ଶୀର୍ଷକ – ସ୍ବପ୍ନ ଥିଲା ପ୍ରିୟା ପାଇଁ
ସେଦିନ ଯାଇଛି ପ୍ରିୟା ବି ହଜିଛି
କେଉଁ ଆଡେ ଗଲା କାହିଁ
ସ୍ମୃତି ସାଗରରେ ତାକୁ ସଜେଇଛି
ଯାହା ଥିଲା ସ୍ବପ୍ନ ପ୍ରିୟା ପାଇଁ
ପ୍ରିୟା ସାଥେ ମୋର ସ୍ବପ୍ନ ଭାଙ୍ଗିଗଲା
ଵିଛାଡିପଡିଲେ ଚୁନା ଚୁନା ତାରା ହୋଇ
ଆକାଶଟା ସିନା ଚିକ୍ ଚିକ୍ ଦିଶିଲା
ଆଲୋକ ଟିକେ କିନ୍ତୁ ନାହିଁ
ପ୍ରିୟା ଚିବୁକରେ ନାଲି ନାଲି ହସ
ଏବେ ବି ସତେଜ ଅଛି
କୁଞ୍ଚୁକୁଞ୍ଚିଆ ତା ଘନ କଳା କେଶ
ସାଗର ଢେଉକୁ ପାରିବ ନାହିଁ
ନୀଳନୟନା ମୋ ପ୍ରିୟା ଚନ୍ଦ୍ରଵଦନୀ
କାହିଁକି କଲା ମୋତେ ଅଭିମାନ
ପ୍ରେମପାଇଁ ତିଆରିଲି ସ୍ବପ୍ନ ଅସୁମାରୀ
ଝୁଲେଇଵା ଥିଲା ପ୍ରିୟା ପାଇଁ ସ୍ବପ୍ନ
କାହିଁ ଗଲ ପ୍ରିୟା ଛାଡି ନାଲି ହସ
ରହିଛି ଯା ଗୋଟେ ଚାପ ହୋଇ
ଦଗ୍ଧିଭୂତ ପ୍ରାଣ ସାଧୁଛି ଅମୃତ ଵିରହ
ମଲ୍ଲୀ ଚହଟୁଛି ସ୍ବପ୍ନ ନେଇ ପ୍ରିୟା ପାଇଁ
ଆଞ୍ଜୁଳା ଆଞ୍ଜୁଳା ଖୁସି ପରଶିଛି
କୃଷ୍ଣଚୂଡ଼ା ପେନ୍ଥା ସମ
ବିରହ ପ୍ରାଣଟା ଆଉଟି ହେଉଛି
ସ୍ପର୍ଶଟା ପ୍ରିୟାର ହୋଇଛି ସ୍ବପ୍ନ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।