ସ୍ପୃହା
ଅଭିମତ ହୀନ ନିରାଟ ଅନ୍ଧାର
ଅମାପ ବିସ୍ତୃତି ସମୁଦ୍ର ଗହ୍ଵର
ସେତିକି ତୋ ପାଇଁ ପ୍ରେମ…ଜନ୍ମ ବୃତ୍ତାନ୍ତ ର କ୍ଷଣିକ ନିଃଶ୍ୱାସ
ଆହ୍ଲାଦ ର ସେଇ ପରମ ବିଶ୍ୱାସ
ସେଇ ମୁହୂର୍ତ୍ତ ଟି ପାଇଁ ଜନ୍ମ।ମରୀଚିକା ସତେ ପାହାଡ଼ ବୁକୁର
ଆଦିବାସୀ ଆଉ ତା ରୁଦ୍ଧ କୁଟୀର
ଅଜଣା ଜଳ ର ଧାରା….ବାରି ଅବିରତ ପୁଷ୍ପ ର ସମ୍ଭୂତ
ସତ ଆନନ୍ଦ ର ଏକାକୀ କଳୁତ
ପ୍ରେମ ମନ୍ଦାକିନୀ ପରା।କେଉଁ ଯୁଗୁ ପ୍ରିୟା ମୋ ହୃଦ ଦେଶରେ
ମୋ ନେତ୍ର ଅଶ୍ରୁରେ
ତୋର ଯେ ଆଜନ୍ମ ବାସ…ପ୍ରକୃତି ବିବିଧ ଶେଷ ବସନ୍ତ ରେ
ମୋ ବକ୍ଷ ଗହ୍ୱରେ
ବନ୍ଧା ତୋ ମୁରୁକି ହସ।
ସଞ୍ଜୟ କୁମାର ତ୍ରିପାଠୀ
ଯାନ୍ତ୍ରୀକ ଯନ୍ତ୍ରୀ
ଦିଲ୍ଲୀ
8327776346