ମାଟିର ମଣିଷ
ମାଟିର ଶରୀର ମାଟିରେ ଲୀନ
ମୋହ ମାୟା ସୁଖ ଅଳପ ଦିନ.
ରାଜୁ ଆଉ ପପୁ ଦୁଇଜଣ ବହୁତ ଭଲ ବନ୍ଧୁ ଥିଲେ ! ଛୋଟ ବେଳୁ ତାଙ୍କର ପ୍ରତେକ କାର୍ଯ୍ୟକୁ ମିଳିମିଶି କରୁଥିଲେ ! ରାଜୁ ଥିଲା ଗୋଟିଏ ଗରିବ ପରିବାରର ପିଲା ରାଜୁର ମା ଆଉ ବାପା ମାଟି ହାଣ୍ଡି ମାଟିର ପ୍ରତେକ ଘର କରଣ ଜିନିଷ ତିଆରି କରି ଆଉ ପର ବିଲରେ କାମ କରି ରାଜୁ କୁ ପାଠ ପଢ଼ାଉଥିଲେ ! କିନ୍ତୁ ପପୁର ବାପା ଜଣେ ଵେବସାୟୀ ଥିଲେ ତେଣୁ ପପୁର ଆର୍ଥିକ ଅବସ୍ଥା ବହୁତ ଭଲ ଥିଲା ! ପପୁ ଆଉ ରାଜୁର ବନ୍ଧୁତା ଏତେ ନିବିଡ ଥିଲା କି ସେମାନେ କେହି କାହାକୁ ଦିନେ ନ ଦେଖିଲେ ରହିପାରୁନଥିଲେ ! କିନ୍ତୁ ପପୁର ପାଦରେ ମାଟି ଟିକେ ଲାଗିଗଲେ ସେ ବହୁତ ଚିଡି ଯାଉଥିଲା ଏହା ଦେଖି ରାଜୁ ସବୁ ବେଳେ କହୁଥିଲା ଆମେ ସମସ୍ତେ ଗୋଟିଏ ଦିନ ଏହି ମାଟିରେ ଲୀନ ହେବା ହେଲେ ପପୁ କହିଲା ନାହିଁ ମୁଁ ଯଦି କେବେ ମରିଯାଏ ମୋତେ ମାଟିରେ ରଖିବନି ଏ କଥା ସୁଣି ରାଜୁ କହିଲା ଛାଡ଼ ଏ ସବୁ ବେକାର କଥା ଏମିତି ଯଦି କେବେ ହୁଏ ଏ ସବୁକୁ ଦେଖିବା ଆଗରୁ ହିଁ ମୁଁ ଆଖି ବୁଝିଦେଇଥାଏ !
ଏମିତି କିଛି ଦିନ ଗଲା ପରେ ତାଙ୍କର ଦଶମ ଶ୍ରେଣୀ ହୋଇଗଲା ଦୁଇ ଜଣ କଥା ହେଲେ ଆଉ ପପୁ କହିଲା ଆମେ ଆଉ କିଛି ଦିନ ମିଶିକି ରହିବା କାରଣ ମୋ ବାପା ମୋତେ ହଷ୍ଟେଲ ପଠେଇ ଦେବେ ରାଜୁ ଏଇ କଥା ସୁଣି କିଛି ସମୟ ଚୁପଚାପ ରହିଲା ଆଉ ତା ପରେ କହିଲା ହଁ ଠିକ ଅଛି ତୁ ବାହାରେ ରହି ପାଠ ପଢ଼ିବୁ ଆଉ ଯେବେ ଗାଁ କୁ ଆସିବୁ ମୁଁ ସେବେ ସମସ୍ତଙ୍କୁ କହିବି ମୋ ସାଙ୍ଗ ପପୁ ବାହାରୁ ଆସିଛି କହଲୁ ଏଇ କଥା କହିଲା ବେଳେ ମୁଁ କେତେ ଖୁସି ଥିବି ଏଇ କଥା କହି ଦୁଇଜଣ କିଛି ସମୟ ଦୁଃଖୀ ହୋଇ ଗଲେ ! କିଛି ଦିନ ଗଲା ପରେ ପରୀକ୍ଷା ଫଳ ବାହାରିଲା ଦୁଇ ଜଣ ଭଲ ନମ୍ବର ରଖି ପରୀକ୍ଷାରେ ଉତୀର୍ଣ୍ଣ ହୋଇଗଲେ ! ରାଜୁ ଘରର ଆର୍ଥିକ ପରିସ୍ଥିତି ଖରାପ ଥିଲା ତେଣୁ ସେ ଗାଁରେ ଥିବା କଲେଜ ରେ ରହି ପାଠ ପଢିଲା ଆଉ ପପୁ ବାହାରକୁ ଚାଲିଗଲା ଏମିତି କିଛି ଦିନ ଗଲା ପ୍ରତେକ ମାସରେ ପପୁ ଘରକୁ ଆସେ ଆଉ ରାଜୁ କୁ ଦେଖା କରେ ସେମାନେ ଦୁଇ ଜଣ ମିଶିକି ବିଲ ହିଡରେ ବସି ଘଣ୍ଟା ଘଣ୍ଟା କଥା ହୁଅନ୍ତି