April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବଖରାଏ ଘର — ପ୍ରୀତିରଞ୍ଜନ ନାୟକ

ବଖରାଏ ଘର

 

ଆକାଶ ନିର୍ମଳ।ବାତ୍ୟା ପରର ସକାଳ ବେଶୀ ନିର୍ମଳ ଆଉ ସଫା ଦିଶେ।ଆଜି ବି ଠିକ୍ ସେମିତି ସକାଳର ସୂର୍ଯ୍ୟ ସିନ୍ଦୂରା ଫଟେଇ ବାହାରକୁ ଆସିଥାନ୍ତି।ଗଛ ସବୁ ଡାଳ ପତ୍ର ହରେଇ ଶାନ୍ତ ହୋଇ ଯାଇଥାନ୍ତି। କୋଳାହଳ ଶବ୍ଦ ଭାସି ଆସୁଥାଏ ଗାଁ ଶେଷ ମୁଣ୍ଡରୁ।

 

ସୁଲୋଚନା, ଅନ୍ତଫାଡ଼ି ରମେଶ ଆଉ ସୁରେଶ ନାମ୍ନୀ ଦୁଇ ଛୁଆଙ୍କୁ ଜନ୍ମ ଦେଇଥିବା ଜଣେ ମାଆ ।ଗାଡି ଧକ୍କାରେ ଅମରେନ୍ଦ୍ର ଚାଲିଗଲା ପରେ ପର ଘର ପାଇଟି କରି ତାଳି ପକା ବ୍ଲାଉଜ୍ ଆଉ ଛିଣ୍ଡା ଲୁଗାରେ ନିଜ ଜୀବନକୁ ବାନ୍ଧିଦେଇ ଛୁଆ ଦୁହିଁଙ୍କୁ ମଣିଷ କରିଛି।ଏକାବେଳେ ବାପା ଆଉ ମାଆର କର୍ତ୍ତବ୍ୟ କରିଛି ସେ।ଜଣେ ପ୍ରତିଷ୍ଠିତ ଡାକ୍ତର ଆଉ ଜଣେ ରିସର୍ଚ୍ଚ ସେଣ୍ଟରରେ ବଡ଼ ବୈଜ୍ଞାନିକ। ଉଚ୍ଚ ଶିକ୍ଷା ଯେ ଦେଇ ପାରେ ଉଚିତ୍ ଶିକ୍ଷା ତାହା ନୁହେଁ।ଏଠି ବ୍ୟତିକ୍ରମ ଦେଖିବାକୁ ମିଳେ।ଗାଁ ମୁଣ୍ଡରେ ସେଇ ବଖରାଏ ଘର ସେମିତି ପଡ଼ିରହିଛି କିମ୍ବଦନ୍ତୀ ହୋଇ ଆଉ ମାଆଟି ସାଜିଛି ପ୍ରତିମା।ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ମାଆକୁ ଭୁଲି ଭିଟାମାଟିକୁ ଭୁଲି ସିଆଡେ ପରିବାର ନେଇ ରହିଗଲେ ଆଉ ଏଠି ଏକା ପଡ଼ିରହିଲେ ମାଆ।ଦୁଇ ଓଳି ଖାଇବା ଦେହକୁ ଖଣ୍ଡେ ପିନ୍ଧିବା ଆଉ ମୁଣ୍ଡକୁ ଛାତ କଥା ଟିକେ ବୁଝିବାକୁ ସମୟ ନଥିଲା ସେମାନଙ୍କୁ।ସେମାନେ ଯେ ଏବେ ବାପା ମାଆ ।ଆଉ ନିଜ ମାଆକୁ କେମିତି କରୁଛନ୍ତି ହତାଦର! ଲୋଚା କୋଚା ହାତ ଗୋଡ ଦର୍ଶାଏ ବୁଢ଼ୀର ପରିଣତ ବୟସକୁ। ଆଖି ଖୋସି ହୋଇଯାଇଛି କୋରଡ ଭିତରେ ଆଉ ଅନ୍ଧାର ମାଡ଼ି ଆସିଲେ ଜୀବନ ଅନ୍ଧାର ହୋଇଯାଏ ବୁଢ଼ୀ କୁ ଅନ୍ଧାରକଣା ପାଇଁ। ନିଜ ନିତ୍ୟକର୍ମ ବି ବେଳେ ବେଳେ କରିପାରୁନି ଆଉ।ଏତେ ବୟସରେ ରୋଷେଇ କରି ଖାଇବା କାଠିକର ପାଠ।