ଶୀର୍ଷକ-ବୁନ୍ଦାଏ ଲୁହ
ଅନିମନ୍ତ୍ରିତ ଅତିଥି ଟିଏ ପରି
ଉପସ୍ଥିତ ହୁଏ ଆସି
ନୟନର କେଉଁ ନିଭୃତ କୋଣରୁ
ଆପେ ଆପେ ଯାଏ ଭାସି ll
ମନ ଉପବନେ ଜର୍ଜରିତ ପ୍ରାଣେ
ମନର ଅକୁହ କଥା
ବୁନ୍ଦାଏ ଲୁହରେ ଲେଖା ହୋଇଥାଏ
ହୃଦୟର ସବୁ ବ୍ଯଥା ll
ଲୁହର କାଳିରେ ଯନ୍ତ୍ରଣା ଯୁଇରେ
ସଂଘର୍ଷର ଇତିହାସ
ସମୟର ତାଳେ ଶୁଣିଅଛି କର୍ଣ୍ଣେ
ବ୍ଯଥାପୂର୍ଣ୍ଣ ଉପହାସ ll
ଧୋଇଦିଏ ନାହିଁ ଦୁଃଖ ଯନ୍ତ୍ରଣାକୁ
ତଥାପି କାହିଁକି ଆସେ
ଜଣାଇ ଦିଏ ସେ ଦୁଃଖିଟିଏ ବୋଲି
କିନ୍ତୁ ଦୁନିଆଟା ହସେ ll
ବିଶ୍ୱାସ ଭରସା ସବୁ ଭୁଲିଯାଇ
ଲୁହକୁ କରିଛି ସାଥି
ଦୁନିଆ ଭିଡରେ କାନ୍ଦି ପାରୁ ନାହିଁ
ସେଥିପାଇଁ ଖୋଜେ ରାତି ll
Sudhansu giri.Mayurbhanj
mob-7735834031