ମୋ ମା ‘ମାଟିର ଉତ୍ସବ
ଖୁସିରେ ପାଳୁଛି ମୋ ଭାରତ ବର୍ଷ
ପଞ୍ଚସ୍ତରିତମ ସ୍ଵନକ୍ଷତ୍ର,
ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ ହେବ ମୋ
ଦେଶର ଅମୃତ ମହୋତ୍ସବ ll
ଘରେ ଘରେ ଉଡୁଛି ତ୍ରିରଙ୍ଗା ଝଣ୍ଡା
ଦେଶେ ଦେଶେ ପୂର୍ଣ୍ଣ ଜାତୀୟତା,
ମହକେ ସହର, ବାସେ ଗାଁ ଗଣ୍ଡା
ସବୁଠାରେ ଦେଖ ପବିତ୍ରତା ll
ନୂତନ ଆଦର୍ଶେ, ନୂତନ ଶପଥେ
ଅନୁପ୍ରାଣିତ ମୋ ଦେଶବାସୀ,
“ଆତ୍ମନିର୍ଭରତା ” ବ୍ରତେ ବ୍ରତୀହେବେ
ରହିବେନି କେହି ଉପବାସୀ ll
“ଜନ ଉତ୍ସବ ” ରେ ନାମିତ ହୋଇବ
ଜନ ଭାଗିଦାରୀ ରହିବ,
ସ୍ୱାଧୀନ ଭାରତ ସ୍ୱତନ୍ତ୍ର ଲକ୍ଷ୍ୟରେ
ଆଗୁଁସାର ହୋଇ ବଢିବ ll
ଅମୃତ ବେଳାରେ ଦେଶବାସୀଙ୍କର
ସ୍ବପ୍ନ ଫଳପ୍ରସୂ ହୋଇବ,
ରହିବେନି ଆଉ ଦୁଃଖୀ ଓ ଦରିଦ୍ର
ବିଶ୍ୱ ମଧୁମୟ ହୋଇବ ll
ଚିନ୍ମୟୀ ମହାପାତ୍ର
କିଶୋରନଗର ଉଚ୍ଚବିଦ୍ୟାଳୟ
ରାଜକିଶୋରନଗର, ଅନଗୁଳ l
122 total views, 1 views today