ଓଁଶ୍ରୀ
ତୁମେ ଆଉଥରେ ଫେରିଆସ ହେ ଯୀଶୁ
ଦି ଶସ୍ର ଦ୍ବାବିଂଶ ବରଷର ପୂର୍ବେ
ଯେରୁ ଯେଲମ ନଗରେ
ଡିସେମ୍ବର ମାସ ପଚିଶି ତାରିଖ
ନିଶାର୍ଦ୍ଧ ରାତ୍ର କାଳରେ।
ମେଷଙ୍କ ଶାଳାରେ ମେରୀଙ୍କ ଗର୍ଭରୁ
ଧରା ମଣ୍ଡନ କରିଲ
ପିତାଙ୍କର ନାମ ଯୋଶେଫ ଅଟଇ
ତତ୍ତ୍ୱ ବାଣୀ ପ୍ରକାଶିଲ।
ଇହୁଦୀଙ୍କ ଲାଗି ତ୍ରାଣ କର୍ତ୍ତା ସାଜି
ଶତ୍ରୁହେଲ ରାଜାଙ୍କର
ତିରିଶି ବର୍ଷରେ କ୍ରୁଶରେ ବସାଇ
ଜୀବନ ନେଲା ତୁମ୍ଭର।
ତୁମେ ଆଉଥରେ ଫେରିଆସ ଯୀଶୁ
ଏଇ ମରତ ଧାମରେ
ପାପୀଙ୍କ କବଳୁ ଉଦ୍ଧାର କରିବ
ତୁମ ପ୍ରେମ ପରଶରେ।
ଆଜି ଏ ମଣିଷ ସଇତାନ ସାଜି
ଭୁଲି ହିତାହିତ ଜ୍ଞାନ
ହତ୍ୟା ଧରଷଣ ଆବର ଲୁଣ୍ଠନ
କରି ଚାଲେ ଅନୁକ୍ଷଣ।
ଭାଇ ବନ୍ଧୁ ଆଉ କୁଟୁମ୍ବର ଭାବ
ପରିବାର ମଧ୍ୟେ ନାହିଁ
ହୋଇ ସ୍ବାର୍ଥପର କରି ଅହଂକାର
ସଭିଙ୍କୁ ସେ ନାଶୁଥାଇ।
ଆଜିର ପବିତ୍ର ଏ ଶୁକ୍ର ବାସରେ
ଡାକୁଛୁ କାତର ହୋଇ
ଭାଇ ଚାରା ଭାବ ପ୍ରେମ ସମ୍ପର୍କରେ
ଉଛୁଳି ଉଠୁ ଏ ମହୀ।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ
୯୭୭୬୪୮୬୬୨୮
24 total views, 1 views today