ସବୁଜ ହୀରା
=========
ତୃଷ୍ଣା ଠିକ୍ ତା ମାଆ ପରି ଗଛଲତା କୁ ଭାରି ଭଲପାଏ l ପ୍ରାୟ ନିଜ ଭୋକ ଶୋଷ ଭୁଲିଯିବ କିନ୍ତୁ ଗଛଲତାର ଯତ୍ନ ନେବାକୁ କେବେ ଭୁଲେ ନାହିଁ l
ଯଦି କେବେ ବନ୍ୟା ବାତ୍ୟାରେ ଗଛରୁ ଛୋଟ ଡାଳଟିଏ ଭାଙ୍ଗିଯାଏ ତାକୁ ବହୁତ କଷ୍ଟ ହୁଏ l ଆଉ ଯଦି କେବେ ଭୁଲ୍ ରେ ତା ଦ୍ୱାରା ଗଛର କିଛି କ୍ଷତି ହୁଏ ତ ତାକୁ ଲାଗେ ସତେ ଯେମିତି ସେ କେତେବଡ ଭୁଲ୍ ଟିଏ କରି ଦେଇଛି l
ତୃଷ୍ଣାର ଗଛଲତା ପ୍ରତି ଏପରି ଭଲପାଇବା ଦେଖି ଗାଁ ଲୋକ ମାନେ ଅନେକ କଥା ହୁଅନ୍ତି l କିଏ କୁହେ ତା ମାଆ ଗର୍ଭବତୀ ଥିବା ସମୟେ ଦେଖିନାହିଁ କେମିତି ଖାଲି ସବୁବେଳେ ଏଇ ଗଛ ପାଖେ l କେତେବେଳେ ଗଛ ଲଗାଉଥିବ ତ କେତେବେଳେ ପାଣି ଦେଉଥିବ ସେଥିପାଇଁ ତା ଝିଅଟାବି ସେମିତି ହେଇଛି l ଆଉ କେହି କୁହେ ପୁଣି ଆରେ କଥାରେ ନାଇଁ ମାଆ ହେଲେ ପାଠଇ ଦେଶ ଯିବ ଆଗେଇ’ l ଦେଖୁନୁ ଏଇଠୁ ସେଇଟା ପୁରା ସ୍ପଷ୍ଟ ଜଣା ପଡୁଛି ପରା l ଏପରି ଅନେକ ଗପ କରନ୍ତି ଲୋକମାନେ l
ଦିନେ ତାଙ୍କ ଗାଁ ମଧୁ ମାଉସୀ ଝିଅର ଜନ୍ମଦିନ ଆସେ ସେ ତ ଜ୍ୟୋସ୍ନା ର ସାଙ୍ଗ ତେଣୁ କେହିଜଣେ ମାଉସୀ ପଚାରିଛନ୍ତି ଆଚ୍ଛା ତୃଷ୍ଣା ତୁ ଆଜି ତ ସାଙ୍ଗକୁ କଣ ଉପହାର ଦେବୁ ? ତୃଷ୍ଣା ଟିକେ ଭାବେ ଓ କୁହେ ସବୁଜ ହୀରା ଗୋଟେ ଦେବି l ସେ ମାଉସୀ ହଠାତ୍ ଚମକି ଯାଆନ୍ତି ପଚାରନ୍ତି ତୁ କଉଠୁ ଆଣିବୁକି ସେ ସବୁଜ ହୀରା ? ମୁଁ ତ ସେ ସବୁଜ ହୀରା କେବେ ଦେଖିନି l ଠିକ୍ ଏଇ ସମୟେ ତୃଷ୍ଣା ର ମାଆ ତୃଷ୍ଣା କୁ ଡାକପକେଇଛନ୍ତି ତେଣୁ ସେ ମାଉସୀଙ୍କ ଉତ୍ତର ଦେଇ ନପାରି ମାଉସୀ ମୁଁ ଆଉଥରେ ଆସିବି କହି ଚାଲିଯାଇଛି l
