ଶାନ୍ତି : ବିଶ୍ୱର ସ୍ପନ୍ଦନ
ସତ୍ୟ, ଶାନ୍ତି, ମୈତ୍ରୀ, ଅହିଂସା ମନ୍ତ୍ରରେ..
ଉଦବୁଦ୍ଧ ମୋର ଭାରତ ବର୍ଷ,
ମହାତ୍ମା ନାମରେ ଗାନ୍ଧୀ ଦେଇଗଲେ
ଶାନ୍ତିର ପବିତ୍ର ବାର୍ତ୍ତା ଉତ୍କର୍ଷ l
“ଶାନ୍ତି ” ଦୂରକରେ ମନର ବିଷାଦ,
ଶାନ୍ତିଲାଗି ଦେଶ ଆମ ବିଶ୍ୱବନ୍ଦିତ,
ଶାନ୍ତିର କପୋତ ପ୍ରଚାର ବାର୍ତ୍ତାରେ
ସନ୍ଦେଶ ଆଣେ, ବିତରେ ଦେଶରେ l
“ଆମେ ଅମୃତ ସାଗର ବିନ୍ଦୁ ” ରେ ଦୀକ୍ଷିତ,
ଢାଳିବୁ ଅମୃତ କ୍ଷୀର ସିନ୍ଧୁ ଜଳେ,
ପ୍ରଳୟକୁ କରି ମଥାନତ,
ଅମୃତମୟର ବିଶ୍ୱ ଗଠନକୁ
ଦେଶବାସୀ ଆମେ କରୁଛୁ ସ୍ୱାଗତ l
ବିଶ୍ୱଦରବାରେ ସ୍ୱାଧୀନ ଏ ରାଷ୍ଟ୍ର
ଭୂମିରୁ ଭୂମାଯେ ଅଛି ପରିବ୍ୟାପ୍ତ ,
ଯୁଦ୍ଧ, ଭେରୀ, ତୂରୀ, ଟମକ, ନିଶାଣ
ଲୋଡ଼ାନାହିଁ ଆଉ ଶାନ୍ତି ରାଷ୍ଟ୍ରେ ଜାଣ l
ଶକ୍ତି ପରାକ୍ରମ ଦିଏ ନାହିଁ ଶାନ୍ତି,
ସ୍ନେହ, ପ୍ରେମ ତାର ବଳ
ଓଠରେ ଚେନାଏ ସ୍ମିତ ହାସ୍ୟ ଥିଲେ
ଦୂର ହୋଇଥାଏ ଖଳ l
ରାଷ୍ଟ୍ର ଚାହେଁ ଶାନ୍ତି, ବିଶ୍ୱ ଚାହେଁ ଶାନ୍ତି
ଶାନ୍ତି ଅଟେ ମୂଳ ମନ୍ତ୍ର ,
ଶାନ୍ତିର ଚନ୍ଦନ, ବିଶ୍ୱର ସ୍ପନ୍ଦନ
ଶାନ୍ତି ଅଟେ ମହାମନ୍ତ୍ର l
ଚିନ୍ମୟୀ ମହାପାତ୍ର, ଅନଗୁଳ
124 total views, 1 views today