June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

କେମିତି ଜାଣିବି ତୁମକୁ  —- ଭରତ ଚନ୍ଦ୍ର ଦାଶ                                      

କେମିତି ଜାଣିବି ତୁମକୁ

                                       

 

ମୁଁ

ତୁମକୁ ଦେବୀ ନା

ଦାନବୀ ବୋଲି

ମାନିବି ବା କେମିତି ?

କେମିତି ଜାଣିବି ତୁମର

ଐଶ୍ବରୀକ ଶକ୍ତିକୁ

ଦେବତାର ଦ୍ବାହିରେ

ଦେବତ୍ବର ଚମତ୍କାରିତାରେ

ତୁମେ କ’ଣ ଅସମ୍ଭବକୁ

ସମ୍ଭବ କରିପାରିବ

ଫେଡିଫାରିବ ଦୁଃଖୀର ଦୈନ୍ୟତାକୁ

ପୀଡନ କଷଣ ପେଷଣରେ

ଘାଣ୍ଟି ଚକଟି ହେଉଥିବା ଲୋକଟିର

ଓଠରେ ହସ ଫୁଟାଇ ପାରିବ

ମାଂସଲୋଭୀ ଦାନବକୁ

ହତ୍ୟାକରିପାରିବ ତୁମେ

ଦୁଃଷ୍କର୍ମରେ ଜଳୁଥିବା ନିରିମାଖିର

ଲୁହ ପୋଛିପାରିବ

ତୁମ ଆଶିଷସିକ୍ତ ପାଟ ପଣତରେ

କାହିଁ ମୁଁ ତ ଦେଖିପାରୁନି ତୁମକୁ

ଅନୁଭବ କରିପାରୁନି

ତୁମ ଐଶୀ ସତ୍ତାକୁ ।

ତୁମେ ରାସ୍ତାପାର୍ଶ୍ବ ଅଶ୍ବତଥ ଗଛ

ମୂଳରେ ପୂଜା ପାଉଥିବା

କାହିଁ କେଉଁକାଳର ଏକ

କଳା ଚିକ୍କଣ ମୁଗୁନି ପଥରଟେ

ପଣା ସଂକ୍ରାନ୍ତିରେ ତୁମର

ମେଳା ଲାଗେ ବଡ ଧୁମ୍ଧାମରେ।

 

ତମେ

ଜଣେ ମାୟାବିନୀ ବୋଲି

କାହିଁ କେତେ ଚର୍ଚ୍ଚା ହୁଏ

କାମାକ୍ଷାର କାଉଁରୀ ଅସ୍ଥିର

ଚମତ୍କାରିତା ତୁମକୁ ବେଶ୍ ଜଣା

ଗଛକୁ ଉଡାଇ ନେବାର

ଦିନରେ ମେଣ୍ଢା ହୋଇ

ବୁଲୁଥିବା ପଶୁଟି ରାତିରେ

ଭେଣ୍ଡିଆ ଯୁବକ ହୁଏ

ତୁମର କାଉଁରୀ ସ୍ପର୍ଶରେ

କାମନାର ଜ୍ଜ୍ବାଳାକୁ ପ୍ରଶମିତ କର

ତାର ବାହୁ ବନ୍ଧନରେ ।

ତୁମ ଦାନବତ୍ବର ଚର୍ଚ୍ଚା କଣ

ଏତିକିରେ କମେ

ତୁମର ମାୟାବୀ ଶକ୍ତିକୁ

ଭୟ କରନ୍ତି ସମସ୍ତେ

ନିର୍ଦ୍ଦିଷ୍ଟ ବାର ନକ୍ଷତ୍ର ଓ ତିଥିରେ

ତୁମର ପାଶବିକ ଶକ୍ତି କୁଆଡେ

ସମାଜର ହିତରେ ଲାଗେ

ଯିଏ ଯାହା ମନାସେ

ସତ୍ ଚିନ୍ତନରେ ତୁମେ

ହାତ ଟେକିଦିଅ

ଆଶିଷ ମୁଦ୍ରାରେ ପୂର୍ଣ୍ଣ ହଏ

କାମାର୍ଥୀଙ୍କ ଅଭିଳାଷ ।

 

ହାଏ ! ମଣିଷ କେତେ ଅସହାୟ

ପ୍ରକୃତିର ବରଦାନ ପାଇଁ

ସଭ୍ୟତାର ଦ୍ବାହିରେ ଯେତେ

ଉତ୍ତରୀତ ହେଲେ ବି

କାମନା ବାସନାର ଅନ୍ତହୀନ

ତୃଷ୍ଣାର ଉପଶମ କାହିଁ ?

–xxxx—

                        ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ

                         ମାର୍କୋଣା, ବାଲେଶ୍ବର – ୭୫୬ ୧୨୬

                            ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬

                              ରଚନାକାଳ – ୨୮ ମେ,୨୦୨୨

                                    ପୂର୍ବାହଣ ୯.୦୦

 358 total views,  1 views today

Leave a Reply

Your email address will not be published. Required fields are marked *