March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସନ୍ତାପିତ ହୃଦୟ – ପଦ୍ମାବତୀ ସ୍ୱାଇଁ

ସନ୍ତାପିତ ହୃଦୟ

 

କିଛି ଦିନ ତଳର କଥା ମୁଁ କଲେଜରୁ ଘରକୁ ଫେରୁଥାଏ ବସ୍ ରେ, ମୋ ପାଖ ସିଟ୍ ରେ ଜଣେ ଭଦ୍ରବ୍ୟକ୍ତି ବସିଥାଆନ୍ତି.

ତାଙ୍କ ସହ ମୋର କିଛି ସମୟର କଥାବାର୍ତ୍ତା ଭିତରେ ସେ ତାଙ୍କ ଜୀବନରେ ଘଟିଥିବା ଏକ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥିଲେ ।ସତରେ ତାହା ଅତ୍ୟନ୍ତ ହୃଦୟ ବିଦାରକ, ଏହାକୁ ଭାଗ୍ୟର ବିଡ଼ମ୍ବନା କୁହାଯାଇପାରେ ।

 

ତାଙ୍କ ନାମ ରାଜେଶ ,ବୟସ ୨୫ ସେ ଏକ ବିଦ୍ୟୁତ ବିଭାଗୀୟ କଂପାନୀ ରେ କାମ କରୁଥିଲେ ।ତାଙ୍କର ରହୁଥିବା ଭଡା ଘର ସାମ୍ନାରେ ଜଣେ ଯୁବତୀ (ରାଗିଣୀ) ମଧ୍ଯ ଘର ଭଡା ନେଇ ରହୁଥିଲେ ।ଏମିତି କେବେ କେବେ ଦେଖା ହୁଏ ସେ ଯୁବତୀ ଙ୍କ ସହ ।

ପ୍ରେମ ର ଝରା ଶ୍ରାବଣ କେବେ କାହାକୁ ଭିଜାଇ ଦେବ ତାହା ବାକ୍ୟରେ ପ୍ରକାଶ କରିବା କଷ୍ଟକର ବ୍ୟାପାର ।ମନ ଭିତରେ ଯେ କେବେ ଗୁଞ୍ଜରିତ ହୁଏ ପ୍ରେମ ର ଝଣତକାର।ଏପରି ଅନୁଭବ ଓ ଅନନ୍ଯ ଅନୁଭୂତି ପ୍ରଥମ ଥର, ରାଜେଶ ବାବୁଙ୍କୁ ଶୁଆଇ ଦେଉନି।

ପ୍ରଥମ ପ୍ରେମର ପ୍ରଥମ ରଙ୍ଗୀନ ସ୍ବପ୍ନ ଦେଖୁଛନ୍ତି ରାଜେଶ ବାବୁ, ରାଗିଣୀ ଯେମିତି ବହୁତ କିଛି କହୁଛି।ଆଉ ତା ମତୁଆଲା ସ୍ପର୍ଶ ରେ ଆମୋଦିତ ହେଉଛନ୍ତି ରାଜେଶ ବାବୁ ହଠାତ୍ ସେ ବାସ୍ତବତାକୁ ସାମ୍ନା ରେ ପାଇଲେ,ଯେ ଏହା ଏକ ରଙ୍ଗୀନ ସ୍ବପ୍ନ।ଟିକେ ଲାଜେଇ ଗଲେ।

ଭାବିଲେ ରଙ୍ଗୀନ ସ୍ବପ୍ନଟିକୁ ବାସ୍ତବ ଜୀବନରେ ସତ କରିବି। ଏମିତି କିଛି ଦିନ ବିତିଯାଇଥିଲା ।ରାଜେଶ ବାବୁ ଘରକୁ ଫେରୁଥିବାବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଛି ସେ ଛତା ଖୋଲିବା ସମୟରେ ଶୁଣିବାକୁ ପାଇଲେ.

ଯେ ମୋତେ ଭି ତୁମ ସାଥୀରେ ନେଇଯାଅ।ସେ କେବେ ଭାବି ନ ଥିଲେ ରାଗିଣୀ ଭି ଏପରି ସାହାଯ୍ଯ ପ୍ରାର୍ଥିନୀ ହେବ ।ରାଜେଶ ଓ ରାଗିଣୀ ଦୁଇଜଣ ଗୋଟିଏ ଛତାରେ କିନ୍ତୁ ସେମାନେ ପ୍ରେମର ବର୍ଷା ରେ ଭିଜୁ ଥାଆନ୍ତି ।ଏଇ ସମୟରେ ରାଜେଶ କହିଲେ ରାଗିଣୀ ମୁଁ ତୁମକୁ କିଛି କହିବାକୁ ଚାହୁଁଛି , ଆରେ କୁହ ଅନୁମତି କ’ଣ ମାଗୁଛ ରାଗିଣୀ କହିଲେ -ମୁଁ ତୁମକୁ ବହୁତ ଭଲପାଏ ।ତୁମ ବିନା ମୋର ବଞ୍ଚିବା ମୂଲ୍ଯହୀନ ।

