍ଭ ହେଉଥିଲା। ଘରଚଟିଆମାନଙ୍କ କୋଳାହଳ ନାଦରେ ମୁଖରିତ ହେଉଥିଲା ପ୍ରତ୍ୟେକ ପ୍ରତ୍ୟୁଷ। ଆଳସ୍ୟରେ ଶଯ୍ୟା ତ୍ୟାଗ କରୁନଥିବା ଆଳସ୍ଯପରାୟଣ ମନୁଷ୍ୟ ଗଣ ସେ ନାଦରେ ପ୍ରଭାବିତ ହୋଇ ଶଯ୍ୟା ତ୍ୟାଗ କରୁଥିଲେ।ଭିଡିମୋଡି ହୋଇ ବିଛଣା ଛାଡିଲା ପରେ ସେମାନେ ଘରଚଟିଆମାନଙ୍କ ପ୍ରତି କ୍ରୋଧିତ ହେଉନଥିଲେ, ବରଂ କୃତଜ୍ଞତା ଜଣାଉଥିଲେ।ସୁନ୍ଦର ସକାଳକୁ ସେମାନେ ଉପଭୋଗ କରୁଥିଲେ।

ମୋ ପିଲାଦିନ କଥା ମୋର ମନେପଡୁଛି।ଗୋଟିଏ ଚାଳଘରର ରୁଅ ଶେଣୀ ଫାଙ୍କରେ ମୋ ବାପା ମାଆ ଗଢିଥିବା ସୁନ୍ଦର ବସାଟିରେ ମୁଁ ଜନ୍ମ ହୋଇଥିଲି। ଜନ୍ମ ହେବା ଠାରୁ କିଛିଦିନ ଯାଏଁ ମୁଁ କିଛି ଦେଖିପାରୁନଥିଲି।ଭୋକ ହେଲେ ଚିଁ ଚିଁ ଶବ୍ଦ କରୁଥିଲି।ମୋ ମା ମୋ ଥଣ୍ଟରେ ଅଧାର ଦଉଥିଲା।

ମୋ ଆଖି ଫିଟିଲା ପରେ ମୁଁ ବସାରୁ ଜୁଳୁଜୁଳୁ ଚାହିଁ ବାହାର ଦୁନିଆ ଦେଖିଲି।ଓଃ ସେଦିନ ମୋର କି ଖୁସି ! ଶାଗୁଆ ଶାଗୁଆ ଗଛ ପତ୍ର,ଡେଣା ହଲାଇ ଉଡୁଥିବା ସୁନ୍ଦର ସୁନ୍ଦର ପ୍ରଜାପତି,କଙ୍କି, ଧୀର ପବନରେ ମୁଣ୍ଡ ହଲାଉଥିବା ଜାତି ଜାତି ଫୁଲ ସବୁ ମୁଁ ଦେଖିପାରିଲି।ସେ ଘର ଅଗଣାରେ ଗୁରୁଣ୍ଡୁଥିବା ମଣିଷ ଛୁଆଟିକୁ ଦେଖି ମୁଁ ବହୁତ ଖୁସି ହେଲି। ଏମିତି ବାହାର ଦୁନିଆକୁ ଦେଖି ମୁଁ ଭୋକ ଶେଷ ଭୁଲିଯାଇଥିଲି।ମା କିନ୍ତୁ ଭୋକ ବେଳ ଜାଣି ଥଣ୍ଟରେ ଅଧାର ନେଇ ଉଡି ଉଡି ଆସିଲା।ତା ଥଣ୍ଟରେ କେତେ ଧାନ ଆଣିଥିଲା କେଜାଣି ଆମ ସବୁ ଭାଇ ଭଉଣୀଙ୍କ ଥଣ୍ଟରେ ବାଣ୍ଟି ବାଣ୍ଟି ଖୁଆଇଦେଲା। ମୁଁ ସେତେବେଳେ ଦେଖିଲି,ଗୁରୁଣ୍ଡୁଥିବା ସେ ଛୁଆଟିକୁ ତା ବୋଉ କାଖେଇ ନେଇ ଖୁଆଇଦେଉଛି।ତା ବୋଉ ହାତ ବଢେଇ କିଚିରି ମିଚିରି ହେଉଥିବା ଆମକୁ ତା ଛୁଆକୁ ଦେଖାଇଦେଉଥିଲା।ଆମକୁ ଦେଖି ଛୁଆଟି ଆନନ୍ଦରେ ଆଁ କରି ଖାଇ ଦେଉଥିଲା।

