କନ୍ୟା ଦିବସରେ
ଏକ କନ୍ୟାର ଅନ୍ତଃଵେଦନା
ମୁଁ ଯେଉଁଦିନ ଝିଅ ହୋଇ ଜନ୍ମିଲି
ସମସ୍ତେ କହିଲେ ମୁଁ ପୁଅଟିଏ ବୋଲି
ସେମାନଙ୍କ କଥା କର୍ଣ୍ଣରେ ଶୁଣିଲି
ପୁଅଟିଏ ଭଳି କର୍ମ କରି ମୁଁ ଚାଲିଲି
ପାଠପଢା ସାଙ୍ଗରେ ସାଠ କୁ ନେଇ
କାମ କରୁଥିଲି ମୁଁ ଥାକ ଦେଇ
ଗୋଡ଼ ମୋଡିବାଠାରୁ ଗଛ ଚଢିବା
ସ୍ନେହ କରୁଣାର କି ପ୍ରଭାବ କହିବା
ପୁଅ ହୋଇ ଯିଏ ଜନମ ନେଲେ
ପାଠପଢା ଛାଡି ଶାଠ ଶିଖିଲେ
ଉପରେ ଉପରେ ନରମ ହୋଇ
ଭିତରେ କାଟିଲେ ହୃଦୟ ସେହି
ଯାହାକୁ ଲୋକେ ଭାବୁଥିଲେ ଭଲ
ସେଇ ଆଗେ ସଜାଡ଼ିଲା ଆମର ଖିଲ
ଜାଣି ପାରୁନଥିଲୁ ତା୍ଆରି ଗୁଣ
ପର ପାଟିରେ ସେ ଖାଇଲା ଲୁଣ
ସାହି ପିଲାଙ୍କ ସାଙ୍ଗରେ ରହି
ପକାଇଲା ସିଏ ଆମର ହେଇ
ଭାବ ରଖିଲେ ସେ ଆମ ଟଙ୍କା ପାଇଁ
ଜାଣିଗଲୁ ତାଙ୍କୁ ଶେଷରେ ଯାଇ
ତଥାପି ବିଶ୍ବାସ ହଉନଥିଲା ଆମର
ଭାଇ ହୋଇ ଆମ କାଟିବ ପର
ପିଶାଚି ବୁଦ୍ଧିଆ ମାନବ ଯେଣୁ
କଳିଯୁଗରେ ସେ ପହଞ୍ଚିଛି ତେଣୁ
କଳ୍ପନା ରାୟ, ଲଇଡା, ସମ୍ବଲପୁର