ଆସ୍ଥା
ପିତା ମାତା ପୁତ୍ରଟିଏ ଚାହିଁ ଥାନ୍ତି
ନିଜ କୁଳ ରକ୍ଷା ପାଇଁ
ବୃଦ୍ଧ ବୟସରେ ସାହାରା ହୋଇବେ
ବେସାହାରା ହେବେ ନାହିଁ।।
ନିଜେ ଦୁଃଖ ସହି ଲହୁ ଲୁହ ପିଇ
ମଣିଷ କରି ଗଢନ୍ତି
ପୁଅ ବଡ ହେଲେ ଦୁଃଖ ହଟିଯିବ
ଆସ୍ଥା ମନରେ ରଖନ୍ତି।।
ହେଲେ ଆସ୍ଥା ତାଙ୍କ ଅସ୍ଥାରେ ରହଇ
ପୁତ୍ର ଯେବେ ନପଚାରେ
ସବୁ ଆସ୍ଥା ତାଙ୍କ ତୁଟିଯାଇଥାଏ
ଛାଡଇ ବୃଦ୍ଧାଶ୍ରମରେ।।
ଆସ୍ଥା ହରାଇ ବୃଦ୍ଧ ଅବସ୍ଥାରେ
ପୁତ୍ର ବିରହେ କାଟନ୍ତି
ଈଶ୍ବରଙ୍କପରେ ଆସ୍ଥା ରଖି ଶେଷେ
ଆଖିରୁ ଲୁହ ଝରାନ୍ତି।।
ଉତ୍ତମ ଶିକ୍ଷା ଓ ସଂସ୍କାର ଦେଇଣ
ସନ୍ତାନ ଗଢି ତୋଳନ୍ତୁ
ବୃଦ୍ଧ ବୟସରେ ଆସ୍ଥା ନହରାଇ
ସୁଖରେ କାଳ କାଟନ୍ତୁ।।
ସୁଧୁରିଯାଅ ରେ ଆଜିର ସନ୍ତାନ
ପିତା ମାତା ଯେ ନମସ୍ୟ
ତାଙ୍କ ଆସ୍ଥା ଯେବେ ପୁରଣ ହୋଇବ
ଅରଜିବ ନିଶ୍ଚେ ଯଶ।।
ବନଲକ୍ଷ୍ମୀ ମହାନ୍ତି