April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପାର୍ବଣେ ବନଦୁର୍ଗା — ମିନତି ଦାଶ

ପାର୍ବଣେ ବନଦୁର୍ଗା

…………………

 

ଶରଦ ଶୋଭା ସମ୍ଭାର ,ଉପମା କି ଅବା ତାର

ଆଦିଗନ୍ତ ସୁଷମା ମଣ୍ଡିତ,

କାଶ ଆଲଟ ଚାମର ଦୋଳି ଦୃଶ୍ୟେ ମନୋହର

,ଝରିତ ଶେଫାଳୀ ସୁରଭିତ.

ନୀଳାଭ ଅମ୍ବର ଶୋଭା ଯୋଛନା ବି ମନ ଲୋଭା

ଲୋହିତ ପଲ୍ଲବ ବାରୁଣୀ ରେ,

ଛୁରିଅନା ମହ ମହ ଶାକମ୍ୱରେ ଧରା ଦେହ

କୁମୁଦ ଶୋଭଇ ସରସୀ ରେ.

ଘନ ନୀଳ କାନ୍ତି ସାଥେ ଅପରାଜିତା ବି ହସେ

ଜହ୍ନିଫୁଲ ସଂଜେ ଶୋଭାବନ,

ମୁକୁରିତ ଜଳ ପରେ ମୀନ ଖେଳେ ହରଷ ରେ

ପୂର୍ଣ୍ଣଗର୍ଭା ପୁଣ୍ୟତୋୟା ପୁଣ.

ଭୂ ଭୂମୀ ଭୁମା ସ୍ୱଚ୍ଛ ତୋଫା ପଣେ ଦଶ ଦିଶ

ଦେବୀ ପକ୍ଷେ ଦେବୀ ଆବାହନ,

ବରଦା ସେ ଚ୍ଛିନ୍ନମସ୍ତା ଭୀମା ଓ ସହସ୍ର ହସ୍ତା

ମୃଣ୍ମୟୀ ରୂପରେ ସଂସ୍ଥାପନ.

ପୁଲକ ପ୍ରବଣ ପୃଥ୍ବୀ ପାର୍ବତୀ ପର୍ବତ ପୁତ୍ରୀ

ପଦପାତି ହୁଅନ୍ତି ପ୍ରବେଶ,

ପାପ ତାପ ଯିବ ନାଶୀ ଉତ୍ଫୁଲିତ ଧରା ବାସୀ

ପାବନାବସର ଉପନୀତ.

ରଘୁପତି ତ୍ରେତୟା ରେ ଆବାହିଲେ ବନସ୍ତରେ

ସଂଗ୍ରାମେ ବିଜୟଂ ଦେହୀ ମାତ,

ଯାଚନା ପାଇଁ କି ପଦ୍ମ ଆଣି ଅଞ୍ଜନୀ ନନ୍ଦନ

ସମର୍ପିଲେ ଦାଶରଥି ପାଶ.

ମହାମାୟା ମାୟା କରି ନେଲେ ଶତଦଳ ହରି

ଭକ୍ତି ପରଖିଲେ ପ୍ରଭୁଙ୍କର,

କମଳ ନୟନ ରାମ କାମ୍ୟ ପୂଜା ସମାପନ

କୋଦଣ୍ଡ ରେ କରିଲେ ଟଙ୍କାର.

ଓପାଡି ଏକ ନୟନ ମାତା ପଦେ ସମର୍ପିଣ

ସମାପିବେ ପୂଜା ଉପଚାର.

ଭକ୍ତି ରେ ହୋଇ ସନ୍ତୁଷ୍ଟ ଜଗନ୍ମାୟା ଜଗତ ମାତ

ପ୍ରକଟି ଧରିଲେ ରାମ କର.

ଦେବୀଙ୍କ ଆଶିଷ ପାଇ ରାମ ହୋଇଲେ ବିଜୟୀ

ଧରମର ହୋଇଲା ବିଜୟ.

ସ୍ୱର୍ଣ୍ଣ ମୟୀ ଲଙ୍କା ଜାଳି ରାବଣ ର ଅନ୍ତକରି

ମଇଥେଳି ପ୍ରାପତ ରାମ ରାୟ.

ବନସ୍ତେ ପୂଜିଲେ ଯେଣୁ ବନଦୂର୍ଗା ନାମ ତେଣୁ

ଅକାଳ ବୋଧନ ପୂଜା ଏଇ,

ପରିମଳ ଧରା ହୋଇ ଭକ୍ତି ଭାବ ଟି ଜଗାଇ

ଆରାଧନା ନୀରାଜନା ପାଇଁ

 

ମିନତି ଦାଶ

ବାରିପଦା

Loading

Leave a Reply

Your email address will not be published. Required fields are marked *