*ଶ୍ରୀମଦ ଭଗବଦ ଗୀତା*
ଗୀତା ଭାଗବତ ତତ୍ତ୍ୱ ଜ୍ଞାନ ସାର
ଭକ୍ତି ଯୋଗ କର୍ମ ଜ୍ଞାନ
ସବୁ ଶାସ୍ତ୍ର ମଧ୍ୟେ ଶ୍ରେଷ୍ଠ ଶାସ୍ତ୍ର ଅଟେ
ମୁକ୍ତି ପଥରେ ନିର୍ବାଣ l୧l
ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ମୁଖ
ନିଃସୃତ ଏ ବାଣୀ ପରା
ମହାଭାରତ ଯେ ଧର୍ମ ଯୁଦ୍ଧ ଥିଲା
ଗୁଞ୍ଜରୀ ଉଠିଲା ଧରା l୨l
ଅର୍ଜୁନଙ୍କ ରଥେ ସାରଥୀ ହୋଇଲେ
ସ୍ୱଂ ପ୍ରଭୁ ନାରାୟଣ
କୁରୁ ରଣ କ୍ଷେତ୍ର ମଧ୍ୟରେ ଅର୍ଜୁନ
ଦେଖି ସର୍ବ ପ୍ରିୟଜନ l୩l
ଅସ୍ତ୍ର ଛାଡିବାକୁ ମନସ୍ତ କରିଲେ
ବୁଝାଇଲେ ଆର୍ତ୍ତ ତ୍ରାଣ
ଧର୍ମ ସଂସ୍ଥାପନା ଜଗତେ ସ୍ଥାପିତ
ଜନ୍ମ ନେଲି ଭଗବାନ l୪l
ମୋହ ଗ୍ରସ୍ଥ ହୋଇ ଅସ୍ତ୍ର ଛାଡ଼ ନାହିଁ
ଏଠି ନିଜ କେହି ନୁହେଁ
ପୁରାତନ ଛାଡି ନୂଆ ପରିଧାନ
ପିନ୍ଧି ଥାନ୍ତି ତ ସଭିଏଁ l୫l
ତଥାପି ଅର୍ଜୁନ ମୋହ ନ ତୁଟିଲା
ଚିନ୍ତା କଲେ ଭଗବାନ
ମୁଁ ଅଟେ ସୃଷ୍ଟିର ସୃଷ୍ଟି ମୋର ମଧ୍ୟେ
ଶଙ୍କା ତେଜରେ ଅର୍ଜୁନ l୬l
ଚଉଦ ବ୍ରହ୍ମାଣ୍ଡ ସଖା ମଧ୍ୟେ ଦେଖି
ଅଭିଭୂତ ଯେ ଅର୍ଜୁନ
ଧର୍ମ ରକ୍ଷା ପାଇଁ ଅସ୍ତ୍ର ଉଠାଇଲେ
ଅଧର୍ମୀ କଲେ ନିଧନ l୭l
ଶ୍ରୀକୃଷ୍ଣଙ୍କ ବାଣୀ ଗୀତାରେ ଲିଖିତ
ଆତ୍ମା ପରତ୍ମା ବିଶ୍ୱାସ
ଗୁଢ ତତ୍ତ୍ୱ ଅଟେ ଗୀତା ସାର ତତ୍ତ୍ୱ
ପଠନେ ଆତ୍ମ ସନ୍ତୋଷ l୮l
ଗୀତା ସାରତ୍ୱତ୍ତ୍ୱ ସତ୍ୟ ଶାନ୍ତି ଦୟା
କ୍ଷମା ନିଃଶ୍ଵାର୍ଥ ପରତା
ସଂଯମ ଚରିତ୍ର ଗୁରୁଜନ ଭକ୍ତି
ପବିତ୍ର ଏ ଗୀତା କଥା l୯l
କାମ କ୍ରୋଧ ଲୋଭ ମୋହ ହିଂସା ଦ୍ୱେଷ
ଅଧର୍ମ ମିଥ୍ୟା ଚରଣ
ଷଡ଼ ରିପୁ ଯଦି ସଂଯତ ନ ହୁଏ
ଯଶ ଖ୍ୟାତି ଯେ ମଳିନ l୧୦l
ପ୍ରତିଟି ଅଧ୍ୟାୟ ପ୍ରତିଟି ଶ୍ଳୋକରେ
ମହତ୍ୱ ଜୀବ ଦର୍ଶନ
ଗୀତା ଜ୍ଞାନ ଯୋଗ ଧ୍ୟାନ ଯୋଗ ଅବା
ଭକ୍ତି କର୍ମ ଦିବ୍ୟ ଜ୍ଞାନ l୧୧l
ଭଗବାନ ବାଣୀ ଭକ୍ତି ସର୍ବ ଶ୍ରେଷ୍ଠ
ମୁକ୍ତି ନିର୍ବାଣର ପଥ
ଭଜନ କୀର୍ତ୍ତନ ନାରାୟଣ ନାମ
ଆତ୍ମା ପରତ୍ମା ଯେ ସତ୍ୟ l୧୨l
ଗାନ୍ଧିନଗର, ନବରଙ୍ଗପୁର l