ଆଇନା ର ସମ୍ପର୍କ
ସେଦିନ କାଇଁ ଇଛା ହେଲା ଆଇନା ଆଗରେ ଛିଡ଼ା ହେଇ କିଛି କ୍ଷଣ ବିତାଇବା ପାଇଁ । ଆଇନା ସହ କିଛି କ୍ଷଣ କଥା ହେବା ପାଇଁ । ଆଇନା ଆଗରେ ଯାଇ ମୁଁ ଛିଡ଼ା ହେଇ ତାକୁ ପଚାରିଲି ହେ ନିର୍ଜିବ ଆଇନା ତୁ ତୋ ଦେହରେ ତୋ ଜୀବନ ନାହିଁ ହେଲେ ତୋ ଭିତରେ ମୋ ପ୍ରତି ଛବି କେମିତି ଆସୁଚି । ମୁଁ ଯାହାବି କଲେ ତୋ ସାମ୍ନାରେ କଣ ପାଈଁ ତୁ ବି ସେଇଆ କରୁଚୁ । ଆଇନା ଉତ୍ତର ଦେଲା – ତୁ ମୋ ଆଗରେ ଛିଡ଼ା ହେଲେ ମୁଁ ସବୁକିଛି କହିଦେଇ ପାରିବି । ହେଲେ ମୋ ଆଗରୁ ତୁ ଦୂରେଇ ଗଲେ ମୁଁ ପୁଣି ନିର୍ଜିବ ହେଇଯିବି । ତୋ ମନରେ କଷ୍ଟ ଥିଲେ ତୁ ଆସି ମୋ ଆଗରେ ଛିଡ଼ା ହେଇ କାନ୍ଦୁ ।ନିଜର ପ୍ରତି ଛବି ଦେଖୁ ଆଉ ତୁ ଜାଣୁ ଯେ ତୁ କଣ ।? ଏମିତି କଣ କାମ କଲୁ ଯେ ତୋତେ କାନ୍ଦିବାକୁ ପଡ଼ିଲା। ସେତେବେଳେ ତୁ ତୋ ନିଜ ସାଙ୍ଗରେ କଥା ହେଉ ଆଉ ଜାଣିପାରୁ ତୁ କେମିତି ମଣିଷ । ହୁଏ ତୋ ତୋତେ ବାହାରେ ଭଲ କି ଖରାପ କହିଥାନ୍ତି । ହେଲେ ତୁ ଯେବେ ମୋ ସାମ୍ନାକୁ ଆସିଯାଉ। ତୁ ଜାଣିଯାଉ ଯେ ତୁ ସତର ଭଲ କି ଖରାପ୍ । ଏ କଥା ବି ଜାଣିଯାଉ ତୁ କେତେ ଠିକ୍ ଆଉ କେତେ ଭୁଲ୍ ।। ମୁଁ ତୋ କାଚ ର ତିଆରି ପଡ଼ି ଗଲେ ଚୁନା ଚୁନା ହେଇଯିବି ତଥାପି ମୁଁ କେବେ ହାର୍ ମାନେନା । ଚୁନା ହେଇଥିବା କାଚର ବି ମୁଁ ତମକୁ ତମ ପ୍ରତିଛବି ଦେଖାଇ ଥାଏ ।ତମ ମଣିଷ ଜୀବନ ରେ ଯେତେ ଅଂଶ ଅଛି ତମେ କମ୍ ଦେଖିପାର ହେଲେ ମୁ ଅଧିକ ଦେଖେ । ତୁ ଯେତେବେଳେ ଯେଉଁଠିକି ଗଲେ ହୁଏ ତୋ ତୁ ତୋ ପୋଷାକ ନିଜ ପସନ୍ଦ ରେ ବାଛି ପିନ୍ଧିଥାଉ । ହେଲେ ତୋ ଛବି ଦେଖାଇବା ପାଈଁ ତୁ ମୋ ପାଖକୁ ଆସିଥାଉ । ମୋତେ ଖୋଜି ଥାଉ ।
ଅନିରୁଦ୍ଧ ତିଆଡ଼ି
ବାଲେଶ୍ବର ଅଡ଼ା ମାଣିତ୍ରି