“ବାପୁ ତୁମେ ଫେରିଆସ”
ଜାତିର ଜନକ ଶାନ୍ତିର ପ୍ରତୀକ
ଅହିଂସା ର ପ୍ରାଣଦାତା
ବାପୁ କହିଦେଲେ ତୁମକୁ ବୁଝାଏ
ଧନ୍ଯ ମୋ ଭାରତ ମାତା।
ସତ୍ଯର ପୂଜାରୀ ଦେଶର ମହାତ୍ମା
ଆଉ ଥରେ ଫେରି ଆସ
ଆଜି ଏ ଦେଶର ପରିସ୍ଥିତି ଦେଖି
ନିଶ୍ଚୟ ହେବ ବିରଷ।
ହତ୍ଯା ଲୁଣ୍ଠନ ଦୁର୍ନୀତି ଶୋଷଣ
ଚାଲିଅଛି ଅବାଧ ରେ
ଅହିଂସା ର ପଥ ଭୂଲି ଯାଇଛନ୍ତି
ସର୍ବେ ଅସତ୍ଯ ପଥରେ।
ନାହିଁ ଶ୍ରଦ୍ଧା ସ୍ନେହ ନାହିଁ ଦେଶପ୍ରୀତି
ନାହିଁ ଭାତୃ ଭାବ ମନେ
ରାମରାଜ୍ଯ ସ୍ବପ୍ନ ଦେଖିଥିଲ ତୁମେ
ପୂରା କରିଥାନ୍ତ ଦିନେ।
କୁଟି କରି ଖାଅ କାଟି କରି ପିନ୍ଧ
ନୀତି ଯେ ଥିଲା ତୁମର
ପାଶ୍ଚାତ୍ଯ ସଭ୍ଯତା ଆଦରି ନେଲେଣି
ଦେଶୀ ଦ୍ରବ୍ଯ ହେଲା ପର।
ରକ୍ତର ଜବାବ ରକ୍ତରେ ନ ଦେଇ
ଅହିଂସା ତୁମର ନୀତି
ସେ ନୀତି ବଳରେ ତିଷ୍ଠି ପାରିଲେନି
ଫେରିଲେ ଫିରିଙ୍ଗୀ ଜାତି।
ତୁମେ ରଖିଥିବା ତିନୋଟି ମାଙ୍କଡ଼
ନାହାନ୍ତି ତ ଆୟତ୍ତ ରେ
ତୁମେ ଫେରିଆସି ବୁଝାଅ ତାହାଙ୍କୁ
ତୁମ ଆଦର୍ଶ ଢ଼ଙ୍ଗରେ।
ଆଉ ଥରେ ତୁମେ ଏ ଧରା ଧାମ କୁ
ଆସିଯାଅ ବାପୁ ମୋର
ଅଧୁରା ସ୍ବପ୍ନ କୁ ସାକାର କରିବ
ହସୁ ଭାରତ ଆମର।
ସୁଜାତା ପତି,ଭୁବନେଶ୍ବର