ଛାଡପତ୍ର
ବିବାହ ବନ୍ଧନ ପବିତ୍ର ଜୀବନ
ପରସ୍ପର ଖୁସି ବାଣ୍ଟି
ଚଢୁଥିବ ଏହି ଅମୂଲ୍ୟ ସୋପାନ
ଅନ୍ତେରଖି ଶ୍ରଦ୍ଧା ପ୍ରୀତି ।
ଦୁଇମନ ଦୁଇ ମଧୁର ମିଳନେ
ତ୍ୟାଗ ତିତିକ୍ଷାର ଭାବ
ନିଳୟ ଗୁନ୍ଥଇ ହସିହସି ଧ୍ୟାନେ
ଜୀବନ ମହାନୁଭବ ।
ସେନେହ ମମତା ତିକ୍ତଭାବ ନେଲେ
ନିଶ୍ଚେ ହୁଏ ଲୋକହସା
ଭୁଲ୍ ବୁଝାମଣା ସମାଧାନ ହେଲେ
ସମ୍ପର୍କରେ ମଧୁଭାଷା ।
ସୁନାର ସଂସାର ହୋଇଯାଏ ଚୁନା
ସମ୍ପର୍କର ପଡେ ଭଟ୍ଟା
ଆଶା ଭରସାର ବିଶ୍ୱାସ ବଇନା
ମିଠାରୁ ଲାଗଇ ଖଟା ।
ଛାଡପତ୍ର ଏକ ଦୁଃଖ ନିନ୍ଦନୀୟ
ନମିଟଇ କ୍ଷୁଧାତୃଷ୍ଣା
ବିଭୁ ଆଶୀର୍ବାଦ ସମ୍ପର୍କ ହୁଅଇ
ଘୃଣ୍ୟ ପଥେ ମୃଗତୃଷ୍ଣା ।
ପବିତ୍ର ବନ୍ଧନ ହସେ ନିତିଦିନ
ହୃଦ ମନର ମିଳନ
ଈଶ୍ୱର କରିଲେ ଆଶିଷ ପ୍ରଦାନ
ଝଡ ହୁଏ ସମାଧାନ ।
ଜୀବନ ଯୌବନ ଭୋଗର ସପନେ
ନହଜାଇ ଭୋଗ ବାସେ
ବିବେକ ଜ୍ଞାନରେ ପୁନଃମିଳନେ
ଦୁଇ ଆତ୍ମା ଯୋଡ଼ି ହସେ ।
ସତ୍ୟ ଶାନ୍ତି ଦୟାକ୍ଷମା ସେବା ପ୍ରୀତି
ସୁଗୁଣ ଆପଣେଇଲେ
ଲାଗେ ସତ ଝରୁଛିକି ହୀରା ମୋତି
ସଂସାର ସମ୍ପର୍କେ ଭଲେ ।
ଛାଡପତ୍ର ଏକ ଘୃଣ୍ୟ ନିନ୍ଦା ପ୍ରଥା
ବିବାହ କରେ ବିଚ୍ଛେଦ
ଯନ୍ତ୍ରଣା ଜର୍ଜରିତ ହୋଇ ହଜେ ସତ୍ତା
ନୀରବ ସଂସାର ରଥ ।
ଧୈର୍ଯ୍ୟର ସହିତ ମୁକାବିଲା କରି
ମନୋବଳ ଦୃଢେ ଧରି
ଲଙ୍ଘିଯିବା ଅତିକ୍ରମେ ବନଗିରି ବିଭୁଙ୍କୁ ନିତ୍ୟ ସୁମରି ।
ସହଦେବଖୁଣ୍ଟା ,ବାଲେଶ୍ଵର ।