April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର

ଶାନ୍ତିର ସୂର୍ଯ୍ୟ 

 

 

ତୃପ୍ତି ମନ୍ଦିରରୁ ଫେରୁଥିଲା l ଆଖିରେ ଆଖିଏ ଲୁହ ଟଳମଳ l ଶାଶୁ କେତେବେଳୁ ଅପେକ୍ଷାରେ ଥିଲେ, ମନେ ମନେ ବ୍ୟସ୍ତ ହେଉଥିଲେ ବି କଣ ବା କରିପାରିବାର ଥିଲା ତାଙ୍କର ! ତୃପ୍ତିର ମନର ବ୍ୟଥା ସେ ଅନୁଭବ କରୁଥିଲେ l ଜଣେ ନାରୀ ହୋଇ ଆଉ ଏକ ନାରୀର ମନର ବ୍ୟଥାକୁ ବୁଝିନ ପାରନ୍ତେ ବା କିପରି !

ବାହାଘରର ସାତଟି ଫଗୁଣ ପରେ ବି ଆସିନି କୋକିଳ, ଶୁଭୁନି ତା କୁହୁତାନ, ଵଉଳୁନି ଆମ୍ରବନ, କେବେ ଅପସରିବ ସେ ଅଶାନ୍ତ ଆତଙ୍କ ଓ ଆସିବ ଶାନ୍ତିର ସୂର୍ଯ୍ୟୋଦୟ, ଆଲୋକିତ ହେବ ତୃପ୍ତିର କୋଳ ଓ ଘର ଅଗଣା ! ବୋହୂର ଅନ୍ତର ବେଦନାକୁ ମର୍ମେ ମର୍ମେ ଉପଲବ୍ ଧି କରିପାରୁଥିଲେ ବୋଲି କିଛି ବି କହିବାକୁ ତାଙ୍କର ହୃଦୟ ବାଧାଦିଏ l ତୃପ୍ତି କେବଳ ଠାକୁରଙ୍କୁ କାନ୍ଦି କାନ୍ଦି ଜଣାଏ କେବେ ଶୁଭିବ ତା ଅଗଣାରେ କୁହୁ ସ୍ଵନ ! ସେଥିପାଇଁ ସବୁଦିନ ମନ୍ଦିର ଯାଏ, ଠାକୁରଙ୍କୁ କାନି ପାତି ଭିକ ମାଗେ, କୁଆଁ କୁଆଁ ରାବ ଟିକେ ପାଇଁ..

ଠାକୁର ତା କଥା କେତେ ଶୁଣନ୍ତି ସେ ଜାଣେନା.. ହେଲେ ଗୁହାରି କରିବାଟା ତାର କେବେ ବନ୍ଦ ହୁଏନା l ପ୍ରତିଦିନ ମନ୍ଦିରରୁ ଆସିଲା ବେଳକୁ ଆଖିଲୁହରେ ଭିଜିଥାଏ ପଣତ, ବତୁରା ଆଖି ଗୁଡିକ ଫୁଲି ଗେଣ୍ଡାପରି ଦିଶୁଥାଏ l ଅନେକ ଅଭିଯୋଗ ଓ ଗୁହାରୀ ପରେ ମନବୁଝିଲେ ଫେରିଆସେ ଘରକୁ l ବାଟ ଚାହିଁ ବସିଥାନ୍ତି ଶାଶୁ ମା ‘ l ଏଇଟା ତାର ନିତିଦିନିଆ କାମ l ହେଲେ ପାଷାଣ ପ୍ରତିମା ଟିକେ ହେଲେ ତରଳି ଯାଆନ୍ତେ ! ଏମିତି କେତେ ଯେ ମନ୍ଦିର ଯାଇଛି, କେତେ ଯେ ଗୁହାରି କରିଛି…. ତାର ହିସାବ କିନ୍ତୁ ରଖିନି ତୃପ୍ତି ହେଲେ ତାର ବିଶ୍ଵାସ ଟିକକ ହରାଇନି, ମାତୃତ୍ଵ ପ୍ରାପ୍ତି ପାଇଁ ଆକୁଳ ବିକଳ ହୋଇ ପୂଜାପାଠ କରିବା, ଘରୋଇ ତୁଟୁକା କରିବା, ଇତ୍ୟାଦିରେ ଜମା ବି ହେଳା କରିନି l ଅବିଶ୍ୱସନୀୟ ହେଲେ ବି ବିଶ୍ଵାସ କରିଛି, କେବଳ ସେ ନୁହେଁ, ମଣିଷ ଏମିତି ଅସହାୟ ହେଲେ ଏସବୁର ଆଶ୍ରା କରିବାକୁ ବାଧ୍ୟ ହୁଏ l

 

ସ୍ୱାମୀ ମଧ୍ୟ ବୁଝନ୍ତି, ଅନ୍ୟ ସ୍ୱାମୀ ପରି ସେ ତାକୁ ଭୁଲ ନ ବୁଝି ସହାୟତା ପ୍ରଦାନ କରନ୍ତି ବୋଲି ତ ସେ ଆଜି ଦୁନିଆରେ ଅନ୍ୟମାନଙ୍କ ଟାହିଟାପରାକୁ କର୍ଣ୍ଣପାତ କରୁନି l ହେଲେ ଆକୁଳ ମନ ତାର ବୁଝୁନି… ଆନ୍ଦୋଳିତ ମନର ଆକୁଳ ପ୍ରାର୍ଥନା ଯାହାଙ୍କୁ ଦିନ ରାତି ଏକାକାର କରି ଶୁଣାଉଛି, ସେ ଶୁଣିଲେ ସିନା !

