ମାଆ ଗାୟତ୍ରୀ
“ଓଁ ଭୂର୍ଭୁଵଃ ସ୍ୱ
ତତ୍ସବିତୁର୍ବରେଣ୍ୟମ୍
ଭର୍ଗୋ ଦେବସ୍ୟ ଧୀମହି
ଧିୟୋ ୟୋ ନଃ ପ୍ରଚୋଦୟାତ୍” ।
(ଗାୟ +ତ୍ରୀ)”ଗାୟ” ଶବ୍ଦ ଅର୍ଥ
ବେଦମନ୍ତ୍ର ଗାନକର,
“ତ୍ରୀ”ର ଅର୍ଥ “ତ୍ରୀଦେବୀ”ମା ଲକ୍ଷ୍ମୀ କାଳୀ
ସରସ୍ଵତୀ ସମାହାର।।
ଆଦିବ୍ରହ୍ମ ଆଉ ଆଦିମାତା ଙ୍କର
ଔରସରୁ ହେଲେ ଜାତ,
ବ୍ରହ୍ମା ବିଷ୍ଣୁ ଆଉ ଦେବ ମହେଶ୍ୱର
ପୁରାଣେ ଅଛି ବର୍ଣ୍ଣିତ ।।
ବିଷ୍ଣୁଙ୍କ ନାଭିର ବ୍ରହ୍ମ କମଳରୁ
ବ୍ରହ୍ମା ହେଲେ ଆବିର୍ଭାବ,
ତହୁଁ ବ୍ରହ୍ମା ସୃଷ୍ଟି କରିଲେ ରଚନା
ଉଚାରି ଗାୟତ୍ରୀ ମନ୍ତ୍ର ।।
ତୁମେ ଆଦିମାତା ତୁମେ ବେଦମାତା
ଦେବମାତା ଗୋ ଗାୟତ୍ରୀ,
ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କ ନିଃସୃତ
ମନ୍ତ୍ର ହେଲା ଯେ ଗାୟତ୍ରୀ ।।
ବ୍ରହ୍ମା ମୁଖ ଧ୍ଵନି ହେଲା ଚା’ରି ବେଦ
ତେଣୁ ତୁମେ ବେଦମାତ,
ଗାୟତ୍ରୀ ମନ୍ତ୍ରରେ ଅଛି ବେଦ ଚାରି
ଏହି ମନ୍ତ୍ର ଅଟେ ଶ୍ରେଷ୍ଠ ।।
ଗାୟତ୍ରୀ ମନ୍ତ୍ର ଯେ ଅଟେ ସିଦ୍ଧ ମନ୍ତ୍ର
ଅଧିକ ପ୍ରଭାବ ଶାଳୀ,
ଦ୍ଵିତୀୟ ସୃଷ୍ଟିର ଭୟ ଯୋଗୁଁ ବ୍ରହ୍ମା
ନିର୍ଦ୍ଧିଷ୍ଟ ସୂତ୍ରରେ ଯୋଡ଼ି ।।
ବାମ ହସ୍ତେ ବେଦ ଜ୍ଞାନର ଭଣ୍ଡାର
ମା’ଶ୍ୱେତ ହଂସ ବାହିନୀ,
ଦକ୍ଷିଣ ହସ୍ତରେ ଧରି କମଣ୍ଡଳୁ
କରଇ ଉତ୍ତମ ଗୁଣି ।।
ଗୁରୁ ଶୁକ୍ରାଚାର୍ଯ୍ୟ କଠୋର ତପରେ
ଗାୟତ୍ରୀ ସାଧନା କଲେ,
ଗାୟତ୍ରୀ ଶକ୍ତିର ପ୍ରାପ୍ୟ ବଳେ ସେହି
ପୂନର୍ଜୀବି ଦୈତ୍ୟେ କଲେ ।।
ଏହା ଦେଖି ଦେବ ଦେବୀଙ୍କ ମଧ୍ୟରେ
ପଡ଼ି ଥିଲା ଯେ ଭାଳେଣି,
ଶୁକ୍ରାଚାର୍ଯ୍ୟ ଙ୍କଠୁ ଶକ୍ତି ନେଇ ଗଲେ
ମନ୍ତ୍ରେ ଅଭିଶପ୍ତ କରି।।
ଗାୟତ୍ରୀ ଯଜ୍ଞରେ ଗାୟତ୍ରୀ ମନ୍ତ୍ରରେ
ଅସାଧ୍ୟ ହୁଏ ସମ୍ଭବ,
ସର୍ବ ଶ୍ରେଷ୍ଠ ମନ୍ତ୍ର ବଳେ ଶକ୍ତିଶାଳୀ
ହେଲେ ଋଷି ବଶିଷ୍ଠ।।
