April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ରାଇରଙ୍ଗପୁର ରୁ ରାଇସିନା ହିଲ — ସ୍ନେହଲତା ନନ୍ଦ

ରାଇରଙ୍ଗପୁର ରୁ ରାଇସିନା ହିଲ

 

କଥା ୧୯୫୮ ମସିହା ଜୁନ ୨୦ ତାରିଖର।

ଓଡ଼ିଶାର ମୟୂରଭଞ୍ଜ  ଜିଲ୍ଲା ବଇଡ଼ାପୋଷୀ ଗ୍ରାମରେ ଆଦିବାସୀ ସାନ୍ତାଳ ସମାଜରେ  ଦୁର୍ପାଦି ଜନ୍ମ ହୋଇଥିଲା। ବାପା ବିରଞ୍ଚି ନାରାୟଣ ଟୁଡୁ  ଦୁର୍ପାଦିର ଜେଜେବାପା ଙ୍କ ସହ ମିଶି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଭାବରେ ନିଯୁକ୍ତ ଥିଲେ। ପାହାଡ଼ ତଳିଆ ଆଦିବାସୀ ଗାଁ,ବିଦ୍ୟୁତର ସୁବିଧା ଥିଲା ନା ପିଇବା ପାଣିର। ଅଭାବ ଅନଟନ ଅନେକ ଥିଲା ହେଲେ ଦୁର୍ପାଦିର ଆଶା ଥିଲା ଅନେକ। ପଢ଼ିବାର ଇଛା ଆଉ କିଛି କରିବାର ଭରଷାରେ କୁସୁମୀ ବ୍ଲକର ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଲା। ଝିଅର ଏମିତି ପାଠ ପଢା ପ୍ରତି ରହିଥିବା ଦୁର୍ବଳତା ଦେଖି ବାପା ତାକୁ ଭୁବନେଶ୍ୱର ନେଇଗଲେ ଏବଂ ସେଠାରେ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇ ଆସିଲେ। ସେଠାରେ ଆଦିବାସୀ ବାଳିକା ନିବାସରେ ରହି ଦୁର୍ପାଦି ମାଟ୍ରିକ ପାସ୍ କଲା। ବାପା ବିରଞ୍ଚି ନାରାୟଣ ଦାରିଦ୍ର୍ୟର ସାଗରରେ ବୁଡି ରହିଥିଲେ ମଧ୍ୟ ମାସକୁ ମାସ ଝିଅ ପାଖକୁ ୧୦ଟଙ୍କା ଲେଖାଏଁ ପଠାଉଥିଲେ। ଯାହା ଯେମିତି କରି ଦୁର୍ପାଦି ମାଟ୍ରିକ ପାସ୍ କଲାପରେ ଉଚ୍ଚଶିକ୍ଷିତ ହେବା ପାଇଁ ରମାଦେବୀ ମହିଳା ମହାବିଦ୍ୟାଳୟ ରେ କଳାରେ ସ୍ନାତକ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କଲା।

 

ରମାଦେବୀ ମହିଳା ମହାବିଦ୍ୟାଳୟ ରୁ ସ୍ନାତକ ଶିକ୍ଷା ପୁରା କରି ଦୁର୍ପାଦି ଘରକୁ ଫେରି ଆସିଲା। ଉଚ୍ଚଶିକ୍ଷିତ ହୋଇଥିବାରୁ ଗାଁ ସ୍କୁଲରେ ପାଠ ପଢ଼ାଇଲା ହେଲେ ସେ ଏଥି ପାଇଁ କୌଣସି ପ୍ରାପ୍ୟ ନେଉ ନ ଥିଲା। ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଦୁର୍ପାଦି ଗାଁର ଶ୍ୟାମ ଚରଣ ମୁର୍ମୁ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁର୍ପାଦିର ବାପା ପ୍ରଥମେ ପ୍ରଥମେ ରାଜି ନ ଥିଲେ। ପ୍ରେମ ହେଉଛି ଅନ୍ଧ।ଥରେ ପ୍ରେମରେ ପଡିଲା ପରେ ଚାରିଆଡ଼େ କେବଳ ଜୀବନସାଥୀ ମୁହଁର ପ୍ରତିମ୍ବିବ ହିଁ ଆଖି ଆଗରେ ନାଚୁଥାଏ। ଦୁର୍ପାଦିକୁ ପାଇବା ପାଇଁ ଶ୍ୟାମଚରଣ ୩ଦିନ ଧରି ଦୁର୍ପାଦିର ଗାଁରେ ଆଡା ପକାଇଥିଲା। ଶେଷରେ ଝିଅର ଖୁସିରେ ରାଜି ହୋଇ ବହୁତ ଧୁମଧାମରେ ଦେଶୀକୁକୁଡ଼ା ଭୋଜି ଦେଇ ଝିଅକୁ ଦୁଇ ହାତ କରିଦେଲେ।