ପଡୋଶୀଙ୍କ ଦୟାରେ ଜୀବନ ଗଡୁଥାଏ। ଗୁଣ୍ଡେ ଖାଇ ଖଣ୍ଡେ ପିନ୍ଧିବାକୁ ପାଉନଥିବା ଲୋକ ତା ବଖରାଏ ଘରର ଦୂରାବସ୍ଥା କଥା ଭାବିବା ହାସ୍ୟାସ୍ପଦ ନୁହେଁ କି? ବର୍ଷା ହେଲେ ଘର ଭିତରେ ତାଟିଆ , ବାଲଟି ଯାହା ପାଏ ଥୁଏ ।ନହେଲେ ଚଟାଣ ଭିଜି ଭୁରୁ ଭୁରୁ ହୋଇଯିବ ଯେ। ଚାଳରୁ ଥପଥପ ପଡୁଥିବା ପାଣି ମନେ ପକାଇ ଦିଏ ଅତୀତର ପ୍ରଚ୍ଛଦପଟ୍ଟକୁ ଆଉ ଅନାୟସରେ ଦୁଇ ଧାର ଲୁହ ଚିବୁକ ସ୍ପର୍ଶ କରି ନିମ୍ନଗାମୀ ହେବାରେ ବ୍ୟସ୍ତ ହୁଅନ୍ତି।ଯେଉଁ ଘରକୁ ଦିନେ ଅମରେନ୍ଦ୍ର ତାଙ୍କୁ ବୋହୂ କରି ଆଣିଥିଲେ ସେହି ଘରୁ ଦିନେ ଅମରେନ୍ଦ୍ରଙ୍କ ମଡ଼ା ଉଠିଥିଲା ଆଉ ସେହି ଘରେ ଦୁଇ ଦୁଇଟା ବାପ ଛେଉଣ୍ଡ ଛୁଆଙ୍କୁ ସେ ବଡ଼ କରିଥିଲେ ଆଉ ଆଜି ଦେଖ ସେ ଘର କେମିତି ପରିତ୍ୟକ୍ତ ।ଘରକୁ ସଜାଡିବାକୁ ଅର୍ଥ ବି କୁଆଡୁ ଆସିବ।ନିଜ ଲୋକ ତ ପର କରିଦେଲେ।ସରକାରଙ୍କ ମାଳମାଳ ଯୋଜନା।ପକ୍କା ଘର ଯୋଜନା।ବୁଢ଼ୀ ଲୋକ।ସେ ବା କୁଆଡୁ ବୁଝିବ ଫନ୍ଦିରି କଥା! ହାତ ଗୁଞ୍ଜା ଦେଇପାରିଲାନି ବୋଲି ଅଟକି ରହିଲା ନାଲି ଫିତା ତଳେ। ଜିଓ ଟ୍ୟାଗ୍ ବାଲାଟା ଟିପ ଚିହ୍ନ ଆଉ ଫଟୋ ନେଇ ବୁଢ଼ୀ ନାଆଁରେ ଘର ନେଇ ଆସିଲା ଆଉ ନିଜ ଘର ସହ ଯୋଡିଦେଲା ବୁଢ଼ୀର ଅଜାଣତରେ। ବଖରାଏ କୋଠାର ସ୍ବପ୍ନ ବି ଧୂଳିସାତ। ମୁଣ୍ଡ ଉପରେ ଛାତ ଖୋଜୁ ଖୋଜୁ ଛାତଟା ବାଟ ମାରଣା ହୋଇଗଲା। ବଡ଼ ବଡ଼ ବାତ୍ୟାରେ ସ୍ଥିର ଥିବା ତା ସ୍ମୃତିର ଘରଟା କିନ୍ତୁ ଏବର୍ଷ ବାତ୍ୟାରେ ଧରାଶାୟୀ।ବଡ଼ ଚାକୁଣ୍ଡା ଗଛ ତଳେ ଚାପି ହୋଇଯାଇଥାଏ ସେଇ ବଖରାଏ ଘର ଆଉ ସବୁ ସ୍ମୃତି ସହ ନୀରବି ଯାଇଥାନ୍ତି ସୁଲୋଚନା ।

 

ବୟସ ବଢିବା ସହ ଜ୍ଞାନ ବୃଦ୍ଧି ହୁଏ ବୋଲି ସମସ୍ତେ କୁହନ୍ତି।କିନ୍ତୁ ଏମିତି ବହୁତ୍ ଉଦାହରଣ ଅଛନ୍ତି ଯେଉଁ ମାନେ ଭାବି ପାରନ୍ତିନି ଯେ ବର୍ତ୍ତମାନ ଯାହାଙ୍କୁ ସେମାନେ ହତାଦାର କରୁଛନ୍ତି ,ସେମାନଙ୍କ ସ୍ଥାନରେ ଦିନେ ସେ ନିଜେ ପହଞ୍ଚିବେ।କର୍ମ ଘେନି ଫଳ ମିଳିବା ନିଶ୍ଚିତ।

 

ପ୍ରୀତିରଞ୍ଜନ ନାୟକ

କେନ୍ଦ୍ରାପଡ଼ା

Pritiranjan Nayak

Loading

Leave a Reply

Your email address will not be published. Required fields are marked *