ବାଟବଣା ପଥିକ।।
କାଳର କରାଳ ଭିତରେ ଚାଲୁଛି
କେବେ ମୁଁ ଯେ ସାଥି ହୋଇ
ସମୟ ଡୋରି ରେ ହୋଇ ଛନ୍ଦି କେବେ
ହୋଇଯାଏ ଏକା ପୁଣି।
ଜାଣିନି କେତେ ଦୂରରେ ରହିଛି ମୋ
ଜୀବନ ର ଲକ୍ଷ୍ଯପଥ
ତଥାପି କେବେ ମୁଁ ପଛକୁ ନ ଚାହିଁ
ଚାଲୁଛି ମୋ ଚଳାପଥ।
ଅଜଣା ପଥର ପଥିକ ଟି ସାଜି
ମନରେ ରଖିଛି ଆଶା
ବଢାଉଛି ଆଗକୁ କେଇଟା ପାଦ
ମୁଁ ନ ହୋଇ ଦିଗହରା।
ଆଖି ରେ ଭରି ରହିଛି ଅସୁମାରି
ସ୍ୱପ୍ନ ର କେତେ ଲହରୀ
ଦୁଃଖ ର ସମୁଦ୍ର ଭିତରେ ପୁଣି
ଖୋଜିବୁଲେ ହସର ମୋତି।
ରୋଜି ରଣା
ବଲାଙ୍ଗିର (ରୋଡ୍)