ଦେବୀ ଆଗମନ
ଅକ୍ଟୋବର ମାସ ସବୁଆଡେ ପୂଜା ପାଇଁ ପ୍ରସ୍ତୁତି। ହେଲେ ମୋ ପ୍ରେମ ମନ୍ଦିରର ଦେବୀ ଦୁଇ ବର୍ଷ ହେଲା ମନ୍ଦିର ଛାଡି ଚାଲିଗଲେଣି। ସେଇ ସ୍ନୃତିକୁ ଧରି ମୁଁ ନିରୀହ ପୂଜାରୀ ସେମିତି ପଡି ରହିଛି।
ହଠାତ ପଛପଟୁ କିଏ ଜଣେ ମୋ କାନ୍ଧରେ ହାତ ପକାଇଲା। ସ୍ପର୍ଶରେ ଥିଲା ଗୋଟେ ଚିହ୍ନାପଣ। ମୁଁ ବୁଲିପଡିଲି ପଛକୁ। ମୋର ସବୁଠୁ ପସନ୍ଦ କୁର୍ତ୍ତୀ ପିନ୍ଧି ଛିଡ଼ା ହୋଇଥିଲା ଶ୍ରାବଣୀ। ସେଇ ଆଖି ସେଇ ହସ। ଓଃ! କି ମନମୁଗ୍ଧକର।
ସେ : ଆଜି ବି ତୁମେ ମୋତେ ମନେ ରଖିଛ?
ମୁଁ : ଭୁଲିବାର ଅପଚେଷ୍ଟା ଅନେକ କରିଛି। ସେ : ଆଉ ଆଜି କାଲି କଣ କରୁଛ?
ମୁଁ : ସଂଘର୍ଷ ! ଆଉ ତୁମେ?
ସେ: ମୁଁ ଏବେ କିରାଣୀ ଚାକିରୀ ପାଇଛି।
( ନିରବତା କିଛି କ୍ଷଣ )
ସେ : ତୁମେ ବିବାହ କରିନ ?
ମୁଁ : (ଦୀର୍ଘଶ୍ୱାସ ନେଇ) ନା
ସେ: କଣ ପାଇଁ ?
ମୁଁ: (ନୀରବ)
ସେ : ମୋର ବିବାହ ଆମ ଘରେ କରିଦେବେ। ଆସିବ ନିଶ୍ଚୟ।
ମୁଁ : ହଁ ( ସ୍ଵରରେ ଅସହାୟପଣ ) । ଶୁଭେଚ୍ଛା
ସେ : କାହା ସହ ବୋଲି ପଚାରିବନି? ଏତେ ଅଭିମାନ ?
ମୁଁ : (ନିରବ)
ସେ : ତୁମ ସହ। (ସ୍ଵରରେ ଖୁସିର ବାସ୍ନା) ଆମ ଘର ଲୋକ ଶେଷରେ ତୁମ ସହ ବିବାହ ପାଇଁ ରାଜି ହୋଇଗଲେ।
( ଏକ ଉଷ୍ମ ଆଲିଙ୍ଗନ ଦୁଇ ବର୍ଷ ପରେ )
ଜୀବନ ପ୍ରଦୀପ ପ୍ରଧାନ ।ନୟାଗଡ।