ଭକ୍ତି ରସ
(ଛନ୍ଦ:-ଚୋଖି)
(ଶବ୍ଦ ଅଳଙ୍କାର ସହ ଅର୍ଥ ଅଳଙ୍କାର ପ୍ରୟୋଗ)
କର ପାତି ମାଗେ ପ୍ରଭୁ କର ଦୂର ଦୁଃଖ ସବୁ
କାହିଁକି ବିଷାଦ କର ମୁଁ କିବା ଜାଣେ?
କେତେ ସହିବି ଏ ଦୁଃଖ କେତେ ଲୁହ ସବୁ ଦେଖ
କରୁଛି ଅଳି ମୁଁ ପ୍ରଭୁ ତୁମ ଚରଣେ।।
କୋଟି ନମସ୍କାର ମୋ ଘେନ
ଦୁଃଖ ଦରିଆରୁ ପ୍ରଭୁ କର ତାରଣ।।୧।।
କି ରାଗେ ଗାଇବି କୁହ କେମିତି ପୂଜିବି କୁହ
କେଉଁ ରାଗ ପାଇଁ ଭୋଗ ଭୋଗୁଛି ମୁହିଁ?
କେତେ କଷ୍ଟ ଆଣି ଦିଅ କାହିଁ ଦେଉଅଛ ଲୁହ
କେତେ ଆଉ ଲୁଚି ଲୁଚି କାନ୍ଦିବି ମୁହିଁ
କପଟିଆ କଳା ଠାକୁର
ରାଗ ଛାଡି ରାଗ ବୁଣି କର ନିଜର।।୨।।
ପ୍ରଭୁ ପାଶେ ମୋର ଅଳି ପୂର୍ଣ୍ଣକର ଶୂନ୍ୟ ଥାଳି
ପାଦ ପଦ୍ମ ତଳେ ମୁଁ ମୋ ଗୁହାରୀ ଶୁଣ।
ପାଟ ଜୋଡେ ହସ୍ତେ ଧରି ପାଟ ଲକ୍ଷ୍ୟ ମନେ ସ୍ମରି
ପହଞ୍ଚିଲି ତୁମ୍ଭ ଦ୍ୱାରେ କରି ଜଣାଣ।।
ପ୍ରଭୁ ମୋର କଳା ଠାକୁର
ସଂସାର ପାଟରେ ମୁଁ ଯେ କର ଉଦ୍ଧାର।।3।।
ପ୍ରୀତିରଞ୍ଜନ ନାୟକ
କେନ୍ଦ୍ରାପଡ଼ା