ସବୁଜ ହୀରା
ଅନାମବାବୁ ଜଣେ ଚାଷୀ ଘରରପିଲା
ପିଲାଟି ଦିନରୁ ବାପା ଙ୍କୁ ଚାଷ ବାସରେ
ସାହାଯ୍ୟ କରିବା ସହିତ ଭଲ ପାଠବି ପଢ଼ନ୍ତି।ବାଡ଼ି ବଗିଚା ରେ କାମ କରିବାକୁ ଭଲ ପାଆନ୍ତି।ମାଟ୍ରିକ ରେ ଭଲନମ୍ବର ରଖି ଏକାଥରକେ ପାଶ୍ କଲେ।ଘରର ଅବସ୍ଥା ସ୍ୱଛଳ ନଥିବାରୁ ଅଳ୍ପ ବୟସରୁ ଶିକ୍ଷକତା
ଆରମ୍ଭ କଲେ ସ୍କୁଲରେ ଶିକ୍ଷକ ଭାବରେ ନିଯୁକ୍ତି ପାଇବାପରେ ସ୍କୁଲ ରେ ନାନା ଜାତିଫୁଲଫଳଗଛ ଲଗାଇ ସୁନ୍ଦର ସବୁଜ ବଗିଚା ଟିଏ କରିଲେ।ସ୍କୁଲ କୁ ଯିଏ ବି ଯାଏ
ଦେଖେ ପ୍ରଶଂସାନକରି ରହିପାରେନା।
ଅନାମବାବୁ ତାଙ୍କର ଭଲକାମ ପାଇଁ ଜଣେପୁରସ୍କାରପ୍ରାପ୍ତ ଶିକ୍ଷକ।
ଅନାମ ବାବୁ ଚାକିରିରୁ ଅବସର
ଗ୍ରହଣକଲେ ।
ହସଖୁଶିରସଂସାର ପୁଅ ଝିଅ ବିଭା
ଘର ସରିଛି।ନାତି ନାତୁଣୀ ଯୋଡିଏ
ଦିନେ ଅନାମବାବୁ ଙ୍କପାଖରେ ଗ୍ରାମର
ଜଣେ ଗରିବ ଲୋକ ମନଦୁଃଖରେ ପହଞ୍ଚିଲା।ଅନାମବାବୁ କାରଣ ପଚାଳିଲେ
ଲୋକଟି କହିଲା ତାର ଝିଅ ବାହାଘର ପାଇଁ ଟଙ୍କା ଦରକାର ।ତା ବଦଳ ରେ ସେ ତାର ଛୋଟ ଢିପ ଜମି ଖଣ୍ଡକ ବିକିବାକୁ ଚାହେଁ।ହେଲେ ଢିପଜମିପାଇଁ କେହି ଉଚିତ ମୂଲ୍ୟ ଦେବାକୁ ରାଜି ନାହାନ୍ତି।ଅନାମବାବୁ ତାଙ୍କୁ ଆଶ୍ୱାସନା ଦେଲେ, ଉଚିତ ମୂଲ୍ୟ ଦେଇ ଜମି ଟିକୁ କିଣିବେ।ଲୋକଟି ଗଲା ପରେ, ଘରଲୋକେ ପଚାରିଲେ ଢିପ ପଡିଆ ଜମି କୁ କିଣି ବାକୁ କାହିଁକି କଥା ଦେଲେ।ଅନାମବାବୁ କହିଲେ, ଗରିବ ଲୋକଟି ର
ଝିଅ ବାହାଘର ହୋଇ ଗଲେ ସେ ଖୁଶି ହେବ।ଢିପ ଜମିରେ ଫସଲ ଭଲ ନହେଲେ ଆମେ ସବୁଜ ହୀରା ଲଗାଇବା
ଘରଲୋକେ ବୁଝି ପାରିଲେନି।ଅନାମବାବୁ ବୁଝାଇଦେଲେ,ଜମିରେ ଫସଲ ଭଲ ନହେଲେ ଆମେ ସେଥିରେ ଫୁଲ ଫଳ ଗଛ ଲଗାଇ ବା।ସେଇଆ ହେଲା, ଅନାମବାବୁ ଅଳ୍ପ ସମୟରେ ସେହି ପଡିଆ ଜମିରେ ନାନା ଜାତିରଫୁଲ ,ଫଳଲଗାଇ
ସୁନ୍ଦର ସବୁଜ ବଗିଚା ଟିଏ ତିଆରି କଲେ।ବାଟରେ ଯିବା ଲୋକମଧ୍ୟ ତାଙ୍କର ଉଦ୍ୟମ ଦେଖି ପ୍ରଶଂସା କଲେ।ଦିନେ ଅନାମବାବୁ
ତାଙ୍କର ପରିବାର ଙ୍କୁ ଡାକି କହିଲେ ଆସ
ବଗିଚା ରେ ସବୁଜ ହୀରାଫଳିଛି ଦେଖିବ
ଆସ।ସୁନ୍ଦର ବଗିଚା ଦେଖି ପରିବାର ଆନନ୍ଦ ହୋଇ ଗଲେ।
ବିଦୁଲତା ବେହେରା
ଭୁବନେଶ୍ୱର