ସନ୍ଦେଶ ସଂଜୀବନୀ
ଜୀବନ ଯୁଦ୍ଧ
ନିଜର ଜୀବନ ଯୁଦ୍ଧ ହିଁ ତ ନିଜେ
ନିଶ୍ଚେ ଲଢିବାର ଶକ୍ତି
ମନୁଷ୍ୟ ତଥାପି ଇଚ୍ଛାକୁ ମାରେନା
ଇଚ୍ଛା ବି ଦିଏନା ଶାନ୍ତି ।
*ଇଚ୍ଛାର ପୂର୍ତ୍ତି*
ଇଚ୍ଛାର ପୂରଣ ନହେଲେ ମନରେ
ବଢଇ କ୍ରୋଧଟି ପରା
ଇଚ୍ଛାର ପୂର୍ତ୍ତିରେ ଲୋଭ ଅତିଶୟ
ଜୀବନ ଯାପନ ଧାରା।
*ଜରୁରତ୍*
ଜୀବନ ସଂଗ୍ରାମେ ଜିତିବା ହାରିବା
ନିୟତି ନିୟମ ଭାରା
ସୌନ୍ଦର୍ଯ୍ୟ ଅପେକ୍ଷା ସଂସ୍କାର ସଜଡା
ଅତି ଜରୁରତ୍ ଧରା।
*ସତ୍ୟର ସକାଶେ*
ସବୁଠୁ ସୁନ୍ଦର ସମୟଟି ସିନା
ହୃଦୟ ସୁନ୍ଦର ହୁଏ
ସତ୍ୟର ସକାଶେ ସବୁ ତ୍ୟାଗ କର
ସବୁ ପାଇଁ ସତ୍ୟ ନୁହେଁ।
*ଆତ୍ମାନୁରାଗ*
କର୍ମମୟ ଏହି ସାରା ସଂସାରଟି
ପ୍ରତିଯୋଗୀ ମାଳ ମାଳ
ଆତ୍ମାନୁରାଗରେ କର ଅଧ୍ୟୟନ
ବେଳ ଅବେଳର ଖେଳ।
ନୀହାରିକା ପଣ୍ଡା
ରାକମା,ଭାପୁର,
ନୟାଗଡ଼
44 total views, 2 views today