ଆଉ ନିଜର ଦୁଃଖ ସୁଖ ବାଣ୍ଟି ସମୟ ବିତାନ୍ତି ! ହଟାତ ଦୁଇମାସ ପପୁ ଗାଁ କୁ ଆସିଲାନି ଆଉ ରାଜୁ ଅପେକ୍ଷାରେ ବ୍ୟସ୍ତ ବିବ୍ରତ ହୋଇପଡୁଥାଏ କାରଣ ପପୁ ତାକୁ କଥା ଦେଇଥିଲା ଗାଁ କୁ ଆସିବ ଆର ମାସରେ ଦୁଇ ମାସ, ତିନି ମାସ ବିତିଗଲା ପପୁ ଆଉ ଗାଁ କୁ କି ରାଜୁ ପାଖକୁ ଆସିଲାନି ରାଜୁ ଅପେକ୍ଷା କରି କରି ଶେଷରେ ନିଜେ ପପୁ କୁ ଦେଖା କରିବାକୁ ବାହାରକୁ ଗଲା ଖୋଜି ଖୋଜି ରାଜୁ ପପୁର ବାପା ଙ୍କୁ ଭେଟିଲା ପପୁର ବାପା ରାଜୁ କୁ ଦେଖୁ ଦେଖୁ ବହୁତ ଜୋରସେ କାନ୍ଦିବା ଆରମ୍ଭ କରିଲେ ରାଜୁ ପଚାରିଲା କାହିଁକି ଆପଣ କାନ୍ଦୁଛନ୍ତି ଆଉ ପପୁ କୁଆଡେ ଯାଇଛି ତିନି ମାସ ହେଲାଣି ମୁଁ ତାକୁ ନ ଦେଖିକି ମୋ ଆଖି ଫୁଟି ଗଲାଣି ତାକୁ ଟିକେ ଡାକନ୍ତୁ ମୁଁ ତାକୁ ଦେଖିବି ଏ କଥା ସୁଣି ପପୁର ବାପା ରାଜୁ କୁ ଏକ ନିରୋଳା ନିଛାଟିଆ ଜଙ୍ଗଲରେ ଥିବା ଏକ ସ୍ଥାନ କୁ ନେଲେ ରାଜୁ କହିଲା ମୋତେ ପପୁକୁ ଦେଖିବାର ଅଛି ହେଲେ ମୋତେ ଆପଣ ଏଠିକି କାହିଁକି ଆଣିଲେ ପପୁରା ବାପା ଜୋରସେ କାନ୍ଦିଲେ ଆଉ କହିଲେ ସେଦିନ ତୁମକୁ ଦେଖା କରିବାକୁ ଗଲା ବାଟରେ ପପୁର ଗାଡି ଧକା ହୋଇଥିଲା ଆଉ ସେ ସେଇଠାରେ ହିଁ ସ୍ବର୍ଗବାସୀ ହୋଇଗଲା ଆମେ ଆଉ ତାକୁ ଗାଁ କୁ ନେଳୁନୁ ଏଇଠି ଏଇ ମାଟି ଉପରେ ତାର ସବ ସତ୍କାର କରିଦେଲୁ ଆଉ ତମ ସାଙ୍ଗ ଏଇ ମାଟି ଭିତରେ ଚିର ଦିନ ପାଇଁ ଲୀନ ହୋଇଗଲା ! ଏ କଥା ସୁଣି ରାଜୁର ପାଦ ତଳୁ ମାଟି ଖସି ଗଲା ଭଳି ଲାଗିଲା ସେ ଚୁପଚାପ ସେଇଠି ବସିପଡ଼ିଲା ଆଉ ପପୁର ସେ ପୁରୁଣା କଥା କୁ ମନେ ପକେଇଲା ଆଉ କହିଲା ଉଠିଯା ସାଙ୍ଗ ଯେଉଁ ମାଟିକୁ ଏତେ ଘୃଣା କରୁଥିଲୁ ଏତେ ସମୟ କେମିତି ଅଛୁ ତୁ ବାହାରି ଆସେ ମୋ ସାଙ୍ଗ ତୋ ବିନା ମୁଁ ଏକା ରହିପାରୁନିରେ ଏ କଥା କହି କିଛି ସମୟ ବସିଲା ଆଉ କିଛି ସମୟ ପରେ ରାଜୁକୁ ଏମିତି ଅନୁଭବ ହେଲା ଯେମିତି ପପୁ ତାକୁ କହୁଛି ଶୁଣୁ ରାଜୁ ମୁଁ ସିନା ମାଟି ଲାଗିଗଲେ ପାଦରେ ବହୁତ ଛିଡି ଯାଉଥିଲି ହେଲେ ଆଜି ସେଇ ମାଟି ମୋତେ ତା ଭିତରେ ଜାଗା ଦେଇଛି କାରଣ ଆମେ ସମସ୍ତେ ମାଟିର ମଣିଷ ପରା !
ଅଭିପ୍ସା ଧଳ
କେନ୍ଦ୍ରାପଡ଼ା (ତୁଳସୀ କ୍ଷେତ୍ର )
419 total views, 1 views today