September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଗଣମାଧ୍ୟମ-ଏକ ଭିନ୍ନ ଦୃଷ୍ଟିଭଙ୍ଗୀ—ସୋନାଲି ଓଝା*

ଗଣମାଧ୍ୟମ: ଏକ ଭିନ୍ନ ଦୃଷ୍ଟିଭଙ୍ଗୀ
◆●◆●◆●◆●◆●◆

ବଦଳିଛି ସମୟ । ତା ସହ ତାଳ ଦେଇ ବଦଳିଛି ସାମ୍ବାଦିକତା ଓ ସମ୍ବାଦ ପରିବେଷଣର ଶୈଳୀ। ଖବରକଗଜ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ ଉଭୟ ଖବର ଦୌଡରେ ନିଜକୁ ସାମିଲ କରି ନିଜନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ । ଗଣତନ୍ତ୍ରର ସଫଳତା ଓ ବିଫଳତା ପଛରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ସେଇଥିପାଇଁ ତ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭର ଆଖ୍ୟା ଦିଆଯାଇଛି । ହେଲେ ଏହାରି ଭିତରେ ଦିଗହରା ହେଇଛି ସାମ୍ବାଦିକତା । କାମଳ ସାମ୍ବାଦିକତାର ପ୍ରବେଶ ହୋଇଛି।
ସାମ୍ବାଦିକତାର ବିବିଧ ଦାୟିତ୍ବ ରହିଛି । ବିଶେଷ କରି ସତ୍ୟର ଅନୁସନ୍ଧାନ ଓ ମିଥ୍ୟା ବିରୋଧରେ ସ୍ବର ଉତ୍ତୋଳନ । ମାତ୍ର ଏହି ଦୁଇଟି ଦାୟିତ୍ବ ବୋଧହୁଏ ଆମର କିଛି ସାମ୍ବାଦିକ ତୁଲାଇବାରେ ବିଫଳ । ସାମ୍ବାଦିକତାର ଛ’କ ସୂତ୍ର ସତେ ଯେମିତି ସେମାନେ ଭୂଲି ଯାଇଛନ୍ତି । ଖବରର ଦିଗ ବଦଳି ଯାଉଛି । ସବୁଠାରୁ ଶକ୍ତ ଅସ୍ତ୍ର କଲମ ଧରିଥିବା ହାତ ଆଜି ସେତେ ଯେମିତି ସତ ଲେଖିବାରୁ ବିରତି ନେଇଛି । ସାଧାରଣ ମୂଲିଆ ମଜୁରିଆଟିଏ ଖାଇବାକୁ ପାଉନଥିବା ଖବରକୁ ଛାଡି ଗଣମାଧ୍ୟମ ସଂସ୍ଥା ହୀନ ରାଜନୀତି କରବାକୁ ବି ପଛାଉନାହାନ୍ତି । ଆଜିବି ଅନେକ ଗାଁକୁ ସଡକ ନାହିଁ। ଖଟିଆରେ ଗର୍ଭବତୀ ବୁହାହେଉଛନ୍ତି। ଆଜିବି ଲୋକ ବିନା ଆଲୁଅରେ ଅଛନ୍ତି । ଏମିତି କେତେ ଘଟଣା ପ୍ରତିଦିନ ସାମନାକୁ ଆସୁଛି । ହେଲେ ସେ ସବୁ ଖବରର ଗୁରୁତ୍ବ କାହିଁ? ହଟଚମଟ ସୃଷ୍ଟି କରିବା ଭଳି ଖବର ପଛରେ ଧାଇଁ ଧାଇଁ ସାମ୍ବାଦିକ ପ୍ରକୃତ ସାମ୍ବାଦିକତାଠାରୁ ବହୁ ଦୂରକୁ ଚାଲିଯାଉଛନ୍ତି । ଏହା ନିଚ୍ଛକ ସତ୍ୟ। ହେଲେ ଆମେ ଆଦୌ ଭୁଲିବା ଉଚିତ୍ ନୁହଁ ଯେ ଗଣମାଧ୍ଯମ ସମାଜର ଆଇନା। ଆଉ ସେ ଆଇନାରେ ଆଗରେ ଆମେ ଯାହା ରଖିବା ତାହା ପ୍ରତିଫଳିତ ହେବ। ଏଭଳି ମୂଲ୍ୟହୀନ ଖବରର ପ୍ରଭାବ କୋମଳମତି ଶିଶୁଙ୍କ ଉପରେ କଣ ପ୍ରଭାବ ପକାଇବ? ତାହା ସମସ୍ତଙ୍କୁ ଉଣାଅଧିକେ ଜଣା। ସେମାନଙ୍କ ବିଷୟରେ ମଧ୍ୟ ଭାବିବା ଉଚିତ୍। ଏମିତି ନ ହେଉ ଯେ ଆମ ଆଗାମୀ ପିଢି ଏଭଳି ସମାଜରେ ରହୁଛନ୍ତି ଭାବି ଧିକାର କରିବେ। ତେଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବା। ମୁଖ୍ୟସ୍ରୋତ ଗଣମାଧ୍ୟମକୁ ଦିଗହରା ହେବାରୁ ରକ୍ଷା କରିବା। ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚିମୂଷା ହୋଇ ପାରିଲେ ହୁଏତ କିଛିଟା ପରିବର୍ତ୍ତନ ଆସିପାରେ।

@ସୋନାଲି ଓଝା

📸 Social Media

 1,418 total views,  2 views today

One thought on “*ଗଣମାଧ୍ୟମ-ଏକ ଭିନ୍ନ ଦୃଷ୍ଟିଭଙ୍ଗୀ—ସୋନାଲି ଓଝା*

Leave a Reply

Your email address will not be published. Required fields are marked *