ଗାୟତ୍ରୀ ସାଧନା ବଳେ ବିଶ୍ୱାମିତ୍ର
ଅଖଣ୍ଡ ଶକ୍ତି ପାଇଣ,
ରାମଚନ୍ଦ୍ରେ ଦେଇ ଦିବ୍ୟ ଅସ୍ତ୍ର ଶସ୍ତ୍ର
ସେଥିରେ ନାଶି ରାବଣ ।।
ଋଷି ବିଶ୍ୱାମିତ୍ର ଦେଇ ସୂତ୍ର ଧାର
ମନ୍ତ୍ରେ କଲେ ଅଭିଶପ୍ତ,
ନିର୍ଦ୍ଦିଷ୍ଟ ନିୟମ ଜପ ତପ ବଳେ
ଲଭେ ଗାୟତ୍ରୀ ଆଶିଷ ।।
ତହୁଁ ଗୁରୁ ଦୀକ୍ଷା ହୋଇଲା ପ୍ରସିଦ୍ଧ
ଗୁରୁ ଦେଇ ସିଦ୍ଧ ମନ୍ତ୍ର,
ଗାୟତ୍ରୀଙ୍କ ଦେହେ ସୂର୍ଯ୍ୟରଶ୍ମି ସ୍ଥିତ
ଦିବ୍ୟଜ୍ୟୋତି ବ୍ରହ୍ମଜ୍ଞାନ।।
ମାଆ ଗାୟତ୍ରୀ ଗୋ ମମତାର ଛାୟା
ଦୟା’ ମନ୍ଦାକିନୀ ସ୍ରୋତ,
ପଞ୍ଚମୁଖି ଗାୟତ୍ରୀ ସଦାଶିବ ପତ୍ନୀ
ଶୈବ ପୁରାଣେ ବର୍ଣ୍ଣିତ ।।
ତୁମେ ମାଆ ଲକ୍ଷ୍ମୀ କାଳୀ ସରସ୍ଵତୀ
ତୁମେ ମନ୍ତ୍ର ବେଦ ସାର,
ସତ ରଜୋ ତମୋ ତିନି ମହା ତତ୍ତ୍ଵ
ତୁମେ ତତ୍ତ୍ଵ ମୂଳାଧାର ।।
ଗାୟତ୍ରୀ ଅଟନ୍ତି ସନାତନ ଧର୍ମ
ହିନ୍ଦୁ ଦେବ ଦେବୀ ଶ୍ରେଷ୍ଠ,
ଗାୟତ୍ରୀ ଧର୍ମରେ ହିନ୍ଦୁ ମୁସଲିମ
ଶିଖ ଜୈନ ବୌଦ୍ଧ ଏକ ।।
ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଶୁଦ୍ର ଜନ
ସଭିଏଁ ଏଠି ସମାନ,
ଗୁରୁ ଦୀକ୍ଷା ପରେ ଦ୍ୱିତୀୟ ଜନମ
ପାଇ ହୁଏ ସେ ବ୍ରାହ୍ମଣ ।।
ପୂର୍ବ କାଳରେ ଯେ ସତୀ ଅନୁଶୟା
ପଢ଼ି ପାରୁଥିଲେ ବେଦ,
ନାରୀ ପଢ଼େ ବେଦ ପିନ୍ଧେ ଯେ ପଇତା
କରିପାରେ ସ୍ୱୟଂ ଯଜ୍ଞ ।।
ଗାୟତ୍ରୀ ଯଜ୍ଞରୁ ନିର୍ଗତ ମହକ
ବାୟୁ କରି ଦିଏ ଶୁଦ୍ଧ,
ବେଦଧ୍ୱନି ମନ୍ତ୍ର ଉଚ୍ଚାରଣ କରେ
ବାତାବରଣକୁ ଶାନ୍ତ ।।
ବାସ୍ତୁ ଶାନ୍ତି ଆଉ ଗ୍ରହ ଶାନ୍ତି ହୁଏ
ସୁବାସିତ ହୁଏ ଘର,
ସକାରାତ୍ମକ ର ଶକ୍ତି ଭରି ଯାଏ
ଖେଳେ ଆନନ୍ଦ ଲହର ।।
ମୋ କଲମ ମୁନେ ଦିଅ ମା’ ଶକତି
ରଚିବାକୁ ତୁମ ଗାଥା,
ଅସି ଠାରୁ ମସୀ ହେଉ ଶକ୍ତି ଶାଳୀ
ହରି ଅହଂ ଈର୍ଷ୍ୟା ବ୍ୟଥା ।।
158 total views, 2 views today