ଚୁଗୁଲି
ଚୁଗୁଲି କରିବା ଯାହାର ସ୍ବଭାବ
ସଦା ଚୁଗୁଲି କରଇ
ଖଚ ମିଛ କହି ଅନ୍ୟର ନାମରେ
ଚୁଗୁଲି ସେ କରିଥାଇ ।।
ନିଜ ସ୍ବାର୍ଥ ପାଇଁ ଏଘରେ ମାଉସୀ
ସେଘରେ ପିଉସୀ ହୁଏ
ପ୍ରିୟ ହେବାପାଇଁ ଭଲେଇ ଦେଖେଇ
ଚୁଗୁଲି ସେ କରୁଥାଏ।।
ଚୁଗୁଲି ପଣରେ ସରି ଯାଇଅଛି
ଆମ ଗାଆଁ ନଖି ନାନୀ
ଘର ଘର ବୁଲି ଚୁଗୁଲି କରଇ
ଅଣ୍ଟାରେ ଭିଡି ତା କାନୀ।।
କାହା ପୁଅ ବୋହୂ ଦୂରର କଥା
ନିଜ ଘର ଛାଡେ ନାହିଁ
ନିଜ ବୋହୂ ଭଲ ରାନ୍ଧି ଜାଣି ନାହିଁ
ଚୁଗୁଲି ସାହିରେ କହି।।
ରାମ ବାବୁ ପୁଅ ବିଦେଶୀ ଝିଅକୁ
ବାହା ହୋଇ ଆସି ଅଛି
କାଳୀ କୋତରୀଟା ଭାରି ଅସୂନ୍ଦରି
ଧନ ଆଣିନାହିଁ କିଛି।।
କିଏ ଘରେ ମାଛ ମାଉଁସ ଖାଉଛି
କିଏ ପୁଣି ପାଉ ନାହିଁ
ଗାଆଁଟି ଯାର ସବୁ ଖବରକୁ
ବଢାଇ ଚୁଗୁଲି କହି।।
କେତେ ଘର ପୁଣି ଭାଙ୍ଗିଯାଇଥିଏ
ଏ ଖଚ ଚୁଗୁଲି ଶୁଣି
କିଏ ତା କଥାରେ ନଜର ଦିଏନା
ଗୁଣକୁ ତାହାର ଜାଣି।।
କାହା ଖଚ ଚୁଗୁଲିକୁ ସତ ମଣି
ବିଶ୍ବାସ କରିବ ନାହିଁ
ସତ ମିଛ ସବୁ ପରଖି ଦେଖଲେ
ଜିତି ପାରିବଟି ଯାଇ।।
ଅନ୍ୟ ବିପକ୍ଷରେ କେବେ ହେଲେ ତୁମେ
ଚୁଗୁଲି କରିବ ନାହିଁ
ଚୁଗୁଲି କରିବା ଦୁର୍ଗୁଣ ଅଟଇ
ତାଠାରୁ ରୁହ ଦୂରେଇ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।