April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା

ଶାନ୍ତିର ସୂର୍ଯ୍ୟ’

 

ସକାଳୁ ସକାଳୁ ଖୋଲା ବାତାୟନରେ ସୂର୍ଯ୍ୟଙ୍କର ଶୀତଳ

ଅରୁଣିମା ଘରର ସମଗ୍ର ପରିବେଶ କୁ ସଂଗୀତମୟ କରି ଦେଉଥିଲା। ଆରାମି ଚେୟାର୍ ରେ ବସି ଚା କପରେ ଚୁଷ୍କି ନେଉ ନେଉ ଅମିତ ବାବୁ ଘରଣୀ ଙ୍କୁ ସମ୍ବୋଧନ କରି କହୁଥିଲେ, ହେଇ ଶୁଣୁଛ ସୀମା, ଖୁବ୍ ଶୀଘ୍ର କୁଆଡେ ଯୁଦ୍ଧ ହେବ। ହେଲେ, ଯୁଦ୍ଧ ଟା ଭଲ ନୁହେଁ ସୀମା। ସ୍ବାର୍ଥାନ୍ଧ ଶାସକ ଅନ୍ୟ ରାଜ୍ଯ ଉପରେ ନିଜର ପତିଆରା ଜାହିର କରିବା ପାଇଁ ଯୁଦ୍ଧ କରେ। ସେଥିରେ ପେଷି ହୋଇ ଯାନ୍ତି ନିରୀହ ଜନତା। ଯୁଦ୍ଧ ଭୂଇଁ ରେ

ଭୋକ, ଓ ପାସ, ଅନିଦ୍ରା ରେ ଲଢେଇ କରି କରି କେତେବେଳେ ବୀର ସୈନିକ ସହୀଦ ହୋଇଯାଏ ତ କେତେବେଳେ ହସ୍ତ ପଦ ହରାଇ ବିକଳାଙ୍ଗ ହୋଇ ଯାଏ ସବୁଦିନ ପାଇଁ। ଏତିକି କହୁ କହୁ ଟିଭି ନିଉଜ ରେ ଦେଖନ୍ତି, ତାଙ୍କ ଦେଶ ସହିତ ବାହାର ଦେଶର ଲଢେଇ ର ଲାଇଭ୍

ହେଡ୍ ଲାଇନ୍। ଛାତି ଥରି ଉଠେ ଅମିତ ବାବୁଙ୍କ ର ଏକ ଅନିଶ୍ଚିତ ଭବିଷ୍ଯତ କୁ ନେଇ।

 

ଯୁଦ୍ଧ, ଅଶାନ୍ତି, ଅଭାବ, ଅନାଟନ, ଦରବ୍ରୁଦ୍ଧି, ଗୋଳାବାରୁଦ ର ଭୟଙ୍କର ଗର୍ଜନ, ଯନ୍ତ୍ରଣା ଜର୍ଜର ଜୀବନ, ଛିନ୍ନ କବନ୍ଧ, ବ୍ରୁଥା ରକ୍ତ ପାତ, ରକ୍ତ ନଈ, ପେଟ ଆଉ ପିଠିର ଯନ୍ତ୍ରଣା, ଏଇତ ଯୁଦ୍ଧ ର ପରିଣତି।

ଯୁଦ୍ଧ ର ଭୟାବହତା ଭିତରେ ସାଧାରଣ ମଣିଷ ଲଢେଇ କରେ କଷ୍ଟ ରୁ ତ୍ରାହି ପାଇବା ପାଇଁ। ଏକ ଅଜଣା ଭୟ ବିଦ୍ୟୁତ୍ ବେଗରେ ଦୌଡ଼ି ଗଲା ସମଗ୍ର ଶରୀରକୁ। ଜୀବନ ବଂଚାଇବା ପାଇଁ ସସ୍ତ୍ରୀକ ଗୋଡ କାଢିଲେ ଖୋଲା ଆକାଶ ତଳକୁ। ସାମିଲ ହେବେ ଜୀବନ ବଂଚାଇବା ର ଦୌଡରେ। ଚାଲି ଚାଲି ନୟାନ୍ତ। କ୍ଷୁଧାର ତାଡନା ରେ ସ୍ବେଚ୍ଛାସେବୀଙ୍କ ଦ୍ବାରା ଦିଆଯାଇଥିବା ବିସ୍କୁଟ ଓ ଢୋକେ ପାଣି ପାଟିରେ ଦେଉଛନ୍ତି, ତ କେତେବେଳେ ମହାଶୂନ୍ୟକୁ ଅନେଇଁ

ଅନେଇଁ ଚାଲୁଛନ୍ତି ଶ୍ରାନ୍ତ କ୍ଲାନ୍ତ ଅବସ୍ଥାରେ। ଅନତି ଦୂରରେ ଯୁଦ୍ଧ ବିମାନ ଉଡି ଯାଉଛନ୍ତି ଆକାଶ ମାର୍ଗରେ। ଦେହ ଉପରେ ବୋମା ପଡିଯିବ କି? ନିମିଷକ ରେ ସବୁ ଶେଷ ହୋଇଯିବ। ହେଇ, ଗତକାଲି ରାସ୍ତା ରେ ଆସୁ ଆସୁ ନଜରକୁ ଆସିଥିଲା, ବୋମା ମାଡରେ ଖିନ୍ ଭିନ୍ ହୋଇ ଯାଇଥିବା ମଣିଷ ମାନଙ୍କ ମ୍ରୁତ ଶରୀର।