ଭାରି ମଜାଦାର ଥିଲା ସେ ଦିନ ସବୁ।ମନେ ପଡିଲେ ସ୍ବପ୍ନ ଭଳି ଲାଗୁଛି।

ମୁଁ ଖଣ୍ଡିଉଡା ଦେଇ ଭଲକି ଉଡିବା ଶିଖିସାରିଥିଲି। ହଠାତ୍ ସେ ଚାଳଘରଟି ଭଙ୍ଗାଗଲା। ମୁଁ ଉଡିଶିଖିଥିଲି ବୋଲି ବଞ୍ଚିଗଲି।ମୋ ଭାଇ ଭଉଣୀ ସେ ଘର ତଳେ ଚାପି ହୋଇ ମରିଗଲେ।ମୋ ବାପା ମା ଅଧାର ଆଣି ଫେରିଲା ବେଳକୁ ଏ ଅବସ୍ଥା ଦେଖି ବହୁତ କାନ୍ଦିଲେ। ମୁଁ ପାଖ ପଣସ ଗଛରେ ବସିଥିଲି।ବାପା ମା’ଙ୍କ ବିକଳ ଦେଖି ତାଙ୍କ ପାଖକୁ ଉଡି ଆସିଲି।ଯାହା ହେଉ ମତେ ଦେଖି ତାଙ୍କ ଦୁ‍ଃଖ ଟିକେ କମିଲା।ମତେ ନେଇ ସେମାନେ ବଣ ଭିତରକୁ ପଳାଇଲେ। କିନ୍ତୁ ମୋ ମନ ସେ ଟିକି ଛୁଆଟିକୁ ଝୁରୁଥିଲା। ଆଖି ସେହି ଚାଳଘରଟାକୁ ଖୋଜୁଥିଲ। ବେଳେବେଳେ ମୁଁ ବଣରୁ ମୋ ଜନ୍ମସ୍ଥାନକୁ ଆସେ।ଯେତେବେଳେ ସେ ପିଲାଟିକୁ ଦେଖେ ମତେ ବହୁତ ଖୁସି ଲାଗେ।ମତେ ଦେଖି ପିଲାଟି ମଧ୍ୟ ଭାରି ଖୁସି ହୋଇଯାଏ।

