ରାଷ୍ଟ୍ରୀୟ ଏକତା ଓ ସଂହତି
ରାଷ୍ଟ୍ରୀୟ ଏକତା ସଂହତି ର ମନ୍ତ୍ର
ଉର୍ନତି ର ମହାଶକ୍ତି
ଏକତା ସୂତ୍ରେ ବାନ୍ଧି ହେବା ଆସ
ହେ ମୋର ମାନବ ଜାତି
ରାଷ୍ଟ୍ର ପାଇଁ ଆମେ ସଳିତା ସାଜିବା
ଜାଳିବା ସଂହତି ଦୀପ
ରାଷ୍ଟ୍ରୀୟ ଏକତା ବୋଲିବା ହୃଦୟେ
ଦେଶ ପ୍ରେମ ର ଯେ ଛାପ
ସତ୍ୟ ଅହିଂସା କ୍ଷମା ଗୁଣ ନେଇ
ଚାଲିବା ଜୀବନ ପଥ
ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଭିତରେ
ଖୋଜୁଥିବା ସୁଖ ନିତ୍ୟ
ହୃଦୟ ସହିତ ହୃଦୟ ଯୋଡିବା
ମିଶାଇ ମନ କୁ ମନ
ଲୋଭ ମୋହ ସବୁ ପଛରେ ପକାଇ
ଖୋଜିବା ଦିବ୍ୟ ଜୀବନ
ରାଷ୍ଟ୍ର ପାଇଁ ଆମେ କାମ କରିଯିବା
ଛାତି କୁ ମିଶାଇ ଛାତି
ଦୁନିଆ ଦେଖିବ କେଡେ ବଳବାନ୍
ରାଷ୍ଟ୍ରୀୟ ଏକତା ସଂହତି
ସରୋଜିନୀ ସୂତାର