ଶ୍ୟାମଚରଣ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ।ବିବାହ ପରେ ଦୁର୍ପାଦି ନିଜ ସାଙ୍ଗିଆ ଟୁଡୁରୁ ଦ୍ରୌପଦୀ ମୁର୍ମୁ କୁ ପରିବର୍ତ୍ତନ ହେଲା। ରାଇରଙ୍ଗପୁର ଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ରେ ଶିକ୍ଷକତା କରିଲା।

ଦାମ୍ପତ୍ୟ ଜୀବନ ଖୁବ ଖୁସି ଆନନ୍ଦରେ ଅତିବାହିତ କରୁଥିଲେ ଦୁହେଁ।ସମ୍ପର୍କର ଆକାଶରେ ଦୁହେଁ ମୁକ୍ତ ପ୍ରେମପକ୍ଷୀ ହୋଇ ଉଡି ବୁଲୁଥିଲେ।କଥାରେ ଅଛି “ପ୍ରେମ ପ୍ରାପ୍ତି ହେଲେ ପୁନର୍ଜନ୍ମ ହେଲାପରି ଅନୁଭବ ହୁଏ”!! ସେହି ପ୍ରେମର ଉଦାହରଣ ସାଜିଲେ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନ ଏବଂ  ଝିଅ ଇତିଶ୍ରୀ ମୁର୍ମୁ। ତିନି ପିଲାଙ୍କ ସହ ଦୁହେଁ ଖୁବ ଖୁସି ରେ ଦିନ କାଟୁଥିଲେ।

 

 

ଶିକ୍ଷକତା ପରେ ଦ୍ରୌପଦୀ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟକଲା। ସେହି ସମୟରେ ସେ ଗାଁରେ ହେଉଥିବା ବିଦ୍ୟୁତ ଓ ପିଇବା ପାଣି ର ଅସୁବିଧା କୁ ସୁବିଧାରେ ପରିଣତ କରିଲା। ବାପା ଓ ଜେଜେବାପା ପଞ୍ଚାୟତିରାଜ ରେ କାର୍ଯ୍ୟ କରୁଥିବା ହେତୁ ଦ୍ରୌପଦୀ ମଧ୍ୟ ୧୯୯୭ ମସିହାରେ ପ୍ରଥମ ଥର ରାଜନୀତି ରେ ପ୍ରବେଶ କଲା।

ଏମିତି ଭାବରେ ଶିକ୍ଷକତା ରୁ ରାଜନୀତି ପର୍ଯ୍ୟନ୍ତ ପହଁଚିଲା ଦ୍ରୌପଦୀ। ଦ୍ରୌପଦୀ ଛୋଟ ବେଳରୁ ହିଁ ଖୁବ ପରିଶ୍ରମୀ ଓ ମିଷ୍ଟ ଭାଷୀ ଥିଲା। ରାଜନୀତି କୁ ଆସିବା ପରେ ଲୋକମାନେ ଦ୍ରୌପଦୀ ର କାମ ଓ ବ୍ୟବହାର ରେ ଆକୃଷ୍ଟ ହୋଇ ତାକୁ ଗ୍ରହଣ କରିବାକୁ ଲାଗିଲେ। ଲୋକମାନଙ୍କର ଭଲପାଇବା ଆଉ ସମର୍ଥନ ଦ୍ରୌପଦୀ କୁ ବହୁତ ଆଗକୁ ନେଇଗଲା ଯାହା ଖୁଦ ଦ୍ରୌପଦୀ ଦିନେ ବିଶ୍ୱାସ କରି ନ ଥିଲା।

