ସଜ ସକାଳ
ରାତି ଦୁଇଟା ସେ ସେଇଠି ସେମିତି ପଡି ଚିତ୍କାର କରୁଥାଏ l ଆଖିରେ ଲୁହ ନୁହଁ ଲହୁ ର ଅଶ୍ରୁ l ରକ୍ତର ନାଲ ଛୁଟି ଚାଲୁଥାଏ, ତା ମୁଣ୍ଡରୁ,ତାର ଡେବିରି ଗୋଡ଼ରୁ l ଓଃ… କି ଯନ୍ତ୍ରଣା l ଏମିତିଆ ବି କଷ୍ଟ ହୁଏ କି? ମୃତ୍ୟୁ ହେଲେ ହଇଯାନ୍ତା!!!l ସକାଳ ହେବାକୁ ସତରେ କେତେ ଦୂର?ମୁହୂର୍ତ୍ତ ଗୁଡିକ ଅଟକି ଯାଇଛି କି ସତେ l ଆଉ କଣ ଆଗକୁ ବଢିବନି,ନା ସକାଳ ହେବନି??!!!
ଯନ୍ତ୍ରଣା ରେ କହରି ଉଠୁଥିଲା ସେ l ଗୋଟିଏ ଫୁଟବଲ ମ୍ୟାଚ ରେ ଖେଳାଳି ଭାବେ ଯୋଗ ଦେବାକୁ ଯାଇ ଫେରୁଥିଲା ସେ ଟ୍ରେନ ରେ l ରାତି 1.00 1.30 ପାଖା ପାଖି ହେବ l ଗୋଟିଏ ହିଂସ୍ର ଚୋର ବଗି କୁ ପଶିଆସି ଲୁଟିନେଲା ଗହଣା, ଠେଲି ଦେଲା ଟ୍ରେନ ରୁ ତକକୁ l ଟ୍ରେନ ପଟିରି ତରାରେ ପଡ଼ିଥିବା ପଥର ରେ ମୁଣ୍ଡ ଜୋର ରେ ପିଟି ହେଲା l ଫାଟି ପଡି ଝରୁଥାଏ ଲୁହ l ଗୋଡ଼ ଉପରେ ଟ୍ରେନ ଗଡ଼ି ଯାଇ କଟି ଯାଇଛି ଗୋଡ଼ ଆଣ୍ଠୁ ଠାରୁ l ଅନ୍ଧାର ଭିତରେ ନିଜକୁ ନିଜେ ଦେଖି ପାରୁ ନଥାଏ ସେ ନା ଅନ୍ୟ କିଛି ଦିଶୁଥିଲା l ନିଜ ଛାତିର ଜୋର ଧଡକୁ ଥିବା ସ୍ପନ୍ଦନ ଶବ୍ଦ ଆଉ ଟ୍ରେନ ର ଦୁରେଇ ଯାଉଥିବା ଶବ୍ଦ ଛଡା ଆଉ କୌଣସି ଶବ୍ଦ ନଥିଲା ସେଠି l ଗାଢ଼ ନୀରବତା ଭିତରେ ସାହାଯ୍ୟ ପାଇଁ ତାର ଆର୍ତ୍ତ ଚିତ୍କାର l ଗଛ, ବୁଦା, ପଥର ପଟେରୀ ରେ ପିଟି ହେଇ ମିଳେଇ ଯାଉଥିଲା l ଷ୍ଟେସନ ରୁ ସେ ପଡ଼ିଥିବା ଜାଗା ଖୁବ ବ୍ୟବଧାନ ଥିଲା l ପାଖରେ କୌଣସି ବସ୍ତି ବି ନଥିଲା l ତାକୁ ଲାଗୁଥାଏ ଯେମିତି ଏଠି ପଡି ପଡି ତାର ଶେଷ ବୁନ୍ଦା ରକ୍ତ ବି ବହିଯିବ l
କେମିତି ମତେ ସକାଳ ହେଲା ଈଶ୍ୱର ଜାଣନ୍ତି l ସକାଳେ ଲୋକଙ୍କ ଦ୍ୱାରା ତାକୁ ହସ୍ପିଟାଲ ରେ ଭର୍ତ୍ତି କରାହେଲା l ତାଙ୍କ ଘରକୁ ଖବର ଦିଆ ହେଲା l କୌଣସି ମତେ ଜୀବନ ବଂଚିଗଲା l ଘରକୁ ଫରିଲେ ଗୋଟିଏ ଗୋଡ଼ ନଥିବା ବିକଳାଙ୍ଗ ହୋଇ l ଡିପ୍ରେସନ୍ କୁ ଚାଲିଗଲେ ମାନସିକ ଭାରସାମ୍ୟ ହରାଇ l ନିଜ ଜୀବନ କୁ କୋଷି ହେଲେ କାହିଁକି ରହିଗଲା ଏ ଜୀବନ ଟା? ଚାଲି ହେଲେ ଯାଇଥାନ୍ତା l ସେ ଥିଲେ ଜଣେ ଉତ୍ତମ ଫୁଟବଲ ଖେଳାଳି l ସେଥିରେ ଖୁବ ନାଁ କରିବା ଥିଲା ତାଙ୍କ ବଡ଼ ସ୍ୱପ୍ନ l ଏକ ପ୍ରକାର ଜିଦ୍ l ଧୀରେ ଧୀରେ ସଫଳ ବି ତ ହଉଥିଲେ ହେଲେ ଏ କଣ ଘଟିଗଲା!!!? ଭାଗ୍ୟ ଏମିତି ବି ଶାସ୍ତି ଦିଏ? ଫୁଟବଲ ଖେଳିବା କଣ ଠିଆ ହେବା ପାଇଁ ବି ଆଉ ଗୋଡ଼ ନାହିଁ l ଆଶାବାଡି ସାହାଯ୍ୟ ରେ ହିଁ ଛିଡା ହେଇଛି ବୋଲି ଗୋଟିଏ ମିଠା ଭ୍ରମରେ ବଞ୍ଚିବା କଥା ଯାହା l ଆଉ ଜୀବନ ର କି ଲକ୍ଷ୍ୟ? ବଞ୍ଚିବାର ଉଦେଶ୍ୟ ଆଉ କଣ ହେଇ ପାରେ? ଏଭଳି ଭାବନା ସବୁ ତାଙ୍କୁ ଆକ୍ତା ମାକ୍ତା କରି ପକାଉଥିଲା l ସେ ରାତିଠୁ ଯେମିତି ଜୀବନର ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ, ରାତି ସକାଳ ହିଁ କେବେ ହେଇନି l
ଏମିତି ବିତିଗଲା 2 ମାସ l ଦିନେ ରୁମ ରେ ବସି ଝରକା ବାଟରେ ବାହାରକୁ ଅନାଉ ଅନାଉ ସତେ ଯେମିତି ସୂର୍ଯ୍ୟ କିରଣ ରୁ ଅଜସ୍ର ଶକ୍ତି ତାଙ୍କ ଦେହ, ତାଙ୍କ ମନ ଭିତରକୁ ପ୍ରବେଶ କରୁଥାଏ l ଏକ ନୁଆଁ ଉର୍ଜା ରେ ଉର୍ଜାବାନ ଅନୁଭବ କରୁଥିଲେ ନିଜକୁ l ହଁ ସବୁ ହରେଇବା ପରେ ବି ଅନେକ କିଛି ଥାଏ ପାଇବାକୁ l କେବଳ ଯାହା ନିଜର ସକାରାତ୍ମକ ଶକ୍ତି କୁ ଚିହ୍ନିବାକୁ ହୁଏ l ସେ ନିଜକୁ ସବୁଠାରୁ ଶକ୍ତିଶାଳୀ ଆଉ ସବୁଠାରୁ ଭାଗ୍ୟବାନ ମନେ କରୁଥିଲେ l
ହଁ ସେ ଚଢିବେ ସବୁଠାରୁ ଉଚ୍ଚ ପର୍ବତ ଏଭେରେଷ୍ଟ l ହେଣ୍ଡିକେଫ୍ଟ ମାନେ କିଭକି ପର୍ବତାରୋହଣ କରନ୍ତି ସେ ତାମିଲ ନେବେ l ଏକ ନୁଆଁ ସ୍ବପ୍ନ ରେ ସେ ବିଭୋର ହେଲେ l ଏକ ନୁଆଁ ଜିଦ୍ ରେ ହେଲେ ଜିଦଖୋର l ଦିନ ରାତି ଏକ କରି ସେଇ ସ୍ୱପ୍ନ ପଛରେ ଲଗେଇ ଦେଲେ ନିଜକୁ l
ଶେଷକୁ 130 ଦିନ ଧରି ପର୍ବତାରୋହଣ କରି ଦିନେ ସକାଳ 5.30 ରେ ଏଭରେଷ୍ଟ ଶୃଙ୍ଗରେ ଉଡାଇଦେଲେ ଭାରତୀୟ ପତାକା l ସେତେବେଳେ ସେ ରଚି ସାରିଥିଲେ ନୁଆଁ ଇତିହାସ ହେଣ୍ଡିକେଫ୍ଟ ମାନଙ୍କ ମଧ୍ୟରେ ସର୍ବ ପ୍ରଥମ ଏଭରେଷ୍ଟ ଆରୋହୀ ଭାବରେ l
ତାଙ୍କ ଆଖିରେ ଅପୂର୍ବ ଚମକ, ମନରେ ଅସରନ୍ତି ପୁଲକ, ଏକ ଉଚ୍ଚାଙ୍ଗ ସତେଜତା ରେ ଭରପୁର ସେ ଏବେ l ଅନେକ ଦିନ ପରେ, ସତେ ଅବା ଅନେକ କଳ୍ପର ରାତି ପରେ ସେ ଅନୁଭବ କରୁଥିଲେ ଏକ ସଜ ସତେଜ ସକାଳକୁ…….. I
ଜିନାତମାମ ଦର୍ଜୀ
ବରଗଡ