ଶ୍ରୀ ଗଣେଶ ଚତୁର୍ଥୀ
ସକଳ କର୍ମେ ଅଗ୍ରପୂଜ୍ୟ
କୋଟି ସୂର୍ଯ୍ୟ ଠୁ ବଳି ତେଜ
ବିଘ୍ନରାଜ ବିନାୟକ
ବିଘ୍ନରାଜ ବିନାୟକ
ପ୍ରମଥଗଣଙ୍କ ନାୟକ।
ଗଳାରେ ଲମ୍ବେ ପୁଷ୍ପମାଲ୍ୟ
ରୁଦ୍ରାକ୍ଷ ସାଥେ ଦୂବାଦଳ
ଭାଲପଟରେ ଚନ୍ଦ୍ର ଶୋହେ
ଜଗତ ଜନ ମନ ମୋହେ।
ସ୍କନ୍ଦରେ ବାସୁକି ପାଇତା
ଅଭୟବର ବିଦ୍ୟାଦାତା
ସ୍ମରଣ ମାତ୍ରେ ମୋର ନାମ
ଦୂର ହୁଅଇ ବାଧାବିଘ୍ନ।
ଜୟ ଗଣେଶ ଲମ୍ବୋଦର
ପାର୍ବତୀ ଦେବୀ ଙ୍କ କୁମର
ସ୍ଥୂଳ ଶରୀର ଏକଦନ୍ତ
ସୁନ୍ଦର ଶୋହେ ଗଜମଥ।
ମଙ୍ଗଳ ଚରଣ ଗଜାନନ ଗଜବଦନ
ଶୁଭାନନ ହେ…..
ବିଦ୍ୟା ଦାୟକ ବୁଦ୍ଧି ପ୍ରଦାୟକ
ଗୋଉରୀ ତନୟ ଗଜାନନ
ରେନି ରାଜେଶ୍ଵରୀ