।। ଇଚ୍ଛା।।
ଏଇ ବୋଧେ ଯାତ୍ରା ଆରମ୍ଭ ହୋଇଛି
ବାଟ ଅସରନ୍ତି ପ୍ରାୟ
ମନରେ ରଖି କେତେ ଆଶା ସ୍ୱପ୍ନ
ଧାଇଁ ଯାଏ କେତେ ବାଟ।
ଆଖି ରେ ନେଇ ଯେତେ ସ୍ୱପ୍ନ ର ଲହରୀ
ଚାଲୁଛି ମୋ ଚଳାପଥ
ମନରେ ନେଇ ଏକ ଆତ୍ମବିଶ୍ୱାସ
କରିବି ଦିନେ ମୁଁ ପୁନ୍ନ।
ଛୋଟ ଏକ ବୁଲିବୁଲି ପକ୍ଷୀଟେ ହୋଇ
ନୀଳ ଆକାଶ ବୁକୁରେ
ଦୂରେ ବହୁ ଦୂରେ ସପନ ସହରେ
ଉଡନ୍ତି ଡେଣା ମେଲାଇ।
ଫୁଲ ପରି ଫୁଟି ସହିବାକୁ ଚାହେଁ
ଭଅଁର ପରି ବୋଲନ୍ତି ଗୀତ
ଏଇ ଛୋଟ ଛୋଟ ଆଶା ପୂନ୍ନ କରି
ଜୀବନ ହୁଅନ୍ତା କି ଶେଷ।
ଏଇ ବୋଧେ ଯାତ୍ରା ଆରମ୍ଭ ହୋଇଛି
ବାଟ ଅସରନ୍ତି ପ୍ରାୟ……………………….
ରୋଜି ରଣା
ବଲାଙ୍ଗିର (ରୋତ୍)