ନିଦ
ନିଦକରେ ଆଖିବୁଜେ ବୋଲି …ନିଦ
ସ୍ବପନରେ ମନ ଭିଜେ ବୋଲି….ଶୟନ
ନିଦାରୁଣ ନୀୟତିର ଚକ୍ରବାତରେ ବି
ସ୍ବତଃ ନୟନ ହୁଏ ନୀମିଳିତ….ତେଣୁ ନିଦ୍ରା.
ସେ ପା ବହଳ ପଣର ତନ୍ଦ୍ରା.
ଅସ୍ତରାଗ ସାଥେ ତନ୍ଦ୍ରାଳସ ରବି
ମା କୋଳ ହୁଏ ଖୋଜି,
ଅଭିମାନ ରଙ୍ଗେ.ଅନ୍ଧାର ପଣତେ
ଲୁଚଇ ଊରବୀ ଛବି.
ଜଡ ଠାରୁ ଜୀବ ଜୀବ ଠୁ ମାନସ
ସର୍ବ ଅଙ୍ଗ ତନ୍ଦ୍ରାଳସେ,
କ୍ରମେ ରାତି ବଢ଼େ ବହଳେ ଅନ୍ଧାର
ଗହଳ ଚହଳ ଶେଷେ.
ସୁଖୀ ଦୁଃଖି ରଙ୍କି ଗରିବ ଠୁ ଧନୀ
ସଭିଏଁ ଲୋଡ଼ନ୍ତି ନୀଡ଼,
ନୀଡ଼ ହଜା ଖୋଜେ ଆଶ୍ରୟ ଟୋପାଏ
ରାତି ଯେବେ ହୁଅ ଭିଡ଼.
କିଏ ଶୋଇଥାଏ ପ୍ରସୂନ ତଳ୍ପରେ
ଶୁଣୁ ଥାଏ ପ୍ରିୟ ଗଳ୍ପ,
କା ଆଖିର ନିଦ ଚୋରି ହୋଇଯାଏ
ଭିଜି ଭିଜି ଅଳ୍ପ ଅଳ୍ପ.
ଅଜଣା ପଣରେ ତନ୍ଦ୍ରା ମାଡି ବସେ
ମୁଦି ହୋଇ ଯାଏ ଆଖି,
ବିଳି ବିଳି କାନ୍ଦେ ସ୍ୱପନ ରେ ବୁଡି
ଅବଚେତନ ଯା’ ଦେଖି.
ଅଶାନ୍ତ କାକଳୀ କଦଵା କ୍ଵଚିତ
ଶଵଦେ ଜଣାଏ ଭୀତି,
ଭୀତି ହୀନ କେତେ ଛପି ଛପି ଆସି
ଦିଅନ୍ତି କା ତଣ୍ଟି କାଟି.
ଜୀବନ ଶୈଳୀ ଜୀବନଚର୍ଯ୍ୟାର
ନିଦ ଏକ ନିୟାମକ,
ନିଦ ହଜିଗଲେ ପ୍ରମାଦ ବଢଇ
ମନତଳେ ରଚେ ଦକ.
ନିଶି ଆଣେ ନିଦ କର୍ମରୁ ବିଯୋଗ
ଦିବସ କରମ ପାଇଁ,
ନିଶି ପ୍ରଭାତିଲେ କର୍ମ ଆଵାହନେ
ସରବେ ଚଞ୍ଚଳ ହୋଇ.
ଯୁଗ ବଦଳିଛି ରାତି ଏବେ ଦିନ
ପ୍ରଭାତ ହୁଏ ମଧ୍ୟାହ୍ନେ,
ବିଚିତ୍ର ବିଘଟନ ଜୀବନଚର୍ଯ୍ୟାରେ
ନୂଆ ନୂଆ ରୋଗ ଆଣେ.
ଦିବସ ମଧ୍ୟରେ କର୍ମ ସମ୍ପାଦିବା
ରାତିରେ ନିଦକ ନିଦେ,
ପକ୍ଷୀ ଫେରି ନୀଡେ
ପଶୁ ଲୋଡି ଆଶ୍ରା
ଏ ଶିକ୍ଷା ଦିଅନ୍ତି ଭବେ।
ମିନତି ଦାଶ
54 total views, 1 views today