ସନ୍ଧ୍ୟା ସମୟେ ସଭିଏଁ ମଧୁ ମାଉସୀ ଘରକୁ ଯାଇଛନ୍ତି ତାଙ୍କ ଝିଅର ଜନ୍ମଦିନ l ଅନେକ ଜଣ ଅନେକ ଉପହାର ନେଇକି ଆସିଛନ୍ତି ତୃଷ୍ଣା ମଧ୍ୟ ପହଞ୍ଚି ଯାଇଛି ତାକୁ ଦେଖି ଜଣେ ମାଉସୀ ପଚାରନ୍ତି ଆଲୋ ଆଲୋ ତୁ ଏଇଠିକୁ ବି ସେଇ ଗଛ ଗୋଟେ ନେଇକି ଚାଲି ଆସିଲୁ l ଆଉ ପଚାରିବାରୁ କହୁଥିଲୁ କଣ ନା କଣ ସବୁଜ ହୀରା ଦେବୁ l ଏସବୁ ମଧୁ ମାଉସୀଙ୍କ ଭାଇ ଶୁଣୁଥାନ୍ତି ଓ ମନେ ମନେ ସେ ହସୁଥାନ୍ତି l ସେ ଏଇ ମୂଲ୍ୟବାନ ସବୁଜ ହୀରାର ମୂଲ୍ୟ ବିଝିଛନ୍ତି ଏବଂ ଜାଣିଛନ୍ତି l ଅନ୍ୟମାନେ ସେ ସବୁଜ ହୀରାପାଇଁ କି ଆଜି ଏପୃଥିବୀରେ ବଞ୍ଚି ରହିଛନ୍ତି କିନ୍ତୁ ତା ମୂଲ୍ୟ ବୁଝି ପାରିନାହାନ୍ତି l ସେଠାରେ ସେଇଦିନ ମଧୁର ଭାଇ ସଭିଙ୍କୁ ବସିବାକୁ କହିଲେ ଓ ଗୋଟେ ଛୋଟ ଛୁଆକୁ ଡାକି ପଚାରିଲେ କାହା ବିନା ଆମେ ଖୁବ୍ କମ୍ ସମୟ ବଞ୍ଚିଵା ମଧ୍ୟ କଷ୍ଟ ?ସେ ଛୁଆଟି କୁହେ ଅମ୍ଳଜାନ l ଆଚ୍ଛା ଅମ୍ଳଜାନ କେଉଁଠୁ ପାଉଛନ୍ତି ଆମେ ? ସେ ଛୁଆଟି କୁହେ ଗଛ l ପୁଣି ମଧୁର ଭାଇ କୁହନ୍ତି ଆଚ୍ଛା ସଭିଏଁ ଏବେ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଲ ଦେଖିଵା ଆମ ପାଇଁ ସବୁଠାରୁ ମୂଲ୍ୟବାନ କଣ ? ସଭିଏଁ କୁହନ୍ତି ଅମ୍ଳଜାନ l ପୁଣି ପଚାରନ୍ତି ଆଚ୍ଛା ଅମ୍ଳଜାନ କେଉଁଠୁ ପାଉଛନ୍ତି ସଭିଏଁ କୁହନ୍ତି ଗଛ l ଆଉଥରେ ସେ ପଚାରନ୍ତି ଇଏ ହୀରା ଠାରୁ ମଧ୍ୟ ମୂଲ୍ୟବାନ ନା ? ସଭିଏଁ କୁହନ୍ତି ହଁ l ତାହେଲେ କଣ ? ସଭିଏଁ ଏକ ସ୍ଵରେ କୁହନ୍ତି ସବୁଜ ହୀରା l
——————————————
ବର୍ଷାରାଣୀ ମହାନ୍ତ , ବେଲପଶି କେନ୍ଦୁଝର