କିଛି ମାସ ପରେ ମୁଁ ବାପାମାଆଙ୍କ ବସା ଛାଡି ବଣରେ ନୂଆ ବସା ଗଢିଲି।ମତେ ସଙ୍ଗିନୀଟିଏ ମିଳିଗଲା।ସେ ଓ ମୁଁ ନୂଆ ବସାରେ ରହିଲୁ।ମୋ ମନରେ କିନ୍ତୁ ଜନ୍ମସ୍ଥାନ କଥା ଉଙ୍କି ମାରେ। ମୁଁ ଏକା ଏକା ଉଡି ଯାଇ ଚାଳଘର ବଦଳରେ ଗଢା ହୋଇଥିବା କୋଠାଘରକୁ ଦେଖେ। ଦିନେ ଦେଖିଲି ଜଣେ ଯୁବକ ଅଗଣାରେ, କିଛି ଚାଉଳ,ଧାନ ବିଞ୍ଚୁଛନ୍ତି।ସେ ଯୁବକ ଜଣକ ଆଉ କେହି ନୁହନ୍ତି।ସେ ଯୁବକ ହେଉଛନ୍ତି ଆପଣ,ଅର୍ଥାତ୍ ପ୍ରକୃତିପ୍ରେମୀ ସୁବ୍ରତ ନାଥ। ମୁଁ ଲୋଭରେ ନପଡି କିଛି ସମୟ ଅପେକ୍ଷା କଲି। ଦେଖିଲି,ପାରା,କୁଆ,ବଣି ପ୍ରଭୃତି ଚଢ଼େଇ ଖୁସିରେ ଧାନ,ଚାଉଳ ଖୁଣ୍ଟି ଖଣ୍ଟି ଖାଉଛନ୍ତି।ମୁଁ ମଧ୍ୟ ସେମାନଙ୍କ ସହିତ ଧାନ ଚାଉଳ ଖାଇଲି।ପୁଣି ଦୁଇ ଦିନ ପରେ ଆସି ଦେଖେତ,ସେ ଘର ବାଲ୍ କୋନିରେ ସୁନ୍ଦର ଗୋଟିଏ ପକ୍ଷୀ ବସା।ଵସା ଭିତରେ,ମୋ ମା ଯେମିତି କାଠି କୁଟା ସଜାଇଥିଲା,ସେ ବସା ଭିତରେ ମଧ୍ୟ ସେମିତି କାଠିକୁଟା। ପାଖରେ ପୁଣି ଧାନ କେଣ୍ଡା, ମାଣ୍ଡିଆ କେଣ୍ଡା ଆଉ ପିଇବା ପାଇଁ ପାଣି ମଧ୍ୟ ରଖାଯାଇଛି। ଖୁସିରେ ମୋ ମନ ନାଚି ଉଠିଲା।ବଣରେ ମତେ ଭଲ ଲାଗୁନଥିଲା।ପ୍ରତି ପଦେ ପଦେ ଜୀବନ ପ୍ରତି ବିପଦ ଥିଲା। କେତେବେଳେ ମାଙ୍କଡ ବସା ଭାଙ୍ଗୁଥିଲା,ତ, କେତେବେଳେ ସାପ ସବୁ ଅଣ୍ଡା ଖାଇଦେଉଥିଲା।ମନରେ ପ୍ରଶ୍ନ ଉଠିଲା,–ମତେ ଧରିବା ପାଇଁ କିଏ ଏଭଳି ବ୍ୟବସ୍ଥା କରିଛିକି ? ତେଣୁ ହଠାତ୍ ସେ ବସାକୁ ମୋ ସଙ୍ଗିନୀକୁ ନ ଆଣି,ଏକା ଏକା ପରୀକ୍ଷା ନୀରିକ୍ଷା ଆରମ୍ଭ କଲି।ଧାନ ଖାଇଲି,ପାଣି ପିଇଲି, ଗଲାବେଳକୁ ଥଣ୍ଟରେ ଛୋଟ ଧାନ କେଣ୍ଡାଟିଏ ମୋ ସଙ୍ଗିନୀ ପାଇଁ ନେଇଗଲି।ସେ ମୋ ସାଙ୍ଗରେ ଆସିବା ପାଇଁ ଅଳି କଲା। ମୁଁ “କହିଲି ରହ ଆଉ କିଛି ଦିନ ଧୈର୍ଯ୍ୟ ଧର।ଯଦି ସବୁ ଠିକ୍ ଠାକ୍ ଥାଏ,ତୁ ମୁଁ ସାଙ୍ଗ ହୋଇ ନୂଆବସାକୁ ପଳେଇବା।”

