“ଶୁଭ ସକାଳ” (ନୀତି ବାଣୀ)
ଉଠ ହେ ବନ୍ଧୁ ଉଠ ବାନ୍ଧବୀ
ଆଜି ପରା ଶନିବାର
ପିତା ମାତାଙ୍କର ପଦ ଧୂଳି ନେଇ
ଲଗାଅ ମଥା ଉପର ।।
ଶନିଶ୍ଚରଙ୍କର ବାର ପରା ଆଜି
ମନ ମଧ୍ୟେ ହେଜ ବାରେ
ଗ୍ରହରାଜ ଯେବେ ସୁଦୟା କରିବେ
ଦୁଃଖ ଯିବ ବହୁ ଦୂରେ ।
ଶନିଙ୍କର କୋପ ଜାଣିଥିବ ସର୍ବେ
କେତେ ଦୁର୍ଦ୍ଦଶା ପଡ଼ଇ
ପ୍ରଭୁଙ୍କର ପଦେ ଚିତ୍ତ ରଖିଥିଲେ
ଗ୍ରହ ଦୋଷ ନାଶ ଯାଇ ।।
ରାଗ ଅଟେ ଶତ୍ରୁ ଦମନ କରିବ
ଶାନ୍ତ ସ୍ଵଭାବ ରଖିବ
ଧିର ସ୍ଥିରେ ଜଗି ରଖିକରି ହାତେ
ମାପି ଚାଖଣ୍ଡେ ଚାଲିବ ।।
ସ୍ନେହ ବୋଳା କଥା ସଭିଙ୍କୁ କହିବ
କଥାରେ ହୋଇବେ ବଶ
ରାଗ ଋଷା ଅଭିମାନ ତ୍ୟାଗ କଲେ
ସଂସାରେ ପାଇବ ଯଶ ।।
ଅତିଥି ଆସିଲେ ସତ୍କାର କରିବ
ମନେ ନ ଦେଇଣ ଦୁଃଖ
ଯାହା ଥିବ ଘରେ ଦେଇଣ ତୋଷିବ
ହେବନି କାର୍ପଣ୍ୟ ମୁଖ ।।
ତାଙ୍କ ଆଶ୍ରୀର୍ବାଦ ରହିଲେ ଉପରେ
ହେବ ତୁମର ମଙ୍ଗଳ
ଯେଉଁମାନେ ଗଲେ ମିଳିବ ସମ୍ମାନ
ମନରେ ଆସିବ ବଳ ।।
ମୁହେଁ ହସ ରଖି କରିଯାଅ କର୍ମ
ଦୁଃଖେ ନ ହୁଅ କାତର
ଈଶ୍ବର ନିଶ୍ଚୟ ସାହା ହୋଇବେଟି
ଭାଷେ ଏ ହେମନ୍ତ ଛାର ।।
ହେମନ୍ତ କୁମାର ସାହୁ । ମାହାଙ୍ଗା ।