ରାସ୍ତା ଘାଟ, କାନ୍ଥ ବାଡ, ଗଛ ଖୁଣ୍ଟ ରେ ଝୁଲୁଥିଲା ମ୍ରୁତ ଶରୀର ର ମାଂସ ଖଣ୍ଡ। ଏ ଦୁର୍ଦିନ ରୁ ରକ୍ଷା ପାଇବା ପାଇଁ ନିଜ ଜନ୍ମ ମାଟି, ନିଜ ପ୍ରିୟ ଘର ଡିହକୁ ପଛରେ ପକାଇ ସେ ଚାଲିଛନ୍ତି ଶରଣାର୍ଥୀ ଭାବେ। ଆଉ ଏକ ନୂତନ ସୂର୍ଯ୍ୟ ର ଅନ୍ବେଷଣ ରେ। ପଛକୁ ଫେରିବାର ସମୟ ନାହିଁ। ନିଜ ଜନ୍ମ ମାଟି, ନିଜ ଘରଦ୍ବାର ଆଜି ଶତୃ ଦ୍ବାରା ଧୀରେ ଧୀରେ ଧ୍ବଂସ ସ୍ତୁପରେ ପରିଣତ ହେବାକୁ ଯାଉଛି। ଶତ୍ରୁର ଗୁଳି ଖିନ୍ ଭିନ୍ କରି ଦେଉଛି, ତାଙ୍କର ସ୍ବପ୍ନର ଅମରାବତୀ କୁ। ଏବେ ଆଉ ଏଠି ରହି ତିଳ ତିଳ ହୋଇ ମରିବା ଅପେକ୍ଷା, ଅନ୍ୟ ମାନଙ୍କ ସହ ବଂଚିବାର ଦୌଡ ରେ ସେ ସାମିଲ୍ ହୋଇଛନ୍ତି। ତାଙ୍କ ପରି ଲକ୍ଷ ଲକ୍ଷ ଲୋକ ସରକାର ଙ୍କ ଦ୍ବାରା ଯାନବାହନ ରେ ବୁହା ହୋଇ ସ୍ଥାନାନ୍ତରିତ ହେଉଛନ୍ତି ଅନ୍ୟ ଦେଶକୁ। ଏମିତି ଘୋଷାଡ଼ି ହେଇ ହେଇ ସ୍ତ୍ରୀ ଙ୍କ ସହ କେତେବେଳେ ଦଶ ପନ୍ଦର କିଲୋମିଟର ଚାଲି ଆସିଛନ୍ତି ତାଙ୍କୁ ଜଣା ନାହିଁ। ଧୀରେ ଧୀରେ ସେମାନେ ପହଞ୍ଚି ଯାଇଥିଲେ, ସେହି ବସ୍ ପାଖକୁ। ସିଟରେ ବସୁ ବସୁ ସ୍ବାମୀ, ସ୍ତ୍ରୀ ଦୁହେଁ ଶାନ୍ତି କେ ନିଶ୍ବାସ ମାରୁଥିଲେ। ମନରେ ଭରି ଯାଉଥିଲା କେତେ ସୁଖଦ ଅନୁଭୂତି। ଧୀରେ ଧୀରେ ସେମାନଙ୍କ କାନରେ ଆଉ ଗୋଳାବାରୁଦ ର ବିସ୍ଫୋରଣ ଶୁଣା ଯାଉନ ଥିଲା। ବିକଳ ଜୀବନ , ଭୋକ ଓପାସ ର ହା ହା କାର ଚିତ୍ର ଅପସରି ଯାଉଥିଲା। ଜୀବନ ବଂଚାଇବା ର ଏକ ସୁଖଦ ଅନୁଭୂତି କୁ ସାଉଁଟୁ ସାଉଁଟୁ ବସଟି କେତେବେଳେ ପଡେ଼ାଶୀ ଦେଶର ବର୍ଡର ପାଖରେ ଅଟକି ଗଲା ଜଣାଗଲା ନାହିଁ। ପଡୋଶୀ ଦେଶରେ ପାଦ ଦେଉ ଦେଉ ଦେଖୁଥିଲେ ଆକାଶ ରେ ଝଟକୁ ଥିବା ଉଜ୍ଜ୍ବଳ ସୂର୍ଯ୍ୟ ଙ୍କୁ। ପୁରା ଭିନ୍ନ ଲାଗୁ ଥିଲା ତାର ରୂପ। ଶାନ୍ତ, ସୁନ୍ଦର, ଉଜ୍ଜ୍ବଳ ଓ ଆକର୍ଷଣୀୟ। ସତେ କି ଶାନ୍ତିର ସୂର୍ଯ୍ୟ।

 

ଭାରତୀ ପଣ୍ଡା, ବୁର୍ଲା, ସମ୍ବଲପୁର

Loading

Leave a Reply

Your email address will not be published. Required fields are marked *