ଏମିତି କିଛି ଦିନ ଗଲା।

ବାର ଦିନ ପରେ ଆମେ ସାଙ୍ଗ ହୋଇ ସେ ନୂଆବସାକୁ ଚାଲିଆସିଲୁ।

ମୁଁ ଏଡେ ସୁନ୍ଦର ବସାଟି ତା ପାଇଁ ରଖିଛି ବୋଲି ମୋ ପ୍ରିୟା ଖୁସି ହୋଇ ମୋ ଥଣ୍ଟରେ ତା ଥଣ୍ଟ ଘସି ମତେ ଗେଲ କଲା। ଆପଣ ଅଳ୍ପ ଦୂରରେ ଠିଆ ହୋଇଥିଲେ।ପାଖରେ ଛୁଆପୁଅକୁ କାଖେଇ ଆପଣଙ୍କ ସ୍ତ୍ରୀ ଠିଆ ହୋଇଥିଲେ। ମୁଁ ମୋ ପ୍ରିୟା କୁ କହିଲି,” ନାହିଁ ଲୋ ହୁଣ୍ଡି,ଏଡେ ସୁନ୍ଦର ବସା ମୁଁ କ’ଣ ତିଆରି କରିପାରିବି !ଏ ଯୋଉ ବାବୁ ଏଠି ଠିଆ ହୋଇଛନ୍ତି ସେ ଆମ ପାଇଁ ଏ ବସା ରଖିଛନ୍ତି। ତାଙ୍କ ପୁଅ ମତେ ଦେଖିଲେ ଖୁସିରେ ଖାଇ ଦିଏ।ତୁ ଜାଣିଛୁନା, ମଣିଷ ଛୁଆସବୁ ଭାରି ଅଝଟିଆ।ସହଜେ ଖାଆନ୍ତିନି। ଆଜିକାଲି ବହୁତ ଛୁଆ ବଡ ମୋବାଇଲ୍ ଫୋନ୍ ଦେଖି ଆରାମରେ ଖାଇଦେଉଛନ୍ତି। କିନ୍ତୁ ଏ ବାବୁ ଯେମିତି ଭଲ,ତାଙ୍କ ଛୁଆପୁଅ ମଧ୍ୟ ସେମିତି ଭଲ।ଦେଖୁନୁ ସେ କେତେ ଆନନ୍ଦରେ ଆମକୁ ଚାହିଁ ରହିଛି।”

ମୁଁ ପୁଣି ମୋ ଜନ୍ମ ସ୍ଥାନଟିକୁ ଫେରି ପାଇ ବହୁତ ଖୁସି ହେଉଥିଲି, କିନ୍ତୁ ବଣରେ ଛାଡି ଆସିଥିବା ମୋ ସାଙ୍ଗ ସାଥିଙ୍କ ପାଇଁ ମୋ ମନ ଦୁଃଖ ହେଉଥିଲା। ତାପରେ ଦିନେ ଦେଖିଲି ଆପଣ ଆମ ବସା ଭଳି କୋଡ଼ିଏଟି ବସା ଆପଣଙ୍କ ଘର ଚାରିପଟେ ରଖିବା ବ୍ୟବସ୍ଥା କଲେ।ଧାନ, ମାଣ୍ଡିଆ ରଖିଲେ।ମୋ ସାଙ୍ଗମାନଙ୍କୁ ମୁଁ ଡାକିଆଣିଲି।ଏବେ ଆମେ ପ୍ରାୟ ଚାଳିଶିଟି ଘରଚଟିଆ ଆପଣଙ୍କ ଘର ଚାରିକଡେ ଆନନ୍ଦରେ ରହୁଛୁ। ଅନ୍ୟ ସାଙ୍ଗମାନଙ୍କ ଠାରୁ ଶୁଣୁଛି, ଆପଣଙ୍କ ଦେଖା ଦେଖି ଅନେକ ଲୋକ ନିଜ ଘର ଚାରିପଟେ ଆମ ବସା ଭଳି ଚଢେଇ ବସା ରଖିଲେଣି।ଏହା ଆମ ପାଇଁ ତଥା ମାନବ ସମାଜ ପାଇଁ ହିତକାରକ।

ଆମେ ସବୁଦିନ ଆପଣ ଓ ଆପଣଙ୍କ ପରିବାରର ତଥା ପୂରା ମାନବ ସମାଜର ମଙ୍ଗଳ ପାଇଁ ଠାକୁରଙ୍କୁ ଡାକୁଛୁ।

ଏତିକିରେ ରହୁଛି।(ଇତି)

ଆପଣଙ୍କ ପ୍ରିୟ ଘରଚଟିଆ

 

ମମତା ଶତପଥୀ

କେନ୍ଦ୍ରାପଡ଼ା

Loading

Leave a Reply

Your email address will not be published. Required fields are marked *