 

ଆରେ ମୁଁ ବି ତୁମକୁ ଭଲପାଏ ।କିନ୍ତୁ କହିବାକୁ ସାହାସ ଜୁଟାଇ ପାରୁ ନଥିଲି ।ଏମିତି ପ୍ରେମ ସମ୍ପର୍କ ମଜବୁତ୍ ହେବାକୁ ଲାଗିଲା ।କିନ୍ତୁ ହଠାତ୍ ସମୁଦ୍ରରେ ଜୁଆର ଆସିବା ପରି ସଂପର୍କରେ ବି ଫାଟ ସୃଷ୍ଟି ହେଲା।

ରାଗିଣୀ ର ପରିବାର ଲୋକେ ରାଗିଣୀ ର ବିବାହ ସ୍ଥିର କରିଛନ୍ତି , କିନ୍ତୁ ରାଗିଣୀ ସେ ପ୍ରସ୍ତାବରେ ରାଜି ନଥାଏ ।ବିବାହ ଦିନ ସ୍ଥିର ହେବା ପରେ ,ସେ ରାଜେଶ କୁ ଜଣାଇଲେ ଏବଂ ସ୍ଥିର କଲେ ଘରୁ ବାହାରି ଯାଇ ବିବାହ କରିବେ।

ବିବାହ ଦିନ ରଗିଣୀ ତାର ସମସ୍ତ ଆବଶ୍ଯକୀୟ ଜିନିଷ ଧରି ରେଳ ଷ୍ଟେସନରେ ପହଞ୍ଚିଛି , କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ରାଜେଶ ର ଫୋନ୍ ଆସିଲୋ ରଗିଣୀ କ୍ଷମା କରିବ ମୋ ବୋଉର ଦେହ ଭିଷଣ ଖରାପ ମୁଁ ତାକୁ ଡାକ୍ତରଖାନା ନେଇକି ଯାଉଛି ।ସତେ ଯେମିତି ଆକାଶ ଛିଡି ପଡିଲା ରାଗିଣୀ ମୁଣ୍ଡରେ ।ସେ ନିଜକୁ କ୍ଷମା କରିପାରିଲା ନାହିଁ ।ବହୁତ କାନ୍ଦିଲା।

 

ତାପରେ ରାଜେଶ

ଆସି ରାଗିଣୀକୁ ବହୁତ ଖୋଜିଲା କିନ୍ତୁ ପାଇଲା ନାହିଁ ।କିଛି ବର୍ଷ ବିତି ଯାଇଛି ସେମାନଙ୍କର ଦେଖା ଦେଇଛି ଭୁବନେଶ୍ବର ର ଏକ ସପିଙ୍ଗ ମଲ୍ ରେ ରାଜେଶ ରାଗିଣୀ କୁ ଦେଖି କୋହ ସମ୍ଭାଳି ନପାରି କ୍ଷଣିକ ପାଇଁ କାନ୍ଦୁଛନ୍ତି ଅତିତର ବିଚ୍ଛେଦ କୁ ମନେ ପକାଇ ।

ଏହି ସମୟରେ ଶୁଭିଲା , ଆସ ମାମା ଯିବା , ପାପା ଡାକୁଛନ୍ତି ।ରାଗିଣୀ ଚାଲିଯାଇଛନ୍ତି ।

ରାଜେଶ ବାବୁ ଏତିକି କହିବା ବେଳେ ତାଙ୍କ ଅଜାଣତରେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।

ଭାଗ୍ୟର ବିଡ଼ମ୍ବନା ଯେ ସେମାନେ ଅଲଗା ହୋଇଗଲେ ଜୀବନର ମୋଡ ବଦଳି ଗଲା, ରାଜେଶ ବାବୁ ଙ୍କ ସନ୍ତାପିତ ହୃଦୟ ଆଜି ଭି କାନ୍ଦୁଚି ରାଗିଣୀ ପାଇଁ..

 

 

ପଦ୍ମାବତୀ ସ୍ୱାଇଁ

ବଡରମ୍ପାସ, କେନ୍ଦୁଝର

Loading

Leave a Reply

Your email address will not be published. Required fields are marked *