 

ସବୁକିଛି ଠିକଠାକ ଚାଲିଥିଲା ହେଲେ ସେ କଥାରେ ନାହିଁ “କାଳ କେବେ ନିମନ୍ତ୍ରଣ ରେ ଆସେ ନାହିଁ!!” ଏମିତି ବିନା ନିମନ୍ତ୍ରଣ ରେ କାଳ ଆସି ପହଁଚିଥିଲା ଦ୍ରୌପଦୀ ର ଜୀବନରେ। ସମୟ ଥିଲା ୨୦୦୯ ମସିହା।ବଡ଼ ପୁଅ ଲକ୍ଷ୍ମଣ ସାଙ୍ଗମାନଙ୍କ ସହ ବାହାରକୁ ଯାଇଥିଲା ରାତିରେ ଆସି ଶୋଇଗଲା ଆଉ ସକାଳୁ ତାର ମୃତ୍ୟୁ ହେଇଯାଇଛି। ମା’ ମନ ସୁଖ ଦୁଃଖ ସବୁ କିଛି ସମର୍ପିତ ତାଙ୍କ ସନ୍ତାନମାନଙ୍କ ପାଇଁ। ଏସବୁ ଦେଖି ପୁରାପୁରି ଭାଙ୍ଗିପଡ଼ିଲା ହେଲେ ସ୍ୱାମୀ ଆଉ ଦୁଇ ସନ୍ତାନ ଙ୍କୁ ଅନେଇ ପୁଣି ଛିଡା ହେଲା। ବଡ଼ ପୁଅ ମୃତ୍ୟୁ ର ଠିକ ୪ବର୍ଷ ପରେ ସାନ ପୁଅ ସିପୁନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କଲା। ଦ୍ରୌପଦୀ ର ପାଦ ତଳୁ ମାଟି ଖସି ଗଲା ପରି ସେ ନିସ୍ତେଜ ହୋଇ ପଡିଗଲା। କାହାକୁ ବା କହିବ ହୃଦୟର ବ୍ୟଥା। ପୁଣି ଉଠି ଛିଡା ହେଲା ସ୍ଥିର କଲା କି ନିଜକୁ ସର୍ବଦା କାମରେ ନିୟୋଜିତ କରି ରଖିବ ଆଉ ସ୍ୱାମୀ ଓ ଝିଅ ସହ ଆଗକୁ ବଢିବ।

ହେଲେ ବିଧିର ବିଧାନକୁ କେହି ବଦଳାଇ ପାରିବେ ନାହିଁ। ଯାହା ହେବାର ଥିବ ତାକୁ କେହି ରୋକି ପାରିବେ ନାହିଁ। ଦୁଇ ଦୁଇଟା ଭେଣ୍ଡିଆ ପୁଅ ଯିବାର ବର୍ଷକ ପରେ ଜନ୍ମର ଜନ୍ମର ସାଥି ହୋଇ ଚାଲିବାର ମିଛ ପ୍ରତିଶୁତି ଦେଇଥିବା ମଣିଷଟା ପୁଅମାନଙ୍କର ଅକାଳ ବିୟୋଗ ହୋଇଯିବାର ଦୁଃଖରେ ଝୁରି ଝୁରି ହୃଦଘାତ ରେ ଦ୍ରୌପଦୀକୁ ଅଧା ବାଟରେ ହାତ ଛାଡି ଆରପାରି କୁ ଚାଲିଗଲା।

ଜୀବନର ତିନି ତିନିଟି ଝଡ଼କୁ ପାର କରି ଥକି ଯାଇଥିଲା ଦ୍ରୌପଦୀ। ନା କିଛି କହିବାକୁ ବାକି ଥିଲା ନା କିଛି ସହିପାରୁଥିଲା।ଅସହ୍ୟ ଯନ୍ତ୍ରଣା ସହିତ ଝିଅ ଇତିଶ୍ରୀ ର ହସ ହସ ମୁହଁ ତାକୁ କାଲିର ଆଶାରେ ବଞ୍ଚିବାକୁ ବାଧ୍ୟ କରିଦେଲା।

