ମନ ଅଗଣା..
—————
ମନ ଅଗଣା ଟି ମୋର,
ସୀମାହୀନ ଶେଷହୀନ
ବିତାନଠୁ ବିସ୍ତୃତ ପରିଧି,
ତୁମେ ଯେବେ ଛୁଇଁ ଯାଅ
ଆକାଶେ ଆଦର ନେଇ
ପଦଚି଼ହ୍ନ ଲଂଘଇ ପରିଧି.
ଆଖିରୁ ଆକାଶ ଜାକ
ଜକ ଜକ ତୁମ ମୁହଁ
ତୁମ ବିନା ଅଦୃଶ୍ୟ ଊରବୀ,
ଦୂରେ ଗଲେ ଝୁରି ହୁଏ
ମଞ୍ଜ ଥରା ଶ୍ୱାସ ବହେ
ମୁହୂର୍ତ୍ତେ କଷଣ ନୋହେ ଭାବି.
ତୁମେ ହସ ଫୁଲ ବାସେ
ଭାଷାରେ କୋକିଳ ଭାଷେ
ଅଭାବରେ ଭରଇ ପ୍ରାଚୁର୍ଯ୍ୟ
ଯନ୍ତ୍ରଣା ଜୀବନ ହୁଏ
ଆକାଂକ୍ଷା ତର୍ପଣ ହୁଏ
ଦାରିଦ୍ର୍ୟତା ସାଜଇ ଐଶ୍ଵର୍ଯ୍ୟ.
ବିଶ୍ୱାସର ବସନ୍ତରେ
ସବୁଜ ଦୁନିଆଁ ତୁମେ
ସାରା ରାତି ଚେଇଁ ଦେଖା ସ୍ବପ୍ନ,
ନୀରବତା କୋଳାହଳେ
ସ୍ପନ୍ଦନର କ୍ରନ୍ଦନରେ
ମରମ ବୋଳା ଦିହକ ପ୍ରେମ.
ସ୍ତୁତ ତୁମେ ଅଭୀଷ୍ଟ ବି ତୁମେ,
ନିତ୍ୟୋଦୟ ନ ହୁଅ ବିଲୟ,
ଅଗଣା ଥାଉ ଆସ୍ତିର୍ଣ୍ଣ
ସଂକୀର୍ଣ୍ଣ ବା ନହୁ ଶୀର୍ଣ୍ଣ
ତୁମେ ଥାଅ ଅକ୍ଷୟ ଅବ୍ୟୟ 🌹
ମିନତି ଦାଶ
ବାରିପଦା