 

ତା ସମବୟସୀ ମାନଙ୍କ କୋଳରେ କୁନା କୁନି ମାନଙ୍କୁ ଦେଖିଲେ ସେ ତା” ଭାଗ୍ୟକୁ ନିନ୍ଦିବା ଛଡା ଆଉ ଉପାୟ ନ ଥାଏ l କଣ କରିବ ସେ, ମାତୃତ୍ୱ ଏମିତି ଏକ ଜିନିଷ ତାର ଅନୁଭବ ପାଇଁ ତୃପ୍ତି ଯେ ପାଗଳ ପ୍ରାୟ, ତାକୁ ଯେ କେହି ଦେଖିଲେ ଜାଣିପାରିବେ l ତାର ବ୍ୟସ୍ତତାକୁ ଦେଖିଥିବା ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଅନେକ ପରାମର୍ଶ ମଧ୍ୟ ଦିଅନ୍ତି l ସେମିତି ଜଣେ ସାଙ୍ଗ ତାକୁ” ସନ୍ତାନ ଗୋପାଳଙ୍କ ମୂର୍ତ୍ତି ରଖି ତାଙ୍କୁ ନିଜର ପୁତ୍ର କରି, ପୁତ୍ରସ୍ନେହ ଦେଇ ଲାଳନପାଳନ କରିବାକୁ କହିଲା,ଯେମିତି ନିଜ ସନ୍ତାନ ଓ ତାଙ୍କ ଭିତରେ କିଛି ବି ଫରକ ନ ରହେ ! କାରଣ ଗୋପାଳ ମାତୃସ୍ନେହ କାଙ୍ଗାଳ, ସେମିତି ସ୍ନେହ ପାଇଲେ ସେ ସେହି ମା’ର ଗର୍ଭରେ ଜନ୍ମନେବାକୁ ଇଚ୍ଛା କରନ୍ତି l ”

“ସତେ ନା କଣ !” ତୃପ୍ତିର ହୃଦୟକୁ ଛୁଇଁଲା ଏ କଥା l

ସେବେଠୁ ତୃପ୍ତିକୁ ଆଉ କେହି ମନ୍ଦିର ଯିବାର ଦେଖିନି l ତାର ସମସ୍ତ ସ୍ନେହ ଓ ସମୟ ଅଜାଡି ଦେଇଛି ଗୋପାଳ ପାଇଁ, ବ୍ୟସ୍ତ ବିବ୍ରତ ଜନନୀଟେ ପରି l ଗୋପାଳର ଖାଇବା, ପିଇବା, ପୋଷାକ ପିନ୍ଧିବା ଇତ୍ୟାଦି ସମସ୍ତ କଥା ବୁଝୁ ବୁଝୁ ନିଜେ ନିଜକୁ ବି ଭୁଲିସାରିଲାଣି l ”

ସ୍ନେହ ରଂକୁଣା ଗୋପାଳ ବି ଆଉ ଫୁଲ, ଚନ୍ଦନ, ଭୋଗରେ, ଖଟୁଲିରେ ରହିବାକୁ ପସନ୍ଦ ନ କରି ଭକ୍ତର ସ୍ନେହରେ ବନ୍ଧା ପଡି ତୃପ୍ତିର ଉଦରକୁ ଭାରି କଲେଣି l ତୃପ୍ତିର ଗୋଡ଼ ଆଉ ଖୁସିରେ ତଳେ ଲାଗୁନି l ଶାଶୂଙ୍କର ମଧ୍ୟ ମନ ବହୁତ ଖୁସି l ଉଭୟ ଶାଶୁ ବୋହୁଙ୍କ ଖୁସିରେ ଘରେ ଅସ୍ତମିତ ହୋଇଯାଇଥିବା ଶାନ୍ତି ପୁନର୍ବାର ତାର ଉଦୀୟମାନ ଆଭାରେ ଆଲୋକିତ କରୁଛି ତୃପ୍ତିର ସଂସାର, ଆଉ ତୃପ୍ତିର ଉଠରେ ଧାରେ ତୃପ୍ତିର ହସ…

 

ଚିନ୍ମୟୀ ମହାପାତ୍ର, ଅନଗୁଳ

Loading

Leave a Reply

Your email address will not be published. Required fields are marked *