 

 

 

ଜୀବନର ମାନେ ହେଉଛି ସଂଘର୍ଷ। ସଂଘର୍ଷ ଆଉ କର୍ମ କରି ଜୀବନ ସହ ଲଢ଼ି ଆଗକୁ ବଢ଼ିବାକୁ ହେବ। ଯାହାର ବଡ଼ ଉଦାହରଣ ସାଜିଥିଲା ଦ୍ରୌପଦୀ। ଆମେ ଜୀବନରେ ଛୋଟରୁ ବଡ଼ ହୋଇଥାଆନ୍ତି ନା କି ବଡ଼ରୁ ଛୋଟ! ଶିକ୍ଷକତାରୁ ଜୀବନ ଆରମ୍ଭ କରି ରାଜନୀତି ରେ ପଶିବା ଦ୍ରୌପଦୀ ପକ୍ଷେ ଏତେ ସହଜ ନ ଥିଲା। ସେ ପ୍ରଥମେ ଭାରତୀୟ ଜନତା ପାର୍ଟି ର ଦଳୀୟ ପ୍ରାଥୀ ଭାବେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରୁ ଦୁଇ ଦୁଇଥର ୨୦୦୦ ଓ ୨୦୦୪ ରେ ଓଡିଶା ବିଧାନସଭା କୁ ନିର୍ବାଚିତ ହେବା ପରେ ସେ ଝାଡ଼ଖଣ୍ଡ ର ରାଜ୍ୟପାଳ ଭାବରେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କଲା। ଅନେକ ପଦ ପଦବୀରୁ ପଦୋନ୍ନତି ହେବ ପରେ ଶେଷରେ ଲୋକମାନଙ୍କର ସାଥ ଆଉ ଦ୍ରୌପଦୀ ର ସମାଜ ଓ ଦେଶ ପ୍ରତି ଥିବା  ଭଲପାଇବା ଆଜି ତାକୁ ମହାମହିମ ଭାବରେ ପଦୋନ୍ନତି ହେବାକୁ ଯାଉଛି।

ଭାରତର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ମହାମହିମ ଭାବରେ ଭାରତର ୧୫ତମ ତଥା ବର୍ତ୍ତମାନ ର ରାଷ୍ଟ୍ରପତି ହୋଇଥିବା ଦୁର୍ପାଦି ଆଜି ମହାମହିମ ଦ୍ରୌପଦୀ ମୁର୍ମୁ ହେବାର ସୌଭାଗ୍ୟ ଅର୍ଜନ କରିଛି।

ଓଡ଼ିଶାର ଝିଅ ଆଜି ଭାରତର ମହାମହିମ । ରାଇରଙ୍ଗପୁର ଠାରୁ ଯାତ୍ରା ଆରମ୍ଭ କରି ଆଜି ସେ ରାଇସିନା ହିଲ୍ ପର୍ଯ୍ୟନ୍ତ ପହଂଚି ଯାଇଛି।

 

ଜୀବନ ଗୋଟିଏ ପାଣି ଫୋଟକା। ଜୀବନଟା କେଉଁ ସମୟରେ ଆଉ କେତେବେଳେ ଚାଲିଯିବ ତାର କିଛି ବୟସ ନାହିଁ। ଜୀବନ ହେଉଛି ସଂଘର୍ଷମୟ। ଦୁଖଃ ଓ ସୁଖ ଲାଗି ରହିବ।

ଯୋଗ୍ୟତା କେବେ ଜାତି, ଧର୍ମ, ବର୍ଣ, ରଙ୍ଗ ଦେଖି ପ୍ରାପ୍ତ ହୋଇ ନ ଥାଏ। କଠିନ ପରିଶ୍ରମ ଓ ସୁ ବ୍ୟବହାର, ଆତ୍ମନିର୍ଭରଶୀଳ ଏବଂ ସଂଘର୍ଷ ଦ୍ଵାରା ପ୍ରାପ୍ତ ହୋଇଥାଏ।।

 

 

ସ୍ନେହଲତା ନନ୍ଦ

Loading

Leave a Reply

Your email address will not